ଗଞ୍ଜାମ

ବାଲ୍ୟ ବିବାହମୁକ୍ତ ଜିଲା ଘୋଷଣା ଭେଳିକି

ବ୍ରହ୍ମପୁର,୧୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାକୁ ୨୦୨୨ ଜାନୁୟାରୀ ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କରାଯାଇଥିଲା। କିନ୍ତୁ ସେହି ବର୍ଷ ଗଞ୍ଜାମ ଜିଲାରେ ୩୩୧ ବାଲ୍ୟବିବାହ ଯୋଜନା ଚାଲିଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ନବାଳିକା ବିବାହ ଖବରପାଇ ପ୍ରଶାସନିକ…

କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ପୁରୁଷୋତ୍ତମପୁର,୧୭ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ସନ୍ଧ୍ୟାରେ କୂଅ ସଫାକରିବା ବେଳେ ଏଥିରେ ନିୟୋଜିତ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମର…

ହୁମ୍ମା ଓଭରବ୍ରିଜ କାମ ଅଧାପନ୍ତରିଆ, ବଢୁଛି ଦୁର୍ଘଟଣା

ଛତ୍ରପୁର,୧୭ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ହୁମ୍ମା ଛକଠାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଫଳରେ ଏହା ଦୁର୍ଘଟଣା ହଟସ୍ପଟ ସ୍ଥାନ ହୋଇଛି। ବ୍ରହ୍ମପୁର- ଭୁବନେଶ୍ୱରକୁ ଯାତାୟାତ ପାଇଁ ଏନଏଚର…

ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଧରାପଡ଼ିଲେ ଅଭିଯୁକ୍ତ

ଗୋପାଳପୁର,୧୬।୭(ନବୀନ ରାଜ ଆଚାରୀ): ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଆନ୍ଦ୍ରପ୍ରଦେଶ ରାଜ୍ୟ ଇଚ୍ଛାପୁର ଅଞ୍ଚଳର କେ. ପ୍ରଦୀପ ରେଡି। ମିଳିଥିବା ସୂଚନା…

ଲୋକଙ୍କ ବଦଳରେ କାମ କରୁଛି ମେଶିନ୍‌

ପୋଲସରା,୧୬।୭(ସୁବ୍ରତ ବେହେରା)ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନି ଗ୍ରାମ ପଞ୍ଚାୟତ ଝିଟିକା ବାଡି ଗ୍ରାମରେ ମେଶିନ୍‌ ସାହାଯ୍ୟରେ ପୋଖରୀରୁ ମାଟି ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏବଂ ଭାରତୀୟ ଜନତା ପାର୍ଟି ଘୁମୁସର ଜିଲା ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ…

ଲିଙ୍ଗ ନିରୂପଣକାରୀଙ୍କ ତଥ୍ୟ ଦେଲେ ମିଳିବ ୨୫ ହଜାର

ଛତ୍ରପୁର,୧୫ା୭ (ସନ୍ତୋଷ ପାଢ଼ୀ): କନ୍ୟା ଭ୍ରୁଣ ହତ୍ୟା ଆଇନଗତ ଦଣ୍ଡନୀୟ ଅପରାଧ। ଗଞ୍ଜାମ ଜିଲାରେ କୌଣସିଠାରେ ଲିଙ୍ଗ ନିରୂପଣ କରି ଭ୍ରୁଣ ହତ୍ୟା ହେଉଥିବା ସୂଚନା ଦେଲେ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ଦିଆଯିବ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ଟଙ୍କା

ଛତ୍ରପୁର,୧୪।୭(ସନ୍ତୋଷ ପାଢ଼ୀ )- ଗଞ୍ଜାମ ଜିଲାରେ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ନେଇ ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ…

ଗୁହାରି ଶୁଣୁନି ପ୍ରଶାସନ,ଦୁର୍ଦ୍ଦଶାରେ ୬ ପ୍ରାଣୀ

ବୁଗୁଡ଼ା,୧୩ା୭(କାଳି ଚରଣ ଦାଶ) : ଦେଶରେ କେହି ବାସହୀନ ରହିବେ ନାହିଁ ଏବଂ ଭଙ୍ଗା ଦଦରା କୁଡ଼ିଆରେ ଯେପରି କେହି ଦୁର୍ବିଷହ ଜୀବନ ନ ବିତାଇବେ ସେଥିପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ଏହି ସରକାରୀ ଯୋଜନା ବାଟ ହୁଡ଼ି…

ଶିଶୁଖାଦ୍ୟ ସାମଗ୍ରୀ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ

ବ୍ରହ୍ମପୁର,୧୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡବଜାର ଛକରେ ଥିବା ବେବି ଫୁଡ଼ ଦୋକାନରେ ଗୁରୁବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ଦୋକାନରେ ଥିବା ସମସ୍ତ ପ୍ରକାର ଶିଶୁଖାଦ୍ୟ, ଚକୋଲେଟ,…

‘ଧରିତ୍ରୀ’ ୫୦ ବର୍ଷ ପାଳନ ଅବସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା

ବ୍ରହ୍ମପୁର,୧୩ା୭(ସ୍ମୃତିରଞ୍ଜନ ମହାଲିକ): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଗୋପାଳପୁର ଅନ୍‌ ସି ମହାବିଦ୍ୟାଳୟଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ବୁଧବାର ଆୟୋଜିତ ହୋଇଥିଲା। ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ବିଷୟ ଉପରେ ଅନୁଷ୍ଠିତ ଉକ୍ତ…

ବାହୁଦାରେ ଭାସୁଛି ମଲା ମାଛ

ଚିକିଟି,୧୩।୭(ପ୍ରକାଶ ଚନ୍ଦ୍ର ସାହୁ)ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନପୁର ଗ୍ରାମ ନିକଟରେ ଥିବା ବାହୁଦା ନଦୀରେ ବୁଧବାର ସକାଳେ ମାଛ ମଡ଼କ ଦେଖିବାକୁ ମିଳିଛି। ନଦୀକୂଳରେ ପ୍ରାୟ ୫ କିମି ଯାଏ ମଲାମାଛ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?