ଜଗତ୍‌ସିଂହପୁର

ମହାନଦୀ ପୋଲକୁ ବିପଦ ଭାରିଯାନ: ଅଟକି ରହୁଛି ଶତାଧିକ ଟ୍ରକ

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏକ ବୃହତ ପୋଲ। ୯୭୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଉପରେ ଏବେ ଶତାଧିକ ଭାରିଯାନ ଧାଡ଼ିରେ ଅଟକି ରହୁଛି। ଅର୍ଥାତ୍‌ ପୋଲର ଗୋଟିଏ…

ପାରାଦୀପ-ହରିଦାସପୁର ରେଳପଥ : କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ଏନ୍‌ଜିଟି

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏହି ରେଳପଥ ନିର୍ମାଣ କ୍ଷେତ୍ରରେ ଅନିୟମିତତା ଏବଂ ଇଆଇଏ (ଏନଭର୍ନମେଣ୍ଟ ଇମ୍ପ୍ୟାକ୍ଟ ଆସେସମେଣ୍ଟ)କୁ ନେଇ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁଯାୟୀ,…

ଶିକ୍ଷକ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର

ନାଉଗାଁ,୨୨।୮(ସ୍ବ.ପ୍ର.): ଜଗତସିଂହପୁର ଜିଲା ଅନ୍ତର୍ଗତ ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଗୋପାଳଜିଉ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ବୁଧବାର ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ରୀଛାତ୍ରୀ, ଅଭିଭାବକ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ରାସ୍ତା…

ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି କିଣି ରଖିପାରିବେ। ଯଦ୍ଦ୍ବାରା ଛାତ୍ରୀଛାତ୍ରଙ୍କୁ ବହୁ ଶିକ୍ଷଣୀୟ ପୁସ୍ତକ ସହଜରେ ପଠନ ପାଇଁ ସୁଯୋଗ…

ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା ସାହୁଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅପରାହ୍ନରେ ଶିଶୁପୁତ୍ର ଓ ତାଙ୍କ ମା’ବାପାଙ୍କୁ ଜିଲା…

ବ୍ଲକ କାର୍ଯ୍ୟାଳୟ ପରିସରରେ ନାହିଁ ଶୌଚାଳୟ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

ଏରସମା,୨୧ା୮(ସ୍ବ.ପ୍ର.): ଏରସମା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମଙ୍ଗଳବାର ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରକାଶ…

୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଓ ସହାୟତା ଦେବା…

ଜନ ଶୁଣାଣିରେ ଉଠିଲା ଆବାସ ଦୁର୍ନୀତି ଅଭିଯୋଗ: ବିଡିଓଙ୍କ ସହ ଗ୍ରାମବାସୀ ମୁହାଁମୁହିଁ

ଜଗତ୍‌ସିଂହପୁର ଅଫିସ,୨୦ା୮: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତିକୁ ନେଇ ଅଭିଯୋଗ ଉଠିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ

ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ…

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌ ନ ଥିବାରୁ ଚିଙ୍ଗୁଡି ଘେରି ମାଲିକ ଓ ଧାନଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି…

ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ ବେଳେ ମଠସାହି ଘେରିବନ୍ଧକୁ କାଟି ଖେଲାଇ ଦିଆଯାଇଥିଲା। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି…

ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ ପୌରପାଳିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri