ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୪ା୩: ଗଞ୍ଜାମ ଜିଲା ଓ ଦୌରା ଜଜ୍‌ ସୋମବାର ଅଜୟ ରଇତ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପାଟପୁର ଥାନା ଅନ୍ତର୍ଗତ ପାଳଖୋଳ ଗ୍ରାମର ଚନ୍ଦ୍ରଜିତ ମଣ୍ଡଳ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟେ ୬ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ରହିଛି।
ଯେ, ଚନ୍ଦ୍ରଜିତ ରାଜମିସ୍ତ୍ରି କାମ କରୁଥିଲେ। ତାଙ୍କ ପାଖରେ ଶ୍ରମିକ ଭାବେ ମୃତ ଅଜୟ ରଇତଙ୍କ ନାବାଳକ ଭାଇ କାମ କରୁଥିଲେ। ଅଜୟ ଚନ୍ଦ୍ରଜିତ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଥିବା ବେଳେ ଚନ୍ଦ୍ରଜିତ ଅନେକ ଥର ଅଜୟଙ୍କୁ ଏନେଇ ତାଗିଦ୍‌ କରିଥିଲେ। ଅନ୍ୟପଟେ ଅଜୟ ତାଙ୍କ ନାବାଳକ ଭାଇଙ୍କୁ ବିଭିନ୍ନ କାରଣକୁ ନେଇ ମାରପିଟ କରୁଥିଲେ। ତେଣୁ ଚନ୍ଦ୍ରଜିତ ପ୍ରତିଶୋଧପରାୟଣ ହୋଇ ଅଜୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୯ ଏପ୍ରିଲ ୭ରେ ଚନ୍ଦ୍ରଜିତ ଅଜୟଙ୍କୁ ମଦ ପିଇବା ପାଇଁ ପାଳଖୋଳ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲକୁ ଡାକିଥିଲେ। ସେଠାକୁ ଅଜୟ, ଚନ୍ଦ୍ରଜିତ ଓ ଅଜୟଙ୍କ ନାବାଳକ ଭାଇ ଯାଇଥିଲେ। ସେଠାରେ ମଦ୍ୟପାନ କରିବା ପରେ ଚନ୍ଦ୍ରଜିତ ଓ ନାବାଳକ ମିଶି ଛୁରିରେ ଅଜୟଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ଏହାପରେ ସେହି ଜଙ୍ଗଲରେ ଗାତ ଖୋଳି ତାଙ୍କ ମୃତଦେହ ପୋତି ଘରକୁ ଆସିଥିଲେ।
ଅଜୟଙ୍କ ବାପା ପୁନିଆ ୭ତାରିଖ ରାତିରେ କାହିଁକି ମୋ ପୁଅ ଅଜୟଙ୍କୁ ଡାକି ନେଇଥିଲ ବୋଲି ଚନ୍ଦ୍ରଜିତଙ୍କୁ ପଚାରିଥିଲେ। ଅଜୟ ସମ୍ପର୍କରେ ମୁଁ କିଛି ଜାଣି ନ ଥିବା ସେ କହିଥିଲେ। ଘଟଣାର ୪ ଦିନ ପରେ ଗଁା ବୈଠକରେ ଚନ୍ଦ୍ରଜିତଙ୍କୁ ଡାକି ପଚରାଯିବାରୁ ସେ ଓ ଅଜୟଙ୍କ ନାବାଳକ ଭାଇ ମିଶି ଅଜୟଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଗ୍ରାମ କମିଟି ପକ୍ଷରୁ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିଲା। ପୋଲିସ ଚନ୍ଦ୍ରଜିତଙ୍କୁ ଗିରଫ କରିବା ସହ ଅଜୟଙ୍କ ନାବାଳକ ଭାଇଙ୍କୁ ଧରି ଘଟଣାସ୍ଥଳକୁ ଯାଇ ମାଟି ଖୋଳି ତାଙ୍କ ମୃତଦେହ ସହ ରକ୍ତଭିଜା ଛୁରି ଓ ଚନ୍ଦ୍ରଜିତଙ୍କ ରକ୍ତଭିଜା ଡ୍ରେସ୍‌ ଜବତ କରିଥିଲା। ମାମଲା ନମ୍ବର ୮୦/୧୯ ଚନ୍ଦ୍ରଜିତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରି କୋର୍ଟ ନିର୍ଦ୍ଦେଶକ୍ରମେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା।
ଥାନାର ତତ୍କାଳୀନ ସବ୍‌-ଇନ୍ସପେକ୍ଟର ପ୍ରୀତିମଞ୍ଜରୀ ଗଡ଼ନାୟକ କୋର୍ଟରେ ଅଭିଯୋଗ କରିଥିଲେ। ମାମଲାର ବିଚାର ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri