ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକ: ଶିକ୍ଷା, କୃଷି, ଗୃହ ଋଣ ହାର କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩ା୭: ବ୍ୟାଙ୍କଗୁଡିକ କେବଳ ଟଙ୍କା ଜମା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଋଣ ଦେବା ନଁା ଧରୁନାହାନ୍ତି। ଯେଉଁଥିପାଇଁ ଜଗତ୍‌ସିଂହପୁର ଜିଲାରେ କ୍ରେଡିଟ୍‌ ଡେବିଟ୍‌ ଅନୁପାତ ୪୦%ରୁ କମ ରହୁଛି। ଏହା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ ବ୍ୟାଙ୍କଗୁଡିକ ଋଣ ଦେବା ଉପରେ ଗୁରୁତ୍ୱ ଦିଅନ୍ତୁ। ବିଶେଷକରି ଶିକ୍ଷା, କୃଷି ଓ ଗୃହ ନିର୍ମାଣ ପାଇଁ ଋଣ ଦେବାକୁ ପ୍ରାଥମିକତା ଦିଅନ୍ତୁ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ପୌରୋହିତ୍ୟ କରି ଜିଲାପାଳ ଏହା କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ଅଧିକ ୧% ଋଣ ପ୍ରଦାନ କରିବାକୁ ଜିଲାପାଳ ଉପସ୍ଥିତ ବ୍ୟାଙ୍କଗୁଡିକର ଶାଖା ପରିଚାଳକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ଶିକ୍ଷା, କୃଷି ଓ ଗୃହ ନିର୍ମାଣ ହାର ଜାଣିବା ପାଇଁ ଚାହିଁଥିଲେ ସୁଦ୍ଧା କେହି କିଛି କହି ନ ଥିଲେ। ବ୍ୟାଙ୍କଗୁଡିକର ଶାଖା ପରିଚାଳକଙ୍କ ଏଭଳି ନୀରବତା ଜିଲାପାଳଙ୍କୁ ବିସ୍ମିତ କରିଥିଲା। ପରୋକ୍ଷରେ ବ୍ୟାଙ୍କଗୁଡିକ ଲୋକଙ୍କୁ ଋଣ ଦେବାରେ କୁଣ୍ଠାପ୍ରକାଶ କରୁଥିବା ବାରି ହୋଇ ଯାଉଛି ବୋଲି ଜିଲାପାଳ କହିଥିଲେ। ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା ହୋଇଥିବାରୁ ଶିକ୍ଷା ଋଣ ନେବା ପାଇଁ ଅଧିକାଂଶ ଇଚ୍ଛା ପ୍ରକାଶ କରିଥାନ୍ତି। କିନ୍ତୁ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ନିରାଶ କରୁଛନ୍ତି। ଯେଉଁ କାରଣରୁ ଜିଲାରେ ଶିକ୍ଷା ଋଣ ହାର ବହୁତ କମ। ସେହିପରି ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ହୋଇଥିବାରୁ କୃଷି ଋଣ ନେବା ପାଇଁ ଚାଷୀ ଚାହିଁ ବସିଥାନ୍ତି। ହେଲେ ଚାଷୀଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ କୁଣ୍ଠାବୋଧ କରୁଛନ୍ତି। ବ୍ୟାଙ୍କଗୁଡିକ ପାଖରେ ଋଣ ପ୍ରଦାନ ସମ୍ପର୍କିତ କୌଣସି ତଥ୍ୟ ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ।
ଏଥିରେ ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ, ଯୁବ ଉଦ୍ୟୋଗୀ, ଚାଷୀଙ୍କୁ ଋଣ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ସରକାରଙ୍କ ଅନେକ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକେ ପାଇବା ଉଚିତ। ହିତାଧିକାରୀଙ୍କୁ ଋଣ ଓ ରିହାତି ଦେବା କ୍ଷେତ୍ରରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ବ୍ୟାଙ୍କରମାନେ ବିଭିନ୍ନ କ୍ଷେତ୍ରରେ ଆନ୍ତରିକତା ପ୍ରକାଶ କରୁ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଉପରେ ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ ଜୋନାଲ ମ୍ୟାନେଜରଏଚ୍‌. କେ. ଆରୋରା, ଏଲ୍‌ଡିଏମ୍‌ ସତୀଶ କୁମାର ପାତ୍ର, ପୂର୍ବତନ ଏଲ୍‌ଡିଏମ୍‌ ଅନିଲ ପଟ୍ଟନାୟକ, ଆର୍‌ବିଆଇ ପ୍ରତିନିଧି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ଏଡିଏମ୍‌ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି, ଏଲ୍‌ଡିଓ ଖୁସିରାମ ସାହୁ, ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ଉପସ୍ଥିତ ଥିଲେ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ଯୋଜନାରେ ଯୁବତୀଯୁବକଙ୍କୁ କ୍ଷୁଦ୍ର ଋଣ ପ୍ରଦାନ, ଦକ୍ଷତା ବିକାଶ, ଅର୍ଥନୈତିକ ସାକ୍ଷରତା ଶିବିର, ଓଡ଼ିଶା ଜୀବିକା ମିଶନ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଆଧିକାର ବିକାଶ ନିଗମ, କୃଷି ଭିତ୍ତିକ କାର୍ଯ୍ୟକ୍ରମ, କିଶାନ କ୍ରେଡିଟ୍‌ କାର୍ଡ ଆଦି ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସତୀଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri