ଗଞ୍ଜାମ

ଅପହରଣ ପରେ ଯୁବକଙ୍କୁ ହତ୍ୟା

କୋଦଳା/କବିସୂର୍ଯ୍ୟନଗର,୮ା୧୦(ଅମିତ କୁମାର ପଟ୍ଟନାୟକ/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ତିନିଦିନ ପରେ ରବିବାର ସାତନଳ-ବେରୁଆଁବାଡି ନୁଦୁବୁଦି ନାଳ ନିକଟସ୍ଥ ଏକ ବୁଦା ନିକଟରୁ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି।…

ଯୁବକଙ୍କୁ ଅପହରଣ ସହ ନିସ୍ତୁକ ମାଡ଼ ଅଭିଯୋଗ: ୩ ଦିନ ପରେ ବି ମିଳୁନି ପତ୍ତା

ଛତ୍ରପୁର,୮ା୧୦(ସନ୍ତୋଷ ପାଢ଼ୀ): ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଜେ ଛଚିନାଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏବେ ଚ୍ୟାଲେଞ୍ଜ…

କୋର୍ଟରେ ହାଜର ହେଉନାହାନ୍ତି ଆଇଓ, ସରୁନି ବିଚାର

ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ତାରିଖ ପରେ ତାରିଖ ଗଡ଼ୁଛି। ସେପଟେ ବିଚାରରେ ବିଳମ୍ବ ଘଟୁଛି। କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ହାଜର ହେଉନାହାନ୍ତି ତଦନ୍ତକାରୀ ଅଧିକାରୀ। ଶନିବାର ଉକ୍ତ ମାମଲାର ତଦନ୍ତକାରୀ…

ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୭ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଜିଲାପାଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ…

ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ…

ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍‌ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ…

ମଣ୍ଡପରେ ହୁଏ ନବରାତ୍ର ପୂଜା

ବ୍ରହ୍ମପୁର,୭ା୧୦(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ସହରରେ ଶାରଦୀୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରତ୍ୟେକ ପୂଜା କମିଟିରେ ମେଢ, ମୂର୍ତ୍ତି ଓ ତୋରଣ ସାଜସଜା ରାଜ୍ୟ ତଥା ରାଜ୍ୟ ବାହାର କାରିଗରଙ୍କ ଦ୍ୱାରା କରାଯାଉଛି। ମହାଳୟାଠାରୁ ନବରାତ୍ର ପୂଜା…

ସାପ କାମୁଡ଼ାରେ ଚାଲିଗଲା ମା’ ଝିଅଙ୍କ ଜୀବନ

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ମା’ କେ.ବାସନ୍ତୀ ପାତ୍ର ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟା ଦେବସ୍ମିତାଙ୍କ ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଉଭୟ…

ସରପଞ୍ଚଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ଦୀପ କୁମାର ମହାନ୍ତି ଶୁକ୍ରବାର ଏକ ଆକ୍ରମଣ ମାମଲାର ଅଭିଯୁକ୍ତ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ସରପଞ୍ଚ ଓ ତାଙ୍କର ୫ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।…

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଧାନମେରା ସାହିର ନରଶିମା ନାୟକ ଓରଫ ଭିମା (୩୦)। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।…

ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ଅଭିଯୋଗ

ହିଞ୍ଜିଳିକାଟୁ ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳିକାଟୁ ମୁନିସିପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପାଟିତୁଣ୍ଡ କରିଥିବା ଅଭିଯୋଗ…

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ପୋଲସରା,୬।୧୦(ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମର ରୋହିତ ବିଷୋୟୀ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ସବୁ ବେଳେ ରୋହିତ ମଦ୍ୟପାନ କରି ଘରେ ଝଗଡ଼ା ଗଣ୍ଡଗୋଳ କରୁଥଲେ। ଗାଳି ଗୁଲଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?