ଜଗତ୍‌ସିଂହପୁର

ନିଯୁକ୍ତି ପ୍ରତିଶୃତି  ପ୍ରହସନ : ନିର୍ବାଚନ ପରେ ନେତା ନୀରବ

ପାରାଦୀପ,୨୪ା୬(ସ୍ବ.ପ୍ର.): ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି। ତେଣୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଥିଲେ। ବିଶେଷ କରି ପାରାଦୀପ ନିର୍ବାଚନମଣ୍ଡଳୀରେ ପ୍ରାୟ ସମସ୍ତ…

ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ୨ଟି ଫେରିଘାଟ ପରିଚାଳିତ ହେଉଥିବାରୁ ଦୁଇ ଜିଲାର ନିଲାମଧାରୀଙ୍କ ମଧ୍ୟରେ ଏକ…

ବଜ୍ରପାତରେ ଛାତ୍ରୀ ମୃତ, ୨ ଯୁବକ ଗୁରୁତର

ଜଗତ୍‌ସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଥାନା ଅଧୀନ ରମ୍ଭାଦେଈପୁର ପଞ୍ଚାୟତରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁବଳ ଭୋଇଙ୍କ…

କୃଷି ଋଣ ପ୍ରଦାନରେ ହେରଫେର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୧ା୬: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କମ ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଚାଷୀ ଯେପରି ଅର୍ଥାଭାବ ଜନିତ ସମସ୍ୟାର ସମ୍ମୁଖୀନ ନ ହେବ ତା ଉପରେ ଗୁରୁତ୍ୱ…

ପୁତ୍ର ସନ୍ତାନ ଜନ୍ମ ଦେଲେ ନାବାଳିକା

ଏରସମା,୨୦ା୬(ସ୍ବ.ପ୍ର.): ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ନାବାଳିକା ଓ ନବଜାତ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।…

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ…

ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ

ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ ମେଣ୍ଟାଉଥିଲେ।…

ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା

ଜଗତ୍‌ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପୁନରୁଦ୍ଧାର କାମ ସରିନାହିଁ। ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକର ପୁନରୁଦ୍ଧାର କାର୍ଯ୍ୟ…

ରଜରେ ଭୁଟାନ ଲଟେରି ମାୟା

ନାଉଗାଁ,୧୬ା୬(ସ୍ବ.ପ୍ର.): ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜରେ ସମସ୍ତେ ଦୋଳି ଖେଳଠାରୁ ଆରମ୍ଭ କରି ପୁଚି, କବାଡି, ଲୁଡୁ ଆଦି ବିଭିନ୍ନ ପ୍ରକାର ଖେଳକୁଦର ମଜା ନେଉଛନ୍ତି। କିନ୍ତୁ ନାଉଗାଁ ବ୍ଲକ ଡେରିକି ପଞ୍ଚାୟତର ଗଙ୍ଗଦାହାଟରେ ରଜ ଅବସରରେ ଖୋଲାଖୋଲି ଭାବେ ଚାଲିଛି…

ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରଘୁନାଥପୁର,୧୬।୬(ଡି.ଏନ.ଏ.): ରଜ ସଂକ୍ରାନ୍ତିରେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ତେଣୁ ଶୁକ୍ରବାର ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥଙ୍କ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।…

ମହାନଦୀ ପଠାରୁ ଖସୁଛି ଅତଡ଼ା: ପଥର ପ୍ୟାକିଂ, ବୃକ୍ଷରୋପଣ ଦାବି

ତିର୍ତ୍ତୋଲ,୧୪ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଦେଇ ପ୍ରବାହିତ ମହାନଦୀର ଦକ୍ଷିଣ ପାର୍ଶ୍ୱ ବାଲିପାଟଣାଠାରୁ ତିର୍ତ୍ତୋଲ ପର୍ଯ୍ୟନ୍ତ ନଦୀପଠାରୁ ବ୍ୟାପକ ଅତଡ଼ା ଖସୁଛି। ନଦୀ ଶଯ୍ୟାରୁ ଅବାଧ ବାଲି ଉତ୍ତୋଳନ ଓ ପଠାରେ ଥିବା ସବୁଜିମା ଉଜୁଡ଼ିଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା…

ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ମିଳୁ ନ ଥିଲା। କେତେଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri