ଶୂନ୍ୟରେ ଚାଲିଛି ୮୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ପାରାଦୀପ,୯ା୧(ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପରେ ବାଲ୍ୟଶିକ୍ଷା ପାଇଁ ଉଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ପରିଚାଳନା ନୀତି ଏକପ୍ରକାର ପ୍ରହସନ ପାଲଟିଛି। ୨୦୧୧ରୁ ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ୮୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। କିନ୍ତୁ ବିଡ଼ମ୍ବନାର ପ୍ରସଙ୍ଗ ହେଲା ୮୪ କେନ୍ଦ୍ରର କୌଣସି ଚିହ୍ନବର୍ଣ୍ଣ ନାହିଁ। ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି। ଏଥିପାଇଁ ସେହି କେନ୍ଦ୍ରରେ ଦର୍ଶାଯାଉଥିବା ଶିଶୁଙ୍କ ପାଇଁ ଖାଦ୍ୟ ପୋଷାକ, ଛତୁଆ, ବହି, ଖେଳନା ଆଦି ଆସୁଛି। କିନ୍ତୁ ସେ ସବୁକୁ କେତେ ପିଲାଙ୍କ ପାଖକୁ ଯାଉଛି ତା’ର ଠିକଣା ନାହିଁ କହିଲେ ଚଳେ। ୨୦୧୧ ପୂର୍ବରୁ ପୌରାଞ୍ଚଳରେ ୧୬ଟି ବାଲବାଡ଼ି ଥିଲା। ୨୦୧୧ରେ ସରକାର ବାଲବାଡି ବନ୍ଦ କରି ଅଙ୍ଗନଓ୍ବାଡି ସେଣ୍ଟର ଘୋଷଣା କଲେ। ୨୦୧୧ ଜନଗଣନା ରିପୋର୍ଟ ଆଧାରରେ ପୌରାଞ୍ଚଳର ୨୫ ବସ୍ତିରେ ୯୪ କେନ୍ଦ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେତେବେଳର ଜନଗଣନା ରିପୋର୍ଟ ଅନୁସାରେ ପୌରାଞ୍ଚଳର ଜନସଂଖ୍ୟା ୬୮,୩୧୦। ୬ ବର୍ଷରୁ କମ୍‌ ପିଲା ସଂଖ୍ୟା ୬,୯୮୬ ଥିଲା। ପିଲାଙ୍କ ଅନୁସାରେ ୯୪ କେନ୍ଦ୍ର ଘୋଷଣା ହୋଇଥିଲା। କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ ଓ ରାଜନୈତିକ ବିବାଦ ଯୋଗୁ କେତେକ ବସ୍ତିରେ ସେଣ୍ଟର ଚିହ୍ନଟ ଓ କର୍ମୀ ନିଯୁକ୍ତି ବିଳମ୍ବ ହୋଇଛି। ୨୦୧୯ ଡିସେମ୍ବର ସୁଦ୍ଧା ୮୪ କେନ୍ଦ୍ର ଚାଲିଛି ବୋଲି ସିଡିପିଓଙ୍କ ଅଫିସରୁ ସୂଚନା ମିଳିଛି। ଏବେ ଯେଉଁ ସ୍ଥାନକୁ ଅଙ୍ଗନଓ୍ବାଡି ସେଣ୍ଟର ବୋଲି ଦର୍ଶାଯାଉଛି ସେଗୁଡିକ କର୍ମୀଙ୍କ ଜବରଦଖଲରେ ଥିବା ଜଣାପଡ଼ିଛି। ସେଠାରେ କର୍ମୀଙ୍କ ପରିବାର ରହୁଛନ୍ତି। ସେଣ୍ଟର କେତେବେଳେ ଖୋଲେ ତାହା ଦେଖିବା ବିରଳ। କିନ୍ତୁ ପ୍ରତି କେନ୍ଦ୍ରରେ ୧୫ରୁ ୩୦ ପିଲା ପଢ଼ୁଥିବା କାଗଜକଲମରେ ଦର୍ଶାଯାଉଛି।
ଅନ୍ୟ ଏକ ପ୍ରସଙ୍ଗ ହେଲା ପାରାଦୀପରେ ସମୁଦାୟ ବିଦ୍ୟାଳୟ ସଂଖ୍ୟା ୫୧। ସେଥିରୁ ୧୮ ସରକାରୀ ଥିବାବେଳେ ୩୩ଟି ହେଉଛି ଘରୋଇ। ଘରୋଇ ବିଦ୍ୟାଳୟ ମଧ୍ୟରେ ପ୍ରାରମ୍ଭ ଶିକ୍ଷା ଦେଉଥିବା ବିଦ୍ୟାଳୟ ୧୫ଟି ରହିଛି। ଯେଉଁଥିରେ ପ୍ରାୟ ୫ ହଜାର ଶିଶୁ ପାଠ ପଢ଼ୁଛନ୍ତି। ଅର୍ଥାତ୍‌ ଜନଗଣନା ରିପୋର୍ଟକୁ ତର୍ଜମା କଲେ ପ୍ରାୟ ସମସ୍ତ ୬ ବର୍ଷରୁ କମ୍‌ ଶିଶୁ ଘରୋଇ ସ୍କୁଲରେ ପଢ଼ୁଛନ୍ତି। ପାରାଦୀପରେ ୧୭୪୧୧ ଝୁମ୍ପୁଡି ଘର ଓ ୫୩୫୦ କ୍ୱାର୍ଟର ରହିଛି। ଉକ୍ତ ଘରଗୁଡିକୁ ସୀମା ନିର୍ଦ୍ଧାରଣ କରାଯାଇ ଅଙ୍ଗନଓ୍ବାଡି ଏରିଆ କରାଯାଇଛି। ଯାହା ସେହି ଅଙ୍ଗନଓ୍ବାଡି କର୍ମୀ ବ୍ୟତୀତ ଅନ୍ୟମାନଙ୍କୁ ଜଣାନାହିଁ। ଝୁମ୍ପୁଡ଼ି ଘର ଓ କ୍ୱାର୍ଟରରେ ଥିବା ମହିଳାଙ୍କ ଯଦି ଗର୍ଭଧାରଣ ହେଉଛି ସେମାନେ ଖୋଜୁଛନ୍ତି କର୍ମୀଙ୍କୁ। ଏଥିସହ ଭୋଟର ଲିଷ୍ଟରେ ନାମ ଯୋଡ଼ିବା ବା କାଟିବାବେଳେ ଲୋକେ ଖୋଜନ୍ତି କର୍ମୀ କେଉଁଠି ରୁହନ୍ତି। ସରକାରୀ ଭାବେ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଲାପି କୋଠାଘର ପାରାଦୀପରେ ଗୋଟିଏ ବି ନାହିଁ। କିନ୍ତୁ କର୍ମୀ ଓ ସହାୟିକାଙ୍କୁ ଦରମା ଦେବାରେ ସରକାର ମାସକୁ ପ୍ରାୟ ୯ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ସୁପ୍ରିମ୍‌କୋର୍ଟ ୨୦୧୨ ଅକ୍ଟୋବର ୪ରେ ଘୋଷଣା କରିଥିଲେ ଯେ, ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୬ମାସ ମଧ୍ୟରେ ଶୌଚାଳୟ କରାଯିବା ବାଧ୍ୟତାମୂଳକ। କିନ୍ତୁ ପରାଦୀପର କଥାକଥିତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏ ପର୍ଯ୍ୟନ୍ତ ପାନୀୟଜଳ, ଶୌଚାଳୟ ଓ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇ ପାରିନାହିଁ।
ଅନ୍ୟପକ୍ଷରେ ପାରାଦୀପରେ ଦ୍ୱୈତଶାସନ ଚାଲିଛି। ଯେଉଁଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ମେଜର ପୋର୍ଟ ଆକ୍ଟ ୧୯୬୩ ଓ ପୌରପାଳିକା ନିୟମ ୧୯୭୯ ସମାନ ଜାଗାରେ ଚାଲିଛି। କୌଣସି ସରକାରୀ ସ୍କୁଲ କିମ୍ବା ଅଙ୍ଗନଓ୍ବାଡି ସେଣ୍ଟର କରିବାକୁ ହେଲେ ସେହି ଜାଗାକୁ ସମ୍ପୃକ୍ତ ସ୍କୁଲ କିମ୍ବା ସେଣ୍ଟର ନଁାରେ ହେବା ବାଞ୍ଛନୀୟ ବୋଲି ନିୟମ କହୁଛି। ମେଜର ପୋର୍ଟ ଆଇନ କହୁଛି ତାଙ୍କ ଜମିକୁ କାହାକୁ ଦେଇପାରିବେ ନାହିଁ। ଏପରି ବ୍ୟବସ୍ଥାର ଯୋଜନାର ଲକ୍ଷ୍ୟ ସାଧିତ ହୋଇପାରୁନାହିଁ। ଅପରପକ୍ଷେ କେତେକଙ୍କୁ ଏହା ବେଶ୍‌ ସୁହାଉଛି। ଅଙ୍ଗନଓ୍ବାଡି ଅର୍ଥ ସରକାରୀ ତହବିଲରୁ ଆଣିବା ପାଇଁ ଯୌଥ ବ୍ୟାଙ୍କ ଆକାଉଣ୍ଟ ରହିବା କଥା ଏବଂ ରହୁଛି ମଧ୍ୟ। ସ୍ଥାନୀୟ କାଉନସିଲର ଓ ଅଙ୍ଗନଓ୍ବାଡି କର୍ମୀ ଏହି ସୁବିଧାର ରହୁଥିବା ଚର୍ଚ୍ଚା ହୁଏ। ଏପରି ଅବ୍ୟବସ୍ଥାରେ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଔଷଧ ବଣ୍ଟା ନ ହୋଇ ଖତ ଖାଉଛି। ଯାହାର ଦୃଷ୍ଟାନ୍ତ ଷଣ୍ଢକୁଦରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କ ଘରେ ଦେଖିବାକୁ ମିଳିଛି। ଫୋଲିକ ଏସିଡ୍‌ ନାମକ ଔଷଧର ଅବଧି ସରିଥିଲେ ମଧ୍ୟ ତାହା ବଣ୍ଟା ହେବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଅଙ୍ଗନଓ୍ବାଡି ସେଣ୍ଟର ଘର ନ ଥାଇ ଚାଲିବା ପ୍ରସଙ୍ଗରେ ସିଡିପିଓ ତନୁପ୍ରଭା ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଆମକୁ ଜାଗା ମିଳୁ ନ ଥିବାରୁ ଘର କରିପାରୁନାହୁଁ। ଚଳିତ ମାସରେ ୧୦ କେନ୍ଦ୍ର କରିବା ପାଇଁ ଅର୍ଥ ଆସିଛି। ପୂର୍ବରୁ ମଧ୍ୟ ଅନେକଥର ଅର୍ଥ ଆସି ଫେରିଛି। ଆମେ ଜାଗା ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଛୁ। ତେଣୁ ଜାଗା ସମସ୍ୟା ସମାଧାନ ହେଲେ ସବୁ କେନ୍ଦ୍ର ନିର୍ମାଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏବେ ଦେଖିବାକୁ ଅପେକ୍ଷା କେବେ ଏସବୁ ସମସ୍ୟାର ସମାଧାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri