ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏନେଇ ଗୁରୁବାର ସ୍କୁଲ ଟାଇମ୍‌ରେ ପାଠପଢ଼ା ଛାଡ଼ି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରୀଛାତ୍ରଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ। ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଅର୍ଡର ପ୍ରତ୍ୟାହାର କରିବାକୁ ଜିଦ୍‌ରେ ଅଟଳ ଅଭିଭାବକ ସଂଘ ଓ ଛାତ୍ରୀଛାତ୍ର। ଆମକୁ ଦରକାର ଆମ ପ୍ରଧାନଶିକ୍ଷକ। ପ୍ରଧାନଶିକ୍ଷକ ନ ଆସିଲେ ଆମେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଧାନଶିକ୍ଷକ ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି। ଆମେ କିପରି ପଢ଼ିବୁ ଓ କେମିତି ପରୀକ୍ଷା ଦେବୁ ବୋଲି ସ୍କୁଲ ପିଲାମାନେ ପ୍ରଶ୍ନ କରିଛନ୍ତି। ଏବିଇଓ ବିଜୟ ଚନ୍ଦ୍ର ବେହେରା ଧାରଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣାରୁ ହଟି ନାହାନ୍ତି ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ଓ ଛାତ୍ରୀଛାତ୍ର। ଆସନ୍ତା ତିନି ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ଏବିଇଓ ବେହେରା କହିବା ପରେ ମଧ୍ୟ ଜିଦ୍‌ରେ ଅଟଳ ରହିଛନ୍ତି ପିଲା। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିବା ଦେଖିବାକୁ ମିଳିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ବିଇଓ ବେହେରା ଆକ୍ରୋଶମୂଳକ ଭାବେ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋଲି ସ୍କୁଲ ପିଲାମାନେ ବିଇଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଇରାନ ଉପରେ ପୁଣି ଖପ୍ପା ହେଲେଣି ଡୋନାଲ୍ଡ ଟ୍ରମ୍ପ, କହିଲେ ୪୭ ବର୍ଷ ହେଲା…

ଓ୍ବାଶିଂଟନ,୧୧।୫: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ରବିବାର (୧୦ ମଇ) ଦିନ, ଆମେରିକାର ରାଷ୍ଟ୍ରପତି…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri