ଗଞ୍ଜାମ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା…

କୋଦଳାରେ ଡ୍ରାଇଭର ସଂଘର ବନ୍ଦ ପାଳନ, ଗଡ଼ିଲାନି ଯାତ୍ରୀବାହୀ ବସ୍‌

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓ ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ୧୦ଦଫା ଦାବି ନେଇ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଷ୍ଟିଅରିଂ ଛାଡ଼ ଆନ୍ଦେଳନ ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲା କୋଦଳାଠାରେ ଡ୍ରାଇଭରମାନେ ଏହି ବନ୍ଦକୁ ପାଳନ…

ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଖଲ୍ଲିକୋଟ,୧୫।୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଗୁରାପଲି ଟୋଲ୍‌ଗେଟ୍‌ ନିକଟ ଖଲ୍ଲିକୋଟ ଡ୍ରାଇଭର ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହୋଇଛି। ଖଲ୍ଲିକୋଟ ସଙ୍ଘ ସଭାପତି ମୁନା ପାତ୍ରଙ୍କ ନେତୃତ୍ୱରେ ୩୦୦ରୁ ଊଦ୍ଧର୍‌ବ ଡ୍ରାଇଭର ୯ ଦଫା…

ପ୍ରାଇମା ପବ୍ଲିକ୍‌ ସ୍କୁଲରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା, ବାତିଲ ହେଲା ପରୀକ୍ଷା

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ସ୍କୁଲ ହତାରେ ପଶି ଦୁବୃର୍ତ୍ତଙ୍କ ଭଙ୍ଗାରୁଜା। ଝରକା ଗ୍ଲାସ ଭାଙ୍ଗିବା ସହ ସ୍କୁଲର ଖେଳନା ସାମଗ୍ରୀ ଗୁଡିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଗଞ୍ଜାମ ଜିଲା କୋଦଳାଠାରେ ଥିବା ପ୍ରାଇମା ପବ୍ଲିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଙ୍ଗଳବାର…

ସୋରଡାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ସୋରଡ଼ା,୧୫।୩(ଡି.ଏନ.ଏ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଠାରୁ ଆସ୍କା, ଭଞ୍ଜନଗର, ଦାରିଙ୍ଗାବାଡି, ବଡ଼ଗଡକୁ ଯାତାୟାତ ଠପ୍‌ ହୋଇଯାଇଛି। ଜରଉ ଛକରେ ୨୦୦ରୁ ଉର୍ଦ୍ଧ୍ୱ ଡ୍ରାଇଭର ଶାନ୍ତି ପୂର୍ଣ୍ଣ ଭାବେ…

ବର୍ଷ ଶେଷ ସୁଦ୍ଧା ୧,୦୬,୦୯୫ ହୋଇଛନ୍ତି ଉପକୃତ

ବ୍ରହ୍ମପୁର ଅଫିସ,୧୫।୩: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ମଙ୍ଗଳବାର ବିଇଏମ୍‌ସି ନୂତନ ସମ୍ମିଳନୀ କକ୍ଷରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନୟୁଏଚ୍‌ଏମ୍‌) ଦ୍ୱାରା ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ…

ଜଙ୍ଗଲରେ ନିଆଁ, ରାସ୍ତାରେ ମୟୂର

ବୁଗୁଡ଼ା,୧୫।୩(ଡି.ଏନ୍‌.ଏ.): ସମ୍ପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ଯୋଗୁଁ ରାସ୍ତାରେ ମୟୂରମାନେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଅଗ୍ନି ନିର୍ବାପନରେ ବିଫଳତା ଯୋଗୁଁ ସ୍ଥାନୀୟ ବନ ବିଭାଗ ଅଡୁଆରେ ପଡିଛି। ବନ…

ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର,୧୪।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ…

ଅଧାପନ୍ତରିଆ ଶିଶୁ ପାର୍କ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସହରବାସୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେତେକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି। ଏଥିମଧ୍ୟରୁ ଶିଶୁ ଉଦ୍ୟାନ ପ୍ରକଳ୍ପ ଅନ୍ୟତମ।…

କାଉନସିଲର ବୁଲିଲେ ହିଞ୍ଜିଳିକାଟୁ ଡାକ୍ତରଖାନା

ହିଞ୍ଜିଳିକାଟୁ,୧୪।୩(ଡି.ଏନ.ଏ): ହିଞ୍ଜିଳିକାଟୁ ପୌର ପରିଷଦର ଜଣେ ଭାଜପା କାଉନସିଲର, ୨ ଜଣ ସ୍ବାଧୀନ କାଉନସିଲରଙ୍କ ସହ ଜଣେ କଂଗ୍ରେସ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ସମସ୍ୟା ସମ୍ପର୍କରେ…

ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୪ା୩: ଗଞ୍ଜାମ ଜିଲା ଓ ଦୌରା ଜଜ୍‌ ସୋମବାର ଅଜୟ ରଇତ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପାଟପୁର ଥାନା ଅନ୍ତର୍ଗତ ପାଳଖୋଳ ଗ୍ରାମର ଚନ୍ଦ୍ରଜିତ ମଣ୍ଡଳ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ…

ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ୩ ବନ୍ଧୁକ ଜବତ

ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଗତ ୨୬ ତାରିଖ ରାତ୍ର ପାଟ୍ରୋଲିଂ ବେଳେ ସ୍ଥାନୀୟ ପୋଲିସ ଖଇରପଟି ଗ୍ରାମର ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?