ଗଞ୍ଜାମ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ଜଣେ…

କାଇଞ୍ଚପୁର ପଞ୍ଚାୟତରେ କରୋନା ଟିକାର ଶୁଭାରମ୍ଭ

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଞ୍ଚପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର କରୋନା ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଣ୍ଡଦେଉଳି ମେଡିକାଲ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ଆୟୁଷ ଡାକ୍ତର ବନୋଜ କାନ୍ତ କର, ଜିଲା ସମ୍ପାଦକ ଭୀମ ସେନ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସୋମବାର ରାତ୍ର ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ପରମ୍ପରା ଅନୁସାରେ ଅବକାଶ ନୀତି, ମାଜଣା, ଅଭିଶେକ, ସୃଙ୍ଗାର…

ବରିଷ୍ଠ ନାଗରିକ, ଗର୍ଭବତୀଙ୍କୁ ମନା

ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବରିଷ୍ଟ ନାଗରିକ, ଗର୍ଭବତୀ ଓ…

ନାଚଗୀତରେ ପାଳିଲେ ହୋଲି

ଗଞ୍ଜାମ, ୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ସୋମବାର ପାଳନ ହୋଇଯାଇଛି। ଏହି ଅବସରରେ ପୁଇଁତୋଳା ବାରିକିସାହି, ବଡ଼ସାହି ଓ ସାନସାହି ଯୁବକମାନେ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଥିଲା। ଦିନ ବାରଟା ପରେ ହୋଲି…

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ରବିବାର ଆରମ୍ଭ ହୋଇଛି। ସ୍ପଳ୍ପ ମାନସିକଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ…

ବାହାର ଲୋକଙ୍କୁ ଗଞ୍ଜାମ ମନା

ଛତ୍ରପୁର,୨୯।୩(ଡିଏନଏ ): ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଯାଉଛି। କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରିଥିବା ନିତୀ ନିୟମ ପାଳନ ହେଉନାହିଁ। ଏ ନେଇ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି। ସଂକ୍ରମଣରୁ ରୋକିବା ନେଇ ଜିଲା ପ୍ରଶାସନ…

ନଦୀ ନିକଟରେ ଓଲଟିଲା ଗାଡ଼ି, ଚାଲିଗଲା ଜୀବନ

ଭଞ୍ଜନଗର,୨୮।୩: ଗଞ୍ଜାମ ଜିଲା ତୁରୁମୁ ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ରବିବାର ଦୁର୍ଘଟଣା ଘଟିଛି। ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ କାଳିଆ ନାୟକ। ତେବେ ଗୁରୁତର…

ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ ଗୀତରେ ମଧ୍ୟ ନାଚିଥିଲେ। ଏପରି କି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର…

ଜଳୁଥିବା ଦୀପର ସଳିତାକୁ ଚାଳରେ ପକାଇଲା କାଉ, ଚାହୁଁଚାହୁଁ ଜଳିଗଲା ୩୬ ବଖରା

ସୋରଡ଼ା,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଧେତାପଲ୍ଲୀ ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ ପରିବାରର ୩୬ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଠାକୁରଙ୍କ ପାଇଁ ଲାଗିଥିବା…

ଅବ୍ୟବସ୍ଥାରେ ଗଞ୍ଜାମ ଦୋଳଯାତ୍ରା: ୯୦ ପ୍ରତିଶତ ଲୋକଙ୍କ ମୁହଁରେ ନାହିଁ ମାସ୍କ

ଗଞ୍ଜାମ,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ରବିବାର ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦୋଳଯାତ୍ରାରେ ୧୬ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି । ତେବେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ୯୦ ପ୍ରତିଶତ ଲୋକେ ବିନା ମାସ୍କରେ…

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ

ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?