ବାଲ୍ୟ ବିବାହମୁକ୍ତ ଜିଲା ଘୋଷଣା ଭେଳିକି

ବ୍ରହ୍ମପୁର,୧୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାକୁ ୨୦୨୨ ଜାନୁୟାରୀ ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କରାଯାଇଥିଲା। କିନ୍ତୁ ସେହି ବର୍ଷ ଗଞ୍ଜାମ ଜିଲାରେ ୩୩୧ ବାଲ୍ୟବିବାହ ଯୋଜନା ଚାଲିଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ନବାଳିକା ବିବାହ ଖବରପାଇ ପ୍ରଶାସନିକ ଟିମ୍‌ ଚଢ଼ାଉ କରୁଛି, ପରିବାର ଲୋକଙ୍କୁ ବୁଝାଶୁଝା କରି ବାହାଘର ବନ୍ଦ କରୁଛି। ତଥାପି ଜିଲାରେ ଏକାଧିକ ବାଲ୍ୟବିବାହ ହେଉଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୩୬ଟି ବାଲ୍ୟବିବାହ ବନ୍ଦ କରାଯାଇ ସାରିଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ଜିଲାରେ ଶିଶୁ ସୁରକ୍ଷା ଆଇନ ବିଫଳ ହୋଇଛି। ବାଲ୍ୟବିବାହ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଭୟ ରହୁନି। ତେଣୁ ଲୁଚାଛପାରେ ବାଲ୍ୟବିବାହ ଚାଲୁଥିବା ଅଭିଯୋଗ ହେଉଛି।
ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସଜାଗ ରହିବାକୁ ପୂର୍ବରୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ପ୍ରତ୍ୟେକ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, କୁଳସମାଜ, ଗାଁ କଲ୍ୟାଣ ସମିତି, ମିଶନ ଶକ୍ତି, ଜନପ୍ରତିନିଧି, ସିଡିପିଓ ଓ ସିଡବ୍ଲୁସି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଗଞ୍ଜାମ ଜିଲାରେ ବାଲ୍ୟବିବାହ ରୋକିବାକୁ ‘ନିର୍ଭୟା କଢ଼ି’ ଯୋଜନାକୁ ବ୍ୟାପକ କରାଯାଇଛି। ଏପରିକି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ତତ୍କାଳୀନ ଜିଲାପାଳ ଘୋଷଣା କରିଥିଲେ। ଏସବୁ ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ନାବାଳିକା ବିବାହ କରାଯାଉଛି। ଗତ କିଛିମାସ ତଳେ ପୁରୁଣା ବ୍ରହ୍ମପୁର ରଙ୍ଗୁଣିବନ୍ଧ ସାହିରେ ବାଲ୍ୟବିବାହ ଚାଲିଥିବା ଖବରପାଇ ଚାଇଲ୍ଡ ଲାଇନ୍‌ ଟିମ୍‌ ଚଢ଼ାଉ କରିଥିଲା। ହେଲେ ଚଢ଼ାଉର ଆଗୁଆ ସୂଚନା ପାଇ ପୁଅ ଓ ଝିଅକୁ ଧରି ପରିବାର ବର୍ଗ ସେଠାରୁ ଚମ୍ପଟ ମାରିଥିଲେ। ତୃଣମୂଳସ୍ତରରେ ଯଦି ଲୋକଙ୍କୁ ସଚେତନ କରାଯାଇ ପାରିବ ତେବେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା ସମିତିର ମୁଖ୍ୟ ହେଉଛନ୍ତି ସରପଞ୍ଚ। କିନ୍ତୁ ଅଧିକାଂଶ ସରପଞ୍ଚ ଏହା ଜାଣୁନାହାନ୍ତି। ଏପରିକି ପଞ୍ଚାୟତରେ କେତେ ଝିଅ ଅଛନ୍ତି ତାହାର ଖବର ମଧ୍ୟ ସେମାନେ ରଖୁ ନାହାନ୍ତି। ଫଳରେ ଗାଁରୁ କେତେବେଳେ କେଉଁ ଝିଅ କେଉଁ ଜାଗାକୁ ଚାଲାଣ ହେଉଛି କିମ୍ବା ବାଲ୍ୟବିବାହ ହେଉଛି ଖବର ମିଳୁନାହିଁ। ବିଭିନ୍ନ ଗାଁରୁ ଚାଲାଣ ହୋଇ ଆସୁଥିବା ନାବାଳିକାଙ୍କୁ ରେଳଷ୍ଟେଶନ୍‌ ଏବଂ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଉଛି। ଜିଲାରେ ଗତ ୬ବର୍ଷ ମଧ୍ୟରେ ମୋଟ ୮୫୧ଟି ବାଲ୍ୟବିବାହକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି। ୨୦୨୨ରେ ସର୍ବାଧିକ ୩୩୧ଟି ବିବାହ ବନ୍ଦ କରାଯାଇଥିବା ବେଳେ ୨୦୨୧ରେ ୨୦୧, ୨୦୨୦ରେ ୨୨୮ ଓ ୨୦୧୯ରେ ୪୫ଟି ବାଲ୍ୟବିବାହ ୨୦୧୮ରେ ୨୨ଟି ଓ ୨୦୧୭ରେ ୨୪ଟି ବାଲ୍ୟବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିକୁ ଦେଖିଲେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କେତେ ସଫଳ ତାହା ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri