ଖବର ପ୍ରସାରଣ ପରେ ନୂଆକୋଠାରେ ଆରମ୍ଭ ହେଲା ରୋଗୀସେବା

ଗଞ୍ଜାମ,୧୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇଛି l ପୂର୍ବରୁ ‘ମେଡିକାଲର ପୁରୁଣା ଭଙ୍ଗା କୋଠାରେ ଚାଲିଛି ରୋଗୀ ସେବା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ନୂତନ କୋଠାରେ ସେବା ଆରମ୍ଭ ହୋଇଛି। ପ୍ରଥମେ ଏହାର ଶୁଭାରମ୍ଭ ବେଳେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଜେଡ୍‌ପି ତଥା ଆରକେଏସ୍‌ ଚେୟାରମ୍ୟାନ ସନାତନ ବେହେରା, ଆୟୁଷ ଡାକ୍ତର ବନୋଜକାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ। ନୂତନ କୋଠାରେ ପ୍ରଥମ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ମେଡିକାଲ ଅଫିସର ସୌମ୍ୟକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସମିତି ଜରିଆରେ ଆସୁଥିବା ଟଙ୍କା ମେଡିକାଲ ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରିବା ଲାଗି ଆଲୋଚନା ହୋଇଥିଲା। ଫାର୍ମାସିଷ୍ଟ ଶ୍ରୀମୟ ରଥ, ସଂଯୁକ୍ତା ରାଣୀ ଜେନା, ଚନ୍ଦନ କୁମାର ମଲିକ, ରଶ୍ମିତା ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ଛତ୍ରପୁର, ୧୪ା୭ (ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ...

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ...

ବ୍ୟବସାୟୀଙ୍କ ଘରୁ ୪୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ବ୍ରହ୍ମପୁର,୧୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଏବେ ଲୁଟେରା ଗ୍ୟାଙ୍ଗ୍‌ ପୁଣିଥରେ ସକ୍ରିୟ ହେବାରେ ଲାଗିଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଛନ୍ତି ଏହି ଗ୍ୟାଙ୍ଗ୍‌।...

ମିଳିଗଲା ଚୋରି ହୋଇଥିବା କେଜିକେଜି ରୁପା, ସୁନା

ଛତ୍ରପୁର,୧୩।୭: ବ୍ୟବସାୟୀଙ୍କଠାରୁ ସୁନା ଓ ରୁପା ଅଳଙ୍କାର  ଲୁଟ୍‌ ଘଟଣାରେ ଚମାଖଣ୍ଡି ପୋଲିସ ସଫଳ ହୋଇଛି। ଏହି ଘଘଟଣାରେ ସମ୍ପୃକ୍ତ ଆସିକା କରାତଳି ଗ୍ରାମର ଏ...

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ପୁରୁଷୋତ୍ତମପୁର,୧୨ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀଛକଠାରେ ଡ୍ରେନ୍‌ରେ ପଡ଼ି ଗୁରୁବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ...

ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର

କବିସୂର୍ଯ୍ୟନଗର, ୧୧ା୭ (କୃପାସିନ୍ଧୁ ସ୍ବାଇଁ)ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ...

ବରାହ ଅବତାରରେ ଦର୍ଶନ ଦେଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୦।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ଆଡପ ମଣ୍ଡପରେ ବୁଧବାର ବରାହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାକୁ ଦେଖିବାସହ କାଳିଆ ସାଆନ୍ତଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri