ଚାକିରି ଦେବା ନାଁରେ ନିର୍ଯାତନା

ଜଗତ୍‌ସିଂହପୁର ଅଫିସ୍‌, ୯।୧: ଭଲ କମ୍ପାନୀରେ ଚାକିରି କରାଇଦେବାକୁ କହି ଜଗତ୍‌ସିଂହପୁର ଥାନା ଅଳସୁଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କଠାରୁ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା, ସାର୍ଟିଫିକେଟ୍‌ ନେଇଯିବା ସହ ୧୪ ଦିନ କାଳ ନିର୍ଯାତନା ଦେଇଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ବାଲିକୁଦା ଥାନା ଅଞ୍ଚଳର ସୂର୍ଯ୍ୟ ନାରାୟଣ ଦାସ (ସୁନା) ତାଙ୍କୁ ଚାକିରି କରାଇଦେବେ ବୋଲି କହି ବରଗଡ଼ ଡାକିଥିଲେ। ସେଠାରେ ସୁନା ତାଙ୍କର ୩ ବନ୍ଧୁ ମଧୁ, କେଶବ ଓ ନବୀନଙ୍କ ସହିତ ଦେବେନ୍ଦ୍ରଙ୍କୁ କଥା କରାଇଥିଲେ। ସେମାନେ କହିଥିଲେ ଯେ, କମ୍ପାନୀରେ ଚାକିରି କଲେ ମାସିକ ଦରମା ୨୨ ହଜାର ଟଙ୍କା, ଟିଏ, ଡିଏ, ବୀମା ଆଦି ସୁବିଧା ମିଳିବ, କିନ୍ତୁ ପ୍ରଥମେ ୫୦ ହଜାର ଟଙ୍କା ଜମା ଦେବାକୁ ପଡିବ। ତେବେ ଦେବେନ୍ଦ୍ର ସେମାନଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ଗଣପତି ମାର୍କେଟ୍‌ରେ ଥିବା ଗଣେଶ ଭୁବନ ଓ ପରେ ଗ୍ଲେଜ୍‌ ନେଟ୍‌ୱର୍କ କମ୍ପାନୀକୁ ନେଇଥିଲେ। ସେଠାରେ ସେମାନେ ତାଙ୍କଠାରୁ ସବୁ ସାର୍ଟିଫିକେଟ୍‌ ଓ ମୋବାଇଲ ନେଇଯିବା ସହ ତାଙ୍କ ଫଟୋ ଉଠାଇଥିଲେ। ଏହାବାଦ୍‌ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ। ସେଠାରୁ ଆସିବା ପରେ ତାଙ୍କୁ ୬ ଜଣ ପିଲା ଯୋଗାଡ଼ କରିବାକୁ କୁହାଯାଇଥିଲା। ହେଲେ ମନା କରିବାରୁ ତାଙ୍କୁ ଏକ ଘରେ ୧୪ ଦିନ କାଳ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ତେବେ ଦେବେନ୍ଦ୍ର ପିଲା ଯୋଗାଡ଼ କରିଦେବାକୁ କହିବାରୁ ସେମାନେ ତାଙ୍କୁ ବନ୍ଧୁକ ଦେଖାଇ କେତେକ କାଗଜରେ ଦସ୍ତଖତ ନେଇଯାଇଥିଲେ ବୋଲି ଦେବେନ୍ଦ୍ର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏଥିସହ ଏ ସମ୍ପର୍କରେ କାହାକୁ କହିଲେ ବା ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ସୁନା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅଭିଯୋଗପତ୍ରର ନକଲ ଜଗତ୍‌ସିଂହପୁର ଏସ୍‌ପି, ଜିଲାପାଳ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଏ ନେଇ ପୋଲିସ ୧୫/୨୦ ନଂ.ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri