ଡ୍ରୋନ୍‌ କ୍ୟାମେରାରେ ତାରପୁର ମହାନଦୀ ବ୍ରିଜର ସର୍ବେକ୍ଷଣ

ରଘୁନାଥପୁର, ୨୯। ୮ (ଡି.ଏନ.ଏ.)- ମହାନଦୀ ସାଉଥ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାଘୁନାଥପୁର ବ୍ଲକ ତାରପୁରସ୍ଥିତ ମହାନଦୀ ବ୍ରିଜ୍‌ ସ୍ପାନ ଜଏଣ୍ଟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିଲା। ଆରଆଣ୍ଡବି ବିଭାଗ ପକ୍ଷରୁ ୧୯୯୭ରେ ୬୨୩ ମିଟର ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଦୁଇବର୍ଷ ତଳେ ଯାତାୟାତକୁ ଦୃଷ୍ଟିରେ ରଖି ଆରଆଣ୍ଡବି ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲେ ସୁଧା ପୁନର୍ବାର ପିଲରକୁ ପିଲର ବ୍ରିଜ ସଂଯୋଗ ସ୍ଥାନରେ ଖାଲ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ତଳେ ବିଶ୍ୱବ୍ୟାଙ୍କ ମୁଖ୍ୟଯନ୍ତ୍ରୀ ଅନିଲ ତ୍ରିପାଠୀ ବ୍ରିଜ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସି ଡ୍ରୋନ୍‌ କ୍ୟାମେରା ଦ୍ୱାରା ଫଟୋ ଗ୍ରାଫି କରାଯାଇ ଏହାର ସର୍ବେକ୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ। ଗୁରୁବାର ଉକ୍ତ ବିଭାଗ ପକ୍ଷରୁ ଇନଭେଣ୍ଟଗ୍ରୀଡର ଦୁଇ ଟେକନିକାଲ ଏକ୍ସପର୍ଟ ଡ୍ରୋନ୍‌ କ୍ୟାମେରା ଦ୍ୱାରା ସମୁଦାୟ ବ୍ରିଜର ଭିଡିଓ ଗ୍ରାଫି କରିଛନ୍ତି। ଏହା ମଧ୍ୟରେ ସୁପରଷ୍ଟ୍ରକ୍‌ଚର ଓ ବିୟରିଂ କଣ୍ଡିଶନର ପର୍ଯ୍ୟାୟକ୍ରମେ ଭିଡିଓ ଗ୍ରାଫି ହେବା ସହ ବ୍ରିଜ ତଳେ ନିର୍ମିତ ବକ୍ସ ଗାର୍ଡର ମଧ୍ୟରେ କ୍ୟାମେରା ପ୍ରବେଶ କରି ସମ୍ପୂର୍ଣ୍ଣ ଫଟୋ ଉଠାଇବ ବୋଲି ପ୍ରକାଶ କରିଥିଲେ। ଏହି ଥର୍ମାଲ ଇମେଜିଂ ୪ କେ ସାଇଜ ଭିଡିଓ ଏବଂ ଫଟୋଗୁଡିକ ସ୍ପେସିଆଲ ସପ୍ଟଓ୍ବାର ଦ୍ୱାରା ଆର୍ଟିଫେସିଆଲ ଇଣ୍ଟେଲଜେନ୍ସିକୁ ଯାଇ ପ୍ରକୃତ ଅସୁବିଧା ସମ୍ପର୍କରେ ଜଣାପଡିବ ବୋଲି ଏକ୍ସପର୍ଟମାନେ ପ୍ରକାଶ କରିଥିଲେ। ଏହାର ତଦନ୍ତ ପ୍ରକ୍ରିୟା ୧୫ ଦିନ ଭିତରେ ସରିବ ବୋଲି କହିଥିଲେ। ଜେଇ ବିନୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଭିଡିଓ ଗ୍ରାଫି ଚାଲିଥିବା ବେଳେ ଫକୀରପଡା ଏସ୍‌ଡିଓ ରତିକାନ୍ତ ବେହେରା ଓ କର୍ମଚାରୀ ବିଶ୍ୱନାଥ ମହାନ୍ତି, ମନୋଜ ପରିଡା ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri