ମାସେ ହେଲା ଓଟି କମ୍ପ୍ଲେକ୍ସ ବନ୍ଦ
ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି। ପୁରୁଣା କୋଠାର ସମସ୍ତ ୱାର୍ଡକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସୁପରସ୍ପେଶିଆଲିଟି ବିଭାଗର ସେବା ମଧ୍ୟ ପ୍ରଦାନ କରାଯାଉଛି। କୋଠାଗୁଡ଼ିକରେ…
ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ
ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ ଗ୍ରାମଗୁଡିକରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କାରେ ସମ୍ପୃକ୍ତ…
ଛତ୍ରପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଛତ୍ରପୁର,୨୪ା୯ (ଡି.ଏନ.ଏ.): ଛତ୍ରପୁର ଏନ୍ଏସିର ସାଧାରଣ ପରିଷଦ ବୈଠକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୌରୋହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା,ଉପାଧ୍ୟକ୍ଷ ଜି.ପାପା ରାଓ, ନିର୍ବାହୀ ଅଧିକାରୀ ଉମାଶଙ୍କର ନାୟକ ମଞ୍ଚାସୀନ ଥିଲେ। ବୈଠକରେ ପରିମଳ,…
ନ୍ୟାୟ ପାଇଁ କ୍ୱାର୍ଟର୍ସ ଆଗରେ ସ୍ତ୍ରୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୨୪ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଶୁକ୍ରବାର ସରକାରୀ ରେଳବାଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ସେପଟେ ସ୍ତ୍ରୀ ସ୍ବପ୍ନା ନାୟକ…
ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ
ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଅଧିକାରୀମାନେ ଠିକ୍ ଭାବେ ଅନୁଧ୍ୟାନ କରି ତ୍ରୁଟି ସଂଶୋଧନ ପାଇଁ ଗତ ଦୁଇ ବର୍ଷ…
ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ
ପାତ୍ରପୁର,୨୩ା୯(ଡି.ଏନ.ଏ.): ସାମନ୍ତିଆପଲ୍ଲୀ ରେଞ୍ଜ ନାରାୟଣପୁର ଛକ ନିକଟରେ ଶୁକ୍ରବାର ଆନ୍ଧ୍ର ଚାଲାଣ ବେଳେ ଜଙ୍ଗଲ ବିଭାଗ ଶଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଅର୍ଜ୍ଜୁନ…
କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ
ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ ତାଙ୍କ ବ୍ୟାଗକୁ ଲୁଟି ନେଇଥିଲେ। ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ସମେତ ସ୍କୁଲ କଲେଜର ସାର୍ଟିଫିକେଟ…
ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏନେଇ ସରକାରୀ ରେଳବାଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ…
ଅବକାରୀ ଚଢ଼ାଉ, ବନ୍ଧା ହେଲେ ୪ ଯୁବକ
ବ୍ରହ୍ମପୁର ଅଫିସ,୨୩।୯: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଭଞ୍ଜନଗରରେ ଚଢ଼ାଉ କରି ୪୧କେଜି ଗଞ୍ଜେଇ ଜବତ କରିଛି। ଏସଂକ୍ରାନ୍ତରେ ୪ଟି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍ ଭଞ୍ଜନଗର ଫରେଷ୍ଟ…
ନଦୀ ତଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଜରାଟରୁ ଗିରଫ ହେଲେ ଅଭିଯୁକ୍ତ
ଗଞ୍ଜାମ,୨୩।୯(ଡି.ଏନ.ଏ.): ଗତ ବର୍ଷ ଋଷିକୁଲ୍ୟା ନଦୀ ତଟରୁ ଜରିଗୁଡା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ। ମୃତକ ଜଣଙ୍କ ମମତା ବେହେରା ବୋଲି ଜଣାପଡିଥିଲା। ସେତେବେଳେ ତାଙ୍କୁ ତାଙ୍କ ସ୍ବାମୀ ଓ ଅନ୍ୟ ସହଯୋଗୀ ମିଶି ହତ୍ୟା…
ଏମ୍କେସିଜିରେ ବାରମ୍ବାର ସିଲିଂ ଖସିବା ଘଟଣା: ଏନ୍ଏଚ୍ଆରସିରେ ମାମଲା ରୁଜୁ
ବ୍ରହ୍ମପୁର ଅଫିସ,୨୩ା୯: ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ ପରିସରରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସୁପରସ୍ପେଶାଲିଟି ବ୍ଲକରୁ ବାରମ୍ବାର ସିଲିଂ ଖସିବା ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନ(ଏନ୍ଏଚ୍ଆରସି)ରେ ଗୁରୁବାର ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ସହରର…
୨ କି.ମି.ମଧ୍ୟରେ ରହିବ ମତଦାନ କେନ୍ଦ୍ର
ଛତ୍ରପୁର,୨୨ା୯(ଡି.ଏନ.ଏ.):ଗଞ୍ଜାମ ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ରଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲର ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକର ନାମ…
Archives


