ଆଲୋଚନା ବିଫଳ, ଜମିହରାଙ୍କ ଧାରଣା ଜାରି

ପାରାଦୀପ,୨ା୭(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଗତମାସ ୨୪ ତାରିଖରୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି। ଏ ସମ୍ପର୍କରେ ସୋମବାର ସନ୍ଧ୍ୟାରେ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠରେ ଏକ ବୈଠକ ହୋଇଥିଲା। ତେବେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହା ବିଫଳ ହୋଇଥିବା ଜଣାପଡିଛି। ଅର୍ଥାତ ନିଯୁକ୍ତି ପ୍ରସଙ୍ଗରେ କମ୍ପାନୀ ଓ ଜମିହରା କୃଷକ ଏକତା ମଞ୍ଚ ମଧ୍ୟରେ ସହମତି ପ୍ରକାଶ ପାଇଲା ନାହିଁ। ଏ ସମ୍ପର୍କରେ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଆଉ କମ୍ପାନୀର ପ୍ରତିଶ୍ରୁତ ଚଳିବ ନାହିଁ, ନିଶ୍ଚିତ ନିଯୁକ୍ତି ତାଲିକା ଦେଲେ ଯାଇ ଧାରଣା ହଟିବ। ସେହିପରି ଯେ ପର୍ଯ୍ୟନ୍ତ ନିଯୁକ୍ତି ଗ୍ୟାରେଣ୍ଟି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ମଞ୍ଚର ମୁଖିଆ ଅରିନ୍ଦମ ସର୍ଖେଲ (ବାପି) କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର, ଆଇଓସିଏଏଲ୍‌ର ଜି.କେ. ସାହୁ, ଜମିହରା କୃଷକ ଏକତା ମଞ୍ଚର ନବୀନ ପ୍ରଧାନଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ସଦସ୍ୟ ଉପସ୍ଥିତ ଥିଲେ। ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଯେଉଁ ୩୩୪୪ ଏକର ଜମି ଯାଇଛି, ସେଥିରେ ୨୨ ଗ୍ରାମର ୧୭୫୨ ପରିବାର ଜମି ହରାଇଛନ୍ତି ଓ ୧୪୩ ଜଣ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ଅଦ୍ୟାବଧି ନିଯୁକ୍ତି ନ ମିଳିବାରୁ ଗତ ୧୦ବର୍ଷ ହେଲା ବିରୋଧ ଚାଲିଛି। ଜମିହରାମାନେ ଏବେ ଏକତ୍ର ଭାବେ ବିରୋଧ କରୁଛନ୍ତି। ପୂର୍ବରୁ ସେମାନେ ଦୁଇ ଭାଗରେ ଥିଲେ। ଗୋଟିଏ ଗୋଷ୍ଠୀ ଅଭୟ ସାହୁଙ୍କ ପାଖରେ ଓ ଅନ୍ୟ ଗୋଷ୍ଠୀ ସର୍ଖେଲଙ୍କ ପାଖରେ ରହିଥିଲେ। ଅନ୍ୟପକ୍ଷରେ ଆଉ ଜଣେ ଶ୍ରମିକ ନେତା ଧାରଣା ଭଣ୍ଡୁର କରିବା ପାଇଁ ମେଳି କରିବା ସହ ଭିନ୍ନ ଭିନ୍ନ ଉଦ୍ୟମ ଚଳାଇଥିବା ଜଣାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର କହିଛନ୍ତି ଯେ, ଆଇଓସିଏଲ ୪୦ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ମଞ୍ଚ ୧୦୦ଜଣଙ୍କ ତତ୍କାଳ ନିଯୁକ୍ତି ଦାବି କରିଥିଲା। ଏଥିରେ ସହମତି ପ୍ରକାଶ ନ ପାଇବାରୁ ସେମାନେ ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ତାଲିକାରୁ ଜଗତ୍‌ସିଂହପୁର ଏମ୍‌ପି ସିଟର ୬ ଆସନ ବାଦ୍‌

ଜଗତ୍‌ସିଂହପୁର, ୨୮ା୩ (ପ୍ରମୋଦ କୁମାର ନାୟକ)୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି-ଭାଜପା ମେଣ୍ଟ ପ୍ରସଙ୍ଗ କିଛି ଦିନ ରାଜ୍ୟ ରାଜନୀତିରେ ନିଆରା ପରିବେଶ...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି...

ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ,୨୨।୩: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩...

ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ

ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍‌ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର...

ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ

ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ...

ଜଗତ୍‌ସିଂହପୁରରେ ବଙ୍ଗଳାଭାଷୀ ଉଲ୍ଲସିତ

ପାରାଦୀପ,୧୩।୩(ଶରତ ରାଉତ)ଭାରତ ସରକାର ସୋମବାର ଦେଶରେ ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ଲାଗୁ କରିବା ପରେ ଓଡ଼ିଶା ଉପକୂଳରେ ଜବରଦଖଲ କରି ରହିଥିବା ବଙ୍ଗଳାଭାଷୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri