ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ ସାକ୍ଷାତକାର ଆରମ୍ଭ ହୋଇଛି। ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୧୯୫ ଜଣ ମହିଳା ଓ ଯୁବତୀ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏଥିରୁ ୧୯ ଓ୍ବାର୍ଡ ପାଇଁ ୨୯ ଜଣ ସ୍ବଚ୍ଛସାଥୀ ଓ ୭ ସୁପରଭାଇଜର ନିଯୁକ୍ତି ପାଇବେ। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ପୌର କାର୍ଯ୍ୟାଳୟରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ପୌରାଞ୍ଚଳରେ ରହୁଥିବା ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଭାଗ ନେଇପାରିବେ। କିନ୍ତୁ ସାକ୍ଷାତକାର ଦେବାକୁ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଯୁବତୀ ଆସିଥିଲେ। ସେମାନଙ୍କ ଯୋଗ୍ୟତା ଯୁକ୍ତ ୨ ଓ ଯୁକ୍ତ ୩ ଥିଲେ ହେଁ ପଞ୍ଜିକୃତ ଏସ୍‌ଏଚ୍‌ଜିରେ ସେମାନେ ସାମିଲ ହୋଇଥିବା କାଗଜପତ୍ରରେ ଜଣାଇଛନ୍ତି, ଯାହାକି ବିଚାରକଙ୍କୁ ଅଡୁଆରେ ପକାଇଛି। ଯେଉଁ ଏସ୍‌ଏଚ୍‌ଜି ନାମ ସେମାନେ ଦର୍ଶାଇଛନ୍ତି, ସେମାନଙ୍କ ନାମ ପୌର ପାଳିକାରେ ଥିବା ଏସ୍‌ଏଚଜି ସଦସ୍ୟାଙ୍କ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡୁଛି। କେତେକ ଆଶାୟୀ ପୁରୁଣା ଏସ୍‌ଏଚ୍‌ଜିରେ ଚଳିତ ଅଗଷ୍ଟ ମାସରେ ନାମ ଯୋଡ଼ିଥିବା ରେକର୍ଡରୁ ଜଣାଯାଇଛି। ଏବେ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ରକୁ ୩ ଜଣିଆ କମିଟି ଯାଞ୍ଚ କରୁଛନ୍ତି। ସେମାନେ ହେଲେ ଡିଆରଡିଏ ଅଧିକାରୀ, ଡୁଡା ଅଧିକାରୀ ଓ ସିଡିପିଓ। ଜଣେ ପ୍ରାର୍ଥୀଙ୍କ ପାଇଁ ଯାଞ୍ଚ ପ୍ରକ୍ରିୟା ଓ ପ୍ରଶ୍ନୋତ୍ତର ସମୟ ସାପେକ୍ଷ ଥିବାରୁ ମଙ୍ଗଳବାର ସାକ୍ଷାତକାର ଶେଷ ହୋଇନାହିଁ। ଆଉ ଦିନେ କିମ୍ବା ଦୁଇଦିନ ହେବ ବୋଲି କୁହାଯାଇଛି। ଏଥିରୁ ଯୋଗ୍ୟ ପ୍ରାର୍ଥତ୍ନୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଚୟନ କରାଯିବ। ସୂଚନାଯୋଗ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଅଧୀନରେ ଏହି ସ୍ବଚ୍ଛସାଥୀମାନେ ପ୍ରତି ଓ୍ବାର୍ଡରେ ଆବର୍ଜନା ପରିଚାଳନା କରିବେ। କିପରି ଶୁଖିଲା ଆବର୍ଜନାକୁ ଅଲଗା କରି କବାଡିଆଙ୍କୁ ବିକ୍ରି କରାଯିବ ଓ ଓଦା ଆବର୍ଜନାକୁ ଖତ କରାଯିବ ସେହି କାମ ସ୍ବଚ୍ଛସାଥୀ କରିବେ। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାଶ୍‌ ରଖାଯାଇଛି। ଆଶାୟୀ ସେହି ଓ୍ବାର୍ଡର ବାସିନ୍ଦା ପ୍ରମାଣପତ୍ର ଓ ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା ହୋଇଥିବା ଅପରିହାର୍ଯ୍ୟ। ଏବେ ଯୁବତୀମାନେ ଏହି ସାକ୍ଷାତକାରରେ ଅଂଶଗ୍ରହଣ କରିବାକୁ ନେଇ କେତେଜଣ ଏସ୍‌ଏଚ୍‌ଜି ମହିଳା ଆପତ୍ତି ଉଠାଇଛନ୍ତି। ଏହି ସାକ୍ଷାତକାର ଶେଷ ପରେ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଭାସ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?