ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗତ ଅକ୍ଟୋବର ମାସରେ ଅପହରଣ କରିନେଇଥିଲେ। ପରେ ଯୁବକ ଜଣକ ବିଭିନ୍ନ ସ୍ଥାନରେ ରଖି ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାର୍ଚ୍ଚରେ ଯୁବକ ଜଣକ ନାବାଳିକାଙ୍କୁ ଗାଁରେ ଛାଡି ଦେଇଥିଲେ। ସେତିକିବେଳେ ଲୋକ ଲଜ୍ୟାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ। ଗତ ୨୯ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ଯୁବକ ଜଣକ ନାବାଳିକାଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଥିବା ଲୋକ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ସେତିକିବେଳେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୫୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଯୁବକ ଜଣକ ଗ୍ରାମରେ ବୁଲୁଥିବା ବେଳେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ତାଙ୍କୁ କାବୁ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

ଉପାନ୍ତ ଅଞ୍ଚଳରେ କରୋନା ଯୋଦ୍ଧା: ୩ବର୍ଷର ପିଲାକୁ ଧରି ଗ୍ରାମରେ ଲୋକଙ୍କୁ କରୁଛନ୍ତି ସଚେତନ

ଜୟପୁର,୧୨ା୫ (ନି.ପ୍ର.)-କରୋନା ପାଇଁ ଏବେ ସାରା ଦେଶ ଲକ୍‌ଡାଉନରେ ରହିଛି। ତେବେ ଏନେଇ ରହିଥିବା ସଚେତନତା ବାର୍ତ୍ତା ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ ପାରୁନାହିଁ। ଏଭଳି ସ୍ଥିତିରେ...

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩...

କୂଅରୁ ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର

ପାଟଣା,୩|୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭଗପଶି ଗ୍ରାମ ମୁଣ୍ଡା ସାହି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ନବଜାତ ଶିଶୁ କନ୍ୟାର...

ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ...

ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ,...

ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ...

Advertisement


Archives

Model This Week