ବାଲ୍ୟ ବିବାହମୁକ୍ତ ଜିଲା ଘୋଷଣା ଭେଳିକି

ବ୍ରହ୍ମପୁର,୧୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାକୁ ୨୦୨୨ ଜାନୁୟାରୀ ୩ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କରାଯାଇଥିଲା। କିନ୍ତୁ ସେହି ବର୍ଷ ଗଞ୍ଜାମ ଜିଲାରେ ୩୩୧ ବାଲ୍ୟବିବାହ ଯୋଜନା ଚାଲିଥିବା ବେଳେ ପ୍ରଶାସନ ବନ୍ଦ କରିଥିଲା। ନବାଳିକା ବିବାହ ଖବରପାଇ ପ୍ରଶାସନିକ ଟିମ୍‌ ଚଢ଼ାଉ କରୁଛି, ପରିବାର ଲୋକଙ୍କୁ ବୁଝାଶୁଝା କରି ବାହାଘର ବନ୍ଦ କରୁଛି। ତଥାପି ଜିଲାରେ ଏକାଧିକ ବାଲ୍ୟବିବାହ ହେଉଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୩୬ଟି ବାଲ୍ୟବିବାହ ବନ୍ଦ କରାଯାଇ ସାରିଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ଜିଲାରେ ଶିଶୁ ସୁରକ୍ଷା ଆଇନ ବିଫଳ ହୋଇଛି। ବାଲ୍ୟବିବାହ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଭୟ ରହୁନି। ତେଣୁ ଲୁଚାଛପାରେ ବାଲ୍ୟବିବାହ ଚାଲୁଥିବା ଅଭିଯୋଗ ହେଉଛି।
ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସଜାଗ ରହିବାକୁ ପୂର୍ବରୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ପ୍ରତ୍ୟେକ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, କୁଳସମାଜ, ଗାଁ କଲ୍ୟାଣ ସମିତି, ମିଶନ ଶକ୍ତି, ଜନପ୍ରତିନିଧି, ସିଡିପିଓ ଓ ସିଡବ୍ଲୁସି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଗଞ୍ଜାମ ଜିଲାରେ ବାଲ୍ୟବିବାହ ରୋକିବାକୁ ‘ନିର୍ଭୟା କଢ଼ି’ ଯୋଜନାକୁ ବ୍ୟାପକ କରାଯାଇଛି। ଏପରିକି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ତତ୍କାଳୀନ ଜିଲାପାଳ ଘୋଷଣା କରିଥିଲେ। ଏସବୁ ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ନାବାଳିକା ବିବାହ କରାଯାଉଛି। ଗତ କିଛିମାସ ତଳେ ପୁରୁଣା ବ୍ରହ୍ମପୁର ରଙ୍ଗୁଣିବନ୍ଧ ସାହିରେ ବାଲ୍ୟବିବାହ ଚାଲିଥିବା ଖବରପାଇ ଚାଇଲ୍ଡ ଲାଇନ୍‌ ଟିମ୍‌ ଚଢ଼ାଉ କରିଥିଲା। ହେଲେ ଚଢ଼ାଉର ଆଗୁଆ ସୂଚନା ପାଇ ପୁଅ ଓ ଝିଅକୁ ଧରି ପରିବାର ବର୍ଗ ସେଠାରୁ ଚମ୍ପଟ ମାରିଥିଲେ। ତୃଣମୂଳସ୍ତରରେ ଯଦି ଲୋକଙ୍କୁ ସଚେତନ କରାଯାଇ ପାରିବ ତେବେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଗଠିତ ହୋଇଥିବା ଶିଶୁ ସୁରକ୍ଷା ସମିତିର ମୁଖ୍ୟ ହେଉଛନ୍ତି ସରପଞ୍ଚ। କିନ୍ତୁ ଅଧିକାଂଶ ସରପଞ୍ଚ ଏହା ଜାଣୁନାହାନ୍ତି। ଏପରିକି ପଞ୍ଚାୟତରେ କେତେ ଝିଅ ଅଛନ୍ତି ତାହାର ଖବର ମଧ୍ୟ ସେମାନେ ରଖୁ ନାହାନ୍ତି। ଫଳରେ ଗାଁରୁ କେତେବେଳେ କେଉଁ ଝିଅ କେଉଁ ଜାଗାକୁ ଚାଲାଣ ହେଉଛି କିମ୍ବା ବାଲ୍ୟବିବାହ ହେଉଛି ଖବର ମିଳୁନାହିଁ। ବିଭିନ୍ନ ଗାଁରୁ ଚାଲାଣ ହୋଇ ଆସୁଥିବା ନାବାଳିକାଙ୍କୁ ରେଳଷ୍ଟେଶନ୍‌ ଏବଂ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଉଛି। ଜିଲାରେ ଗତ ୬ବର୍ଷ ମଧ୍ୟରେ ମୋଟ ୮୫୧ଟି ବାଲ୍ୟବିବାହକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି। ୨୦୨୨ରେ ସର୍ବାଧିକ ୩୩୧ଟି ବିବାହ ବନ୍ଦ କରାଯାଇଥିବା ବେଳେ ୨୦୨୧ରେ ୨୦୧, ୨୦୨୦ରେ ୨୨୮ ଓ ୨୦୧୯ରେ ୪୫ଟି ବାଲ୍ୟବିବାହ ୨୦୧୮ରେ ୨୨ଟି ଓ ୨୦୧୭ରେ ୨୪ଟି ବାଲ୍ୟବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିକୁ ଦେଖିଲେ ବାଲ୍ୟବିବାହ ମୁକ୍ତ ଜିଲା ଘୋଷଣା କେତେ ସଫଳ ତାହା ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?