ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ ପ୍ରଭାବତିଙ୍କୁ ସ୍ବାମୀ ଓ ଶାଶୁଘର ଲୋକେ ମାରି ଦେଇଥିବା ପ୍ରଭାବିତଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଏକ ମାମଲା ନଂ-୪/୨୦ ରୁଜୁ କରିବା ସହ ପ୍ରଭାବତିଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିଲୀପ ସାହୁ କହିଛନ୍ତି। କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ଗ୍ରାମର ପ୍ରମୋଦ ସେଠୀଙ୍କ ଝିଅ ପ୍ରଭାବତି ୯ବର୍ଷ ତଳେ ସୁଦାମଙ୍କୁ ବିବାହ କରିଥିଲେ। ବିବାହ ସମୟରେ ପ୍ରଭାବତିଙ୍କ ବାପା ଯୌତୁକ ବାବଦରେ ୧ଲକ୍ଷ ଟଙ୍କା ସହ ଅନ୍ୟ ସାମଗ୍ରୀ ଦେଇଥିଲେ। ବିବାହର ୨ବର୍ଷ ପରେ ଆଉ ୫୦ହଜାର ଟଙ୍କା ବାପଘରୁ ଆଣିବା ପାଇଁ ବାରମ୍ବାର ପ୍ରଭାବତିଙ୍କୁ ତାଙ୍କ ଶାଶୁ ଘର ଲୋକ କହି ଆସୁଥିଲେ। ଫଳରେ ପ୍ରଭାବତି ବାପାଙ୍କୁ ଏକଥା ଜଣାଇଥିଲେ। ତାଙ୍କ ବାପା ଗ୍ରାମର ଭଦ୍ର ଲୋକଙ୍କୁ ନେଇ କୁଜଙ୍ଗ ଥାନାରେ ଏହାର ସମାଧାନ କରାଇଥିଲେ। କିନ୍ତୁ ଗତ ୫ ତାରିଖ ଦିନ ପ୍ରଭାବତିଙ୍କୁ ଶାଶୁ, ସ୍ବାମୀ,ଶ୍ୱଶୁର ମିଶି ମାଡ଼ ମାରିବା ସହ ଖାଇବାକୁ ଦେଇ ନ ଥିଲେ। ମଙ୍ଗଳବାର ଫୋନ ଦ୍ୱାରା ପ୍ରଭାବତି ଅସୁସ୍ଥ ଥିବା ଶଶୁଘର ଲୋକେ ତାଙ୍କ ବାପାଙ୍କୁ ଜଣାଇଥିଲେ। ବାପା ପ୍ରମୋଦ ଯାଇ ଦେଖିବାବେଳକୁ ଝିଅର ମୃତ୍ୟୁ ହୋଇ ସାରିଥିଲା। ତେଣୁ ତାଙ୍କ ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ସେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri