ଜଗତ୍‌ସିଂହପୁର

ଚାକିରି ଦେବା ନାଁରେ ନିର୍ଯାତନା

ଜଗତ୍‌ସିଂହପୁର ଅଫିସ୍‌, ୯।୧: ଭଲ କମ୍ପାନୀରେ ଚାକିରି କରାଇଦେବାକୁ କହି ଜଗତ୍‌ସିଂହପୁର ଥାନା ଅଳସୁଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କଠାରୁ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା, ସାର୍ଟିଫିକେଟ୍‌ ନେଇଯିବା ସହ ୧୪ ଦିନ କାଳ ନିର୍ଯାତନା ଦେଇଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି।…

ଛାତ୍ରୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ: ପୃଥକ୍‌ ମାମଲା, ଟ୍ୟୁଶନ ଶିକ୍ଷକ ଗିରଫ

ନାଉଗଁ।, ୯।୧ (ସ୍ବ.ପ୍ର):ଚାକିରି କରାଇ ଦେବା ନଁ।ରେ ନାଉଗାଁ ବ୍ଲକ ନନ୍ଦୀ ଗ୍ରାମର ଜଣେ ଟ୍ୟୁଶନ ଶିକ୍ଷକ ଝିଅମାନଙ୍କୁ ନେଇ ପାରାଦୀପରେ ଦେହ ବ୍ୟବସାୟରେ ନିୟୋଜିତ କରିବା ପରେ ନିଜ ଘରେ ରଖିବା ଓ ସେମାନଙ୍କ ମା’ବାପାଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି।…

ଶୂନ୍ୟରେ ଚାଲିଛି ୮୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ପାରାଦୀପ,୯ା୧(ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପରେ ବାଲ୍ୟଶିକ୍ଷା ପାଇଁ ଉଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ପରିଚାଳନା ନୀତି ଏକପ୍ରକାର ପ୍ରହସନ ପାଲଟିଛି। ୨୦୧୧ରୁ ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ୮୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। କିନ୍ତୁ ବିଡ଼ମ୍ବନାର ପ୍ରସଙ୍ଗ ହେଲା ୮୪…

ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ସ୍ଥାନୀୟ ଏସକେ ଏକାଡେମୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି ମୁନସିପାଲଟି…

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ ପ୍ରଭାବତିଙ୍କୁ ସ୍ବାମୀ ଓ ଶାଶୁଘର ଲୋକେ ମାରି ଦେଇଥିବା ପ୍ରଭାବିତଙ୍କ ବାପା ଅଭିଯୋଗ କରିଛନ୍ତି।…

ଜୀବନ ନେବ ମୁକୁଳା ଟ୍ରାନ୍ସଫର୍ମର: ବିଦ୍ୟୁତ୍‌ ବିଭାଗର ନିଘା ନାହିିଁ

ନାଉଗାଁ ,୮ା୧(ସ୍ବ.ପ୍ର.):ନାଉଗାଁ ବଜାରରେ ରହିଛି ୫୦୦ କେ.ଭି. ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସସଫର୍ମରରୁ ନାଉଗାଁ ବଜାର ସମେତ ଆଖପାଖ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଟ୍ରାନ୍ସଫର୍ମରଟି ବଜାରରେ ଥିବା ପୁରୁଣା ଯାତ୍ରୀ ବିଶ୍ରାମ ଘର ପାଖରେ ରହିଛି। ମାତ୍ର ଏହି…

ଅବକାରୀ ଚଢ଼ାଉ, ୩ ଗିରଫ

ବାଲିକୁଦା,୮ା୧(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ସମୟରେ ଏରସମା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୮ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୩ଜଣ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ…

ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ ଟାୱାର ଅସୁରକ୍ଷିତ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସମୁଦ୍ର ଜଳପତ୍ତନ ବୃଦ୍ଧି ଏହାର ପ୍ରମୁଖ…

ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍‌ପେଟ୍‌ସ ଲିମିଡେଟ୍‌(ପିପିଏଲ୍‌) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ ପକ୍ଷରୁ ମିଳିଥିବା ପକ୍ଷୀଗଣନା ରିପୋର୍ଟ ଅନୁସାରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଏସବୁ ଜଳାଶୟରେ…

ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ…

ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ…

ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ପାରାଦ୍ୱୀପ, ୬।୧(ସ୍ବ.ପ୍ର): ପାରାଦ୍ୱୀପ ମାଛଧରା ବନ୍ଦର ପୋତାଶ୍ରୟରେ ସୋମବାର ଜଣେ ନିଖୋଜ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର କରିଛି ମେରାଇନ୍‌ ପୋଲିସ୍‌ । ସେ ହେଲେ ଭଦ୍ରକ ଜିଲାର ଉପେନ୍ଦ୍ର ପରିଜା(୪୦)। ଗତ ୧ ତାରିଖରୁ ସେ ନିଖୋଜ ଥିଲେ ବୋଲି ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?