ହାତୀ ଘଉଡ଼ାଇବାକୁ ଯାଇ ହାବୁଡ଼ରେ ପଡ଼ିଗଲେ

ଭଞ୍ଜନଗର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ବାରଦଣ୍ଡାର ଜଣେ ଚାଷୀ ଗୁରୁବାର ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଆହତ ହୋଇଛନ୍ତି। ସେ ହେଲେ ଉଦୟ ପ୍ରଧାନ (୬୪)। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଦୟ ଗୁରୁବାର ରାତିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଆସିବାରୁ ଘୁହାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହେବାରୁ ଦୌଡ଼ି ପଳାଇ ଆସୁଥିବା ବେଳେ ତଳେ ପଡ଼ି ଆହତ ହୋଇଥିଲେ। ନିକଟସ୍ଥ ଗ୍ରାମବାସୀ ଉଦୟଙ୍କ ପାଟିଶୁଣି ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଥିଲେ। ତାରସିଂ ରେଞ୍ଜର ଜଣେ କର୍ମଚାରୀ କହିଛନ୍ତି, ଉଦୟ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଗୋଡ଼ାଇବାରୁ ସେ ତଳେ ପଡ଼ି ଆହତ ହୋଇଛନ୍ତି।
ଗତ କିଛିବର୍ଷ ହେବ ଘୁମୁସର ଉତ୍ତର ବନଖଣ୍ଡର ହାତୀ କରିଡ଼ରଗୁଡିକ ବିଭିନ୍ନ କାରଣ ଯୋଗୁ କ୍ଷତିଗ୍ରସ୍ତ ହୋଇପଡ଼ିଛି । ତେଣୁ ସନ୍ଧ୍ୟା ହେଲେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ନିକଟବର୍ତ୍ତୀ ଗାଁକୁ ଆସି ଫସଲ ନଷ୍ଟ କରୁଛନ୍ତି । ଏହି ସମୟରେ ମଣିଷ-ହାତୀ ମୁହଁାମୁହିଁ ହେଉଛନ୍ତି। ହାତୀ ଯୋଗୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ୫୦ରୁ ଉର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି । ଦୁଇ ବନଖଣ୍ଡର ଡିଏଫଓ ପ୍ରତ୍ୟେକ୍ଷ ଭାବେ ରାତିରେ ପାଟ୍ରୋଲିଂ କରିବା ସହ କର୍ମଚାରୀମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଲାଗି ସତର୍କ କରାଉଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri