Odisha Elections 2024

ଫାଇଲିନ୍‌ରେ ଲିଭି ନ ଥିଲା ଅଖଣ୍ଡ ଦୀପ

ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି ପକ୍ଷରୁ ମୂର୍ତ୍ତି ନିର୍ମାଣ ଓ ତୋରଣ କାର୍ଯ୍ୟ ଆରମ୍ଭ ହୋଇଛି। କଟକ କାରିଗରଙ୍କ ଦ୍ୱାରା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୮ ଫୁଟ ରହିଛି। ଢେଙ୍କାନାଳ ଜିଲାର କାରିଗରଙ୍କ ଦ୍ୱାରା ତାଜମହଲ ଢାଞ୍ଚାରେ ନିର୍ମାଣ ଚାଲିଥିବା ତୋରଣର ଉଚ୍ଚତା ୬୫ ଫୁଟ ଏବଂ ଓସାର ୪୦ ଫୁଟ ରହିଛି। ନବରାତ୍ରିଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହେବ। ପ୍ରତିଦିନ ସୂର୍ଯ୍ୟ ପୂଜା ପରେ ମା’ଙ୍କ ପୂଜାର୍ଚ୍ଚନା, ବିଶ୍ରାମ, ଚଣ୍ଡୀପାଠ, ଆଳତୀ, ଷୋଡଶ ପୂଜା, ହୋମଯଜ୍ଞ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ। ଭଜନ ସମାରୋହରେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ସନ୍ଧ୍ୟାରେ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯିବ। ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସ୍ବେଚ୍ଛାସେବୀ ଓ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯିବ। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ସେହିପରି କମିଟି ପକ୍ଷରୁ କମାପଲୀ ଛକଠାରୁ ଲାଞ୍ଜିପଲୀ ଓଭରବ୍ରିଜ, ଟାଟାବେଞ୍ଜ ଟ୍ରାଫିକ ଛକ ଓ ନନ୍ଦିଘୋଷ ଆପାର୍ଟମେଣ୍ଟ୍‌ ଯାଏଁ ସୁନ୍ଦର ଆଲୋକମାଳାରେ ସଜାଯିବ।
ଫାଇଲିନ୍‌ ବାତ୍ୟାରେ ପୂଜା ମଣ୍ଡପରେ ତୋରଣ ଭୁଶୁଡି ପଡିବା ସାଙ୍ଗକୁ ମୂର୍ତ୍ତି ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ମା’ଙ୍କ ନିକଟରେ ପୂଜା ପାଉଥିବା ଅଖଣ୍ଡ ଦୀପ ଲିଭି ନ ଥିଲା। ଯାହାକି ମା’ଙ୍କ ମହିମା। କମାପଲୀର ସମସ୍ତ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୂଜା ହୋଇ ଆସୁଛି। ଶ୍ରଦ୍ଧାଳୁମାନେ ମା’ଙ୍କୁ ସୁରୁଖୁରୁରେ ଦର୍ଶନ କରିବା ନିମନ୍ତେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୂଜା କମିଟି ପରିଚାଳକ ସୋମନାଥ ପାଢୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri