ଗଞ୍ଜାମ

ଘରୁ ଟଙ୍କା, ସୁନା ଲୁଟିନେଇ ବ୍ୟବସାୟୀଙ୍କୁ ହତ୍ୟା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, ସାଇଣ୍ଟଫିକ୍‌ ଟିମ୍‌

ବ୍ରହ୍ମପୁର ଅଫିସ,୧୪।୬: ଗଞ୍ଜାମ ଜିଲା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲମ୍ବୋଦର ମୁନି। ଶନିବାର ରାତିରେ ଘରେ ଦୁର୍ବୃତ୍ତ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗଣ୍ଡଗୋଳ: ସରପଞ୍ଚ ଓ ବିପକ୍ଷ ଗୋଷ୍ଠୀଙ୍କ ଥାନାରେ ଏତଲା

ହିଞ୍ଜିଳିକାଟୁ,୧୩ା୬(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ ବ୍ଲକ ଖରିଡା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ହୋଇଛି। ନଂ.୧୯୬ ଓ ୧୯୭/୨୦ରେ ୨ଟି ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି। ଖରିଡ଼ାରେ ଏକ…

ଅପହରଣ କରି ୩ଲକ୍ଷ ଦାବି, ଅପହର୍ତ୍ତାଙ୍କୁ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୬(ଡି.ଏନ୍‌.ଏ.)- ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ। ପୋଲିସ ଅପହରଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଅପହର୍ତ୍ତାଙ୍କୁ ଉଦ୍ଧାର କରିଛି।୧୧ ତାରିଖ ସକାଳେ ପଞ୍ଚଭୂତି ଗ୍ରାମ ବେଗୁନିଆର ଶଙ୍କର…

ଶଟ୍‌ଡାଉନ୍‌: ଜୀବନଯାତ୍ରା ପ୍ରଭାବିତ, ରଜ ମଉଜ ଫିକା

ବ୍ରହ୍ମପୁର ଅଫିସ,୧୩ା୬: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜୁନ୍‌ ମାସ ପ୍ରତି ସପ୍ତାହର ଶେଷ…

ଶଟ୍‌ଡାଉନ୍‌ରେ ଗଞ୍ଜେଇ ଚାଲାଣ: ବୁଲେଟ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ପାଟପୁର,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଖପରାବାଡ଼ ନିକଟରେ ଶନିବାର ସକାଳେ ପାଟପୁର ପୋଲିସ ଚଢ଼ାଉ କରି ଏକ ବୁଲେଟ୍‌ ସହ ୨୯ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ…

ଶ୍ୱଶୁରଙ୍କ ଗୁଳିମାଡ଼ରେ ଚାଲିଗଲା ବୋହୂଙ୍କ ଜୀବନ,ବନ୍ଧୁକ ଜବତ

ଶେରଗଡ଼/ସୋରଡ଼ା,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ବାରଭରଣିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାପ-ପୁଅଙ୍କ ଗଣ୍ଡଗୋଳରେ ବଳି ପଡ଼ିଛନ୍ତି ବୋହୂ। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି ନବବିବାହିତାଙ୍କର। ମୃତକ ହେଲେ ସୋରଡ଼ା…

ଗଞ୍ଜାମରେ ନୂଆ ପଜିଟିଭ୍‌ ମଧ୍ୟରେ ୧୧ କରୋନା ଯୋଦ୍ଧା, ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ସେଥିରେ ୧୧ ଜଣ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ସେମାନେ କରୋନା ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଶନିବାର ଅପରାହ୍ନ…

ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର ୩ ଆକ୍ରାନ୍ତ ରହିଥିବା ବେଳେ ନରେନ୍ଦ୍ରପୁର ଗାଁର ଜଣେ ରହିଛନ୍ତି। ପଜିଟିଭ ଚିହ୍ନଟ ପରେ…

ଛତ୍ରପୁର ଏସ୍‌ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍‌ କରି ସୂଚନା ଦେଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା…

ଶଟ୍‌ଡାଉନ୍‌ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ

ଗଞ୍ଜାମ,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ ଆରମ୍ଭ ହୋଇଛି l ବୁଧ, ଗୁରୁ ଓ ଶୁକ୍ରବାର ୩ଦିନ ଧରି ପ୍ରଶାସନ ପକ୍ଷରୁ…

କଳିଙ୍ଗା ଘାଟିରୁ ୭ ଡ଼କାୟତ ଗିରଫ

ଭଞ୍ଜନଗର,୧୨।୬(ଡି.ଏନ.ଏ)- ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କଳିଙ୍ଗା ଘାଟିରେ ଡ଼କାୟତି ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ…

ଡକାୟତି ଯୋଜନା ପଣ୍ଡ: ୮ ଗିରଫ, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୨ା୬(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପୀନାଥପୁରଠାରେ ଏକ ରାଜପଥ ଲୁଟେରା ଗ୍ୟାଙ୍ଗ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ହିଞ୍ଜିଳି ପୋଲିସ ଏହାକୁ ପଣ୍ଡ କରିଛି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୨ବାଇକ, ଗୋଟିଏ ପିସ୍ତଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?