ଗଞ୍ଜାମ

ମୁମ୍ବାଇକୁ ହରାଇ ବ୍ରହ୍ମପୁର ଚାମ୍ପିୟନ

ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ମର୍ନିଂ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ୬ଷ୍ଠ ରାତ୍ରକାଳୀନ ଟେନିସ୍‌ ବଲ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ କଲ୍ୟାଣ ଋତୁଭି କି ଫେରାରି ଟିମ୍‌କୁ ୩୨ରନ୍‌ରେ ହରାଇ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଚାମ୍ପିୟନ ହୋଇଛି। ରବିବାର…

କାର୍‌କୁ ପିଟିଲା ବାଇକ୍‌: ୭ ଗୁରୁତର

ଛତ୍ରପୁର.୨୫।୩(ଦିଲୀପ ସାମଲ): ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ସୋମବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ୭ଜଣ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ଏକ କାର୍‌(ନଂ.ଓଡି୦୨ଆର୍‌-୧୧୧୨) ଯୋଗେ ୫ଜଣ ବ୍ୟକ୍ତି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି…

ଛେଳି ଗୋଠରେ ବଜ୍ରପାତ

ଭଞ୍ଜନଗର/ସୋରଡ଼ା,୨୫।୩(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି। ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆହତମାନେ ହାତୀଖାଲ ଗ୍ରାମର…

ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା

ପୁରୁଷୋତ୍ତମପୁର/ଛତ୍ରପୁର.୨୫।୩(ସୀମାଞ୍ଚଳ ମିଶ୍ର/ଦିଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ସୋମବାର ଆରମ୍ଭ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପୁରୁଷୋତ୍ତମପୁର ସହରେ ଥିବା ୩ଟି ଦଣ୍ଡଯାତ୍ରା ଦଳ(…

ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶନିବାର ବିଲମ୍ବିତ ରାତିରେ ଶଙ୍କୁରୁ ପଞ୍ଚାୟତର ଚକାବଟ, ଚିଲିଖମା ଓ ଭାଲୁଆସାହି…

୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍‌ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍‌, ପିକ୍‌ଅପ୍‌ ଗାଡ଼ି ଓ ଦୁଇଟି ବାଇକ୍‌ ଜବତ କରିଛି। ମୋଟ୍‌ ୨୪୦…

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଷଣ୍ଢ

ଛତ୍ରପୁର,୨୩।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବି.ପୁରସ୍ତମଙ୍କ ସ୍ତ୍ରୀ ବି.କାମିଲି ପାତ୍ର, । କାମିଲି ସକାଳୁ ଘର…

ସାନଖେମୁଣ୍ଡି ବିଧାୟକଙ୍କ ଶକ୍ତି ପ୍ରଦର୍ଶନ, କହିଲେ ମୋଦି ସରକାର…

ଛତ୍ରପୁର, ୨୩ା୩ (ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପାର୍ଟି ପକ୍ଷରୁ ଶୁକ୍ରବାର ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମର ଭଗବତୀ ମନ୍ଦିର ନିକଟରେ ଏକ…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର,୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ସ୍ତ୍ରୀ’ ହତ୍ୟାକାରୀ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ନାରାୟଣ ସାହୁ(୪୫)ଙ୍କୁ ଆଜୀବନ…

ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା

ଗଞ୍ଜାମ,୨୨ା୩(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ଉଠା ପନିପରିବା ବେପାରୀଙ୍କ ସମସ୍ୟା ସମାଧାନ ହୋଇଛି। ଶୁକ୍ରବାର ସେମାନେ ନୂଆ ଠିକଣା ପାଇଛନ୍ତି l ସ୍ଥାୟୀ ସମାଧାନ ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୀର୍ଘଦିନ ହେବ ସାନ ବଜାର ସଂଘ ସଭାପତି ସୁଧୀର କୁମାର…

ଛତ୍ରପୁର ସହରାଞ୍ଚଳର ପରିମଳ ବିପର୍ଯ୍ୟସ୍ତ

ଛତ୍ରପୁର,୨୨ା୩ (ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନଏସି ଏବେ ମୁନିସିପାଲିଟି ଘୋଷଣା ହୋଇଛି। ମାତ୍ର କିଛି ଦିନ ହେଲା ଏଠାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଏନଏସି କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବ ନେଇ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଅଳିଆ…

କୋର୍ଟ ଭିତରେ କରିଥିଲେ କମ୍ପ୍ୟୁଟର ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୨୧ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟ ଭିତରେ କମ୍ପ୍ୟୁଟର ଭଙ୍ଗାରୁଜା ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଛତ୍ରପୁର ଜେଏମଏଫ୍‌ସି ସ୍ବୟଂଶିକ୍ତା ପତି ମାମଲାର ବିଚାର କରି ଅଭିଯୁକ୍ତ ସୁବାସ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?