ଗଞ୍ଜାମ

ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି ଅପରାହ୍ନ ପ୍ରାୟ ୨ଟାବେଳେ ଫେରୁଥିବାବେଳେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରେ...

୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ...

ପୁରୁଷୋତ୍ତମପୁରରେ ଅଗ୍ନିକାଣ୍ଡ ଘଟଣା: କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଡିଏଲ୍‌ଏସ୍‌ ସଚିବଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେ.ଏନ୍‌ ପୁର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନିକାଣ୍ଡ ଘଟି ଦମୟନ୍ତୀ ପ୍ରଧାନଙ୍କ ଘର ଜଳିଯାଇଥିଲା। ଏନେଇ ଗତ ୧୧ ତାରିଖରେ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଜିଲା ଆଇନ ସେବା...

ମହେଶ୍ୱର ହତ୍ୟା ମାମଲା : ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ମହେଶ୍ୱର ସାସମଲ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ ୧୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ,...

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ ଶୋଇଥିବା ବେଳେ ରାତି ପ୍ରାୟ ୩ଟାରେ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଘରେ ନିଆଁ...

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା ନିର୍ମାଣ ଏବଂ ଏହାର ବ୍ୟବହାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଛନ୍ତି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ...

ଦୋକାନରେ ଚଢ଼ାଉ, ୨୭ କେଜି ପଲିଥିନ ଜବତ

ଭଞ୍ଜନଗର,୧୯।୬(ଡି.ଏନ.ଏ)-ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ତଥାପି ବେଧଡ଼କ ବହୁଳ ଭାବେ ଏହାର ବ୍ୟବହାର ଚାଲିଛି। ଭଞ୍ଜନଗର ସହରରେ ବହୁଳ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ପରିମଳ ବିପର୍ଯ୍ୟସ୍ତ ହେଉଛି। ଦୌନନ୍ଦିନ ସହରର ରାସ୍ତାକଡ଼ରେ କୁଢ଼ କୁଢ଼ ଏପରି...

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ ଶେଷରେ ଚେତିଛି। କର୍ମଚାରୀଙ୍କ ଦାବି ବିଚାରକୁ ନିଆଯିବ ବୋଲି ଜିଲା ପ୍ରଶାସନ ପ୍ରତିଶ୍ରୁତି...

ନାବାଳିକାଙ୍କ ଭିଡିଓ ଭାଇରାଲ, ୩ ଗିରଫ

ଆସିକା,୧୯ା୬(ଡି.ଏନ୍‌.ଏ.) -ଆସିକା ଥାନା ଇଲାକାରେ ଜଣେ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି ଅଞ୍ଚଳର ପରବେଶ୍‌ ଖାନ୍‌, ତାଙ୍କ ଭାଇ ସମସେର୍‌ ଖାନ୍‌ ଓ ବିନାୟକ ମହାପାତ୍ର।...

ଉପଖଣ୍ଡ ରାଜସ୍ବ ସମୀକ୍ଷା ବୈଠକ , ପଟ୍ଟା ଦେବାରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୯ା୬(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତା କରିଥିଲେ। ଜମିର କିସମ ପରିବର୍ତ୍ତନ ପାଇଁ ମ୍ୟୁଟେଶନ ମାମଲାର ତଦନ୍ତ...

ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼ (୨୮)। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏରେ ଆସିକାପଟୁ ଛତ୍ରପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri