ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ: ୫ ବ୍ଲକରେ ୬୧ ଲକ୍ଷ ଟଙ୍କାର ଚାଉଳ ଗାଏବ

ଜଗତ୍‌ସିଂହପୁର ଅଫିସ, ୩ା୭-ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ମୋଟ ୮ ବ୍ଲକ ମଧ୍ୟରୁ ୫ଟିରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଏମ୍‌ଡିଏମ୍‌ ଚାଉଳ ଅନିୟମିତତା ହୋଇଥିବା ଜଣାପଡିଛି। ଏହି ବ୍ଲକଗୁଡିକ ହେଲା ବାଲିକୁଦା, ବିରିଡ଼ି, ଜଗତ୍‌ସିଂହପୁର, ନାଉଗାଁ ଓ ରଘୁନାଥପୁର। ସ୍ବତନ୍ତ୍ର ଅଡିଟ୍‌ ସମୟରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହିସବୁ ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟାଳୟ ବିନା ପ୍ରମାଣରେ ନେଇଥିବା ଚାଉଳର ମୂଲ୍ୟ ତୁରନ୍ତ ଏମ୍‌ଡିଏମ୍‌ ଆକାଉଣ୍ଟରେ ଜମା କରିବାକୁ ପଡିବ। ସମ୍ପୃକ୍ତ ବ୍ଲକଗୁଡିକର ଶିକ୍ଷା ଅଧିକାରୀଙ୍କୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏହି ନିର୍ଦ୍ଦେଶ ଦେବା ସହ ଆଗକୁ ଯେପରି ଏଭଳି ଅକ୍ଷମଣୀୟ ତ୍ରୁଟି ଦେଖା ନ ଦିଏ ସେ ନେଇ ବିଦ୍ୟାଳୟଗୁଡିକ ଦାୟିତ୍ୱବାନା ହେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଡିଇଓ ପ୍ରତିଭା ମଞ୍ଜରୀ ଦାସ ୫ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି, କେତେକ ବିଦ୍ୟାଳୟ ବିନା ସ୍ବିକୃତୀରେ ତଥା ଅନିୟମିତ ଭାବେ ଏମ୍‌ଡିଏମ୍‌ ଚାଉଳ ଗ୍ରହଣ କରିଛନ୍ତି। ପ୍ରାମାଣିକ କାଗଜପତ୍ର କିମ୍ବା ତଥ୍ୟ ଦେବାରେ ଏହି ବିଦ୍ୟାଳୟଗୁଡିକ ସଫଳ ହୋଇପାରିନାହାନ୍ତି। ତେଣୁ ଏହି ଶିକ୍ଷାନୁଷ୍ଠାନଗୁଡିକୁ ଚାଉଳର ମୂଲ୍ୟ ଫେରସ୍ତ କରିବାକୁ ପଡିବ। ଡିଇଓ ସ୍ପଷ୍ଟ କରିଛନ୍ତି,ଏମ୍‌ଡିଏମ୍‌ ଯୋଜନା ଉପରେ ୧ା୪ା୧୫ରୁ ୩୧ା୧୦ା୧୭ ପର୍ଯ୍ୟନ୍ତ ହୋଇଥିବା ସ୍ପେଶିଆଲ ଅଡିଟ୍‌ ରିପୋର୍ଟକୁ ଭିତ୍ତିକରି ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଡିଟ୍‌ରେ ଉଲ୍ଲେଖ କରାଯାଇଛି ଏମ୍‌ଡିଏମ୍‌ ଚାଉଳ ଗଚ୍ଛିତ ସମ୍ପର୍କିତ ଆକାଉଣ୍ଟ ଅଡିଟ୍‌ ହୋଇଥିଲା। କେତେକ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ମାଧ୍ୟମରେ ଗଚ୍ଛିତ ଆକାଉଣ୍ଟରୁ ବକେୟା ହିସାବରେ ଚାଉଳ ନେଇ ଯାଇଥିଲେ। କିନ୍ତୁ ଫେରାଇ ନ ଥିଲେ। ଏପରି କି ଏ ସମ୍ପର୍କିତ କୌଣସି ତଥ୍ୟ, ପ୍ରମାଣ ମଧ୍ୟ ଯୋଗାଯାଇ ନାହିଁ। ତେଣୁ ବେଆଇନ ଭାବେ ବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିବା ଚାଉଳର ମୂଲ୍ୟ କିଲୋପ୍ରତି ୨୮.୩୬ ଟଙ୍କା ଦରରେ ମୋଟ ୬୦,୯୩,୩୭୩ ଟଙ୍କା ଆଦାୟ କରିବା ଉପରେ ଡିଇଓ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବିଦ୍ୟାଳୟଗୁଡିକ ଆଗକୁ ଯେପରି ଏଭଳି ଅଡିଟ୍‌ଜନିତ ସମସ୍ୟା ସୃଷ୍ଟି ନ କରନ୍ତି ସେଥିପ୍ରତି ଦାୟିତ୍ୱବାନ ହେବାକୁ ବିଇଓମାନଙ୍କୁ ଡିଇଓ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଚାଉଳ ସଂଗ୍ରହ କଲାବେଳେ ଏଜେନ୍ସିଠାରୁ ଠିକ ପରିମାଣର ଚାଉଳ ଓଜନ କରି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri