କୋଭିଡ୍‌ ପରେ ମାନସିକ ସମସ୍ୟା ବଢ଼ିଛି

ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ସମନ୍ବିତ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର, ଗଞ୍ଜାମ ଆନୁକୂଲ୍ୟରେ ସୋମବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଡାକ୍ତର ଓ ନର୍ସିଂ ଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା। ଚଳିତ ବର୍ଷ ଏହି ଦିବସ ପାଳନର ଥିମ୍‌ ରହିଛି ମାନସିକ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ପାଇଁ ବୈଷୟିକସ୍ତରରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ସମନ୍ବିିତ ନିଶା ନିବାରଣ କେନ୍ଦ୍ରର ନୋଡାଲ ଅଫିସର ତଥା ସହକାରୀ ପ୍ରଫେସର ଡା. ବିଭୁକଲ୍ୟାଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେ କହିଛନ୍ତି, ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ଶରୀର ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ମାନସିକ ସୁସ୍ଥତା ଓ ରୋଗ ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତାର ଘୋର ଅଭାବ ରହିଛି। ଫଳରେ ଜିଲାରେ ମାନସିକ ରୋଗୀ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଏପରି କି ବେଳେବେଳେ ସାମାନ୍ୟ କଥାକୁ କେନ୍ଦ୍ରକରି ସେମାନଙ୍କ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଜିଲାରେ ଏବେ ୭ ହଜାରରୁ ଅଧିକ ଲୋକ ଏହି ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପରେ ସବୁ ବର୍ଗ ଓ ବୟସର ଲୋକଙ୍କ ମାନସିକ ସମସ୍ୟା ବଢ଼ିଯାଇଛି। ଚାକିରି ଚାଲିଯିବା, ଆର୍ଥିକ ସଙ୍କଟ ଓ ରୋଗ ଭୟ ଯୋଗୁ ଅବସାଦ ବା ଡିପ୍ରେସନ, ଆଙ୍ଗ୍‌ଜାଇଟି, ମାନସିକ ଛାନିଆ ରୋଗ ବା ପ୍ୟାନିକ ରୋଗ ଓ ଅନିଦ୍ରା ଆଦି ବୃଦ୍ଧି ପାଇବାରେ ଲାଗିଛି।
କରୋନା ପରେ ଜିଲାରେ ୧୫ରୁ ୨୦ ଗୁଣ ମାନସିକ ସମସ୍ୟା ବଢ଼ିଛି। ସେହିପରି ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ ୭୦ରୁ ୯୨ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ଆବଶ୍ୟକ ଚିକିତ୍ସା ପାଇପାରୁନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପଟେ ହସ୍ପିଟାଲଗୁଡ଼ିକରେ ମାନସିକ ରୋଗ ବିଶେଷଜ୍ଞଙ୍କର ଅଭାବ ରହିଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଇଥାଏ ବୋଲି ବଡ଼ ମେଡିକାଲ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡା. ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଡା. ଶର୍ମିଷ୍ଠା ପ୍ରିୟଦର୍ଶିନୀ, ଡା. ସ୍ବାତୀ ମିଶ୍ର, ଡା. ଶ୍ରୀଜିତା ମୁଖାର୍ଜୀ, ଡା. ସରୋଜ କୁମାର ପୁରୋହିତ ଓ ଡା. ରତ୍ନେଶ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?