ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ: ଭୁଲ ଜଙ୍ଗଲ ଜମି ରିପୋର୍ଟକୁ ନେଇ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ,୨୯ା୮: ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବକୁ ନେଇ କିଛି ସମୟ ଆଲୋଚନା ଚାଲିଥିଲା। ଏତିକିବେଳେ ଜଙ୍ଗଲ ଜମି ଯୋଗାଣରେ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିଥିଲା। ବିଶେଷକରି ଜଙ୍ଗଲ ଜମି ସଂକ୍ରାନ୍ତରେ ଜିଲାରୁ ସରକାରଙ୍କ ନିକଟକୁ ଯାଇଥିବା ରିପୋର୍ଟ ଠିକ ନ ଥିବାରୁ ଅନେକ ସମସ୍ୟା ଉପୁଜିଛି। ଅଙ୍ଗନୱାଡି କେନ୍ଦ୍ର ସମେତ ଅନେକ କିଛି ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବାରେ ବାଧା ଉପୁଜିଛି। ସାଧାରଣ ଭାବେ ଲୋକେ ଜାଣନ୍ତି ଯେ, ଆଦିବାସୀଙ୍କୁ ଜଙ୍ଗଲ ଜମି ମିଳେ। ବାସ୍ତବରେ ଯେଉଁମାନେ ୩ ପୁରୁଷ ଧରି ଜଙ୍ଗଲ ଉପରେ ନିର୍ଭରଶୀଳ ଅର୍ଥାତ୍‌ ଏହାକୁ ଆଧାର କରି ଜୀବନଜୀବିକା ନିର୍ବାହ କରନ୍ତି ସେମାନଙ୍କୁ ଏହି ଜମି ମିଳିପାରେ ବୋଲି ଅନେକ ଜାଣନ୍ତି ନାହିଁ। ଜିଲାରୁ ଯାଇଥିବା ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇ ନ ଥିବାରୁ ଏରସମା ସମେତ ଜିଲାର କେତେକ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲ ଜମି ମିଳିପାରୁନାହିଁ। ସେମାନଙ୍କ ମଧ୍ୟରୁ ଜପାର ୮୭୦ ପରିବାର ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଜିଲାର ୬,୦୦୦ ଏସ୍‌ଏଚ୍‌ଜି (ସ୍ବୟଂ ସହାୟକ ଗୋଷ୍ଠୀ)ଙ୍କୁ ମଞ୍ଜି କିଣା ବାବଦରେ ସରକାର ଟଙ୍କା ଦେଇଛନ୍ତି। ଜିଲାର ୧,୨୦,୦୦୦ ଏସ୍‌ଏଚ୍‌ଜି ସଭ୍ୟ ରହିଛନ୍ତି। ସେମାନଙ୍କୁ ଚଳିତବର୍ଷ ନଡ଼ିଆ, ଆମ୍ବ ଓ କଦଳୀ ଚାଷ ପାଇଁ ପ୍ରୋତ୍ସାହିତ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଜିଲାର ବିଭିନ୍ନ ବିଭାଗ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଡିଆର୍‌ଡିଏ ୱେବ୍‌ ପୋର୍ଟାଲ ଖୋଲାଯିବ। ଏହାଦ୍ୱାରା ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।
ବୈଠକରେ ମୃତ୍ତିକା ସଂରକ୍ଷଣ ବିଭାଗର ନିସ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ ପାଇଥିଲା। କର୍ମଚାରୀ ଅଭାବ ଯୋଗୁ କାମ ଆଗେଇ ପାରୁ ନ ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏହାପରେ ଜିଲାରେ ନିର୍ମାଣାଧୀନ ୧୫୧ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୧୩୬ଟି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା। କିନ୍ତୁ ଏହି ତଥ୍ୟ ଭୁଲ ଥିବା ନେଇ ଜିଲାପାଳ ସନ୍ଦେହ ପ୍ରକାଶ କରିଥିଲେ। କେତେକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାମ ଜମି ସମସ୍ୟା ଯୋଗୁ ଆଗେଇ ପାରୁ ନ ଥିବା ଅନେକ କହିଥିଲେ। ଯେଉଁଠି ଯେଉଁ ବିଭାଗ ପ୍ରତିବନ୍ଧକ ସାଜିଛି ସେ କ୍ଷେତ୍ରରେ ବିଭାଗ ସହ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। କୃଷି କ୍ଷେତ୍ରରେ କୀଟନାଶକ ସମସ୍ୟା ସୃଷ୍ଟି କରୁଛି। ତେଣୁ ସରକାର ସେଫ୍‌ ୟୁଜ୍‌ ଅଫ ପେଷ୍ଟିସାଇଡ୍ସ ଯୋଜନା ଆରମ୍ଭ କରିଛନ୍ତି। ବ୍ଲକରେ ୨ ବର୍ଷ ହେବ ଆତ୍ମା କମିଟି ଗଠନ ହୋଇନି। ନିକଟରେ ଗୋଟିଏ ବ୍ଲକରେ ଏହା ହୋଇଥିବା ବେଳେ ଅବଶିଷ୍ଟ ୭ଟିରେ ତୁରନ୍ତ କରାଯିବାକୁ ଦାବି ହୋଇଥିଲା। ତେବେ ଚଳିତ ମାସ ଶେଷ ସୁଦ୍ଧା ଏହି କମିଟି ଗଠନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବାତ୍ୟା ଫନୀ ଯୋଗୁ ଜିଲାରେ ମୁଗ ଚାଷ ଉଜୁଡିଥିଲା। ଏହି କ୍ଷୟକ୍ଷତି ପାଇବା ପାଇଁ ଆବେଦନ ଚାଲିଛି। ଏ କ୍ଷେତ୍ରରେ ଭିଏଡବ୍ଲ୍ୟୁ ଓ ଆର୍‌ଆଇଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସେମାନଙ୍କ ଦେଖା ମିଳୁନି। ଦଲାଲ ୨୦୦ରୁ ୫୦୦ ଟଙ୍କା ସଂଗ୍ରହ କରି ଫର୍ମ ବିକ୍ରି କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଜଳସମ୍ପଦ ବିଭାଗ କାର୍ଯ୍ୟ ସନ୍ତୋଷଜନକ ନ ଥିବା ନେଇ ମଧ୍ୟ ଦୁଃଖପ୍ରକାଶ କରାଯାଇଥିଲା। ଏମ୍‌ପାୱାର କମିଟି ବୈଠକ ଡକାଯାଉ ନ ଥିବାରୁ ଅନେକ ସମସ୍ୟା ହେଉଛି। ଏହି ବୈଠକ ଯଥାଶୀଘ୍ର ଡକାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗଡ଼ ହରିଶପୁର ନିକଟରେ ସମୁଦ୍ର ବେଳାଭୂମି କାମ କାହିଁକି ଅଟକିଛି ବୋଲି ପ୍ରଶ୍ନ ଉଠିଥିଲା। ପରିବେଶ ଉପରେ ଆଞ୍ଚ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଅଙ୍କୁଶ ଲଗାଇଥିବା କୁହାଯାଇଥିଲା। ନଗରି ସ୍ଲୁଇସ୍‌ ଗେଟ୍‌, ମରାମତି ପାଇଁ ଦାବି ହୋଇଥିଲା। ଦଳେଇ ଘାଇ ନିକଟରେ ମୁଖ୍ୟ କେନାଲ ଲାଇନିଂ ହେବ ବୋଲି କୁହାଯାଇଥିଲା। ହଂସୁଆ ଜଳ ନିସ୍କାସନ ହୋଇପାରୁ ନ ଥିବାରୁ ଅନେକ ସମସ୍ୟା ହେଉଛି। ଜଟାଧାରୀ ମୁହାଣ ଓ ନଗରୀ ଶଯ୍ୟା ସଫା କରାଯିବ। ଜିଲାରେ ୫୯ ଡାକ୍ତର ଓ ୮୩ ପାରାମେଡିକାଲ କର୍ମଚାରୀ ପଦବୀ ଖାଲି ଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଥିବା କୁହାଯାଇଥିଲା। ବିଭିନ୍ନ ବ୍ଲକରେ ହେଉଥିବା ଜଳମଗ୍ନ ଅଞ୍ଚଳର ଡ୍ରେନେଜ୍‌ ସମସ୍ୟାର ପ୍ରକଳ୍ପ ଚିହ୍ନଟ ବେଳେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବାକୁ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲା ପରିଷଦ ସଭ୍ୟାସଭ୍ୟ, ବିଭିନ୍ନ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?