ପୁରସ୍କାରପ୍ରାପ୍ତ ଏନ୍ଏସିରେ ପରିମଳ ବିପର୍ଯ୍ୟସ୍ତ
ଭଞ୍ଜନଗର,୧୨।୧୦(ଡି.ଏନ.ଏ): ୯୭୪ ମାର୍ଚ୍ଚ ୧୬ରେ ରାଜ୍ୟ ସରକାରଙ୍କ ଚିଠି ନଂ ୬୩୭୩ ଅନୁସାରେ ବେଲଗୁଣ୍ଠା ଏନ୍ଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ଟି ରାଜସ୍ବ ଗ୍ରାମ ଯଥା ବେଲଗୁଣ୍ଠା, ବାଲିଡ଼ି, ବି.କେ.ଶରଣପୁର, ଧନିଜାପଲ୍ଲୀ, ରମୁଣିପାଟଣା ଓ ଭଗବତୀପାଟଣାକୁ ନେଇ ଏନଏସି ଗଠନ…
ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତ ତଥା ତତ୍କାଳୀନ ବୌଦ୍ଧ ଜିଲାରେ ଥିବା ଓଡ଼ିଶା…
୮ ମାସରେ ୪. ୪୧ କୋଟି ଜରିମାନା
ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ପୋଲିସ ଏବେ ତିନି ଜଣିଆ ବାଇକ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ…
ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ମଙ୍ଗଳବାର ୩୭ ଜଣ ଆଉଟସୋର୍ସିଂ କର୍ମଚାରୀ ମିଳିତ ଭାବେ ଗଣଧାରଣା ଦେଇଥିଲେ। କର୍ମଚାରୀମାନେ ବଦଳି ବନ୍ଦ କରିବା ଦାବିରେ ଦିନତମାମ ଧାରଣା ଦେବା ଫଳରେ ଭଞ୍ଜବିହାର ପରିସରରେ ଉତ୍ତେଜନା ବୃଦ୍ଧି ପାଇଥିଲା।…
ଆଜିଠୁ ଖୋଲିବ ଓଟି କମ୍ପ୍ଲେକ୍ସ
ବ୍ରହ୍ମପୁର ଅଫିସ,୧୨।୧୦: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧୀକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସେହିପରି…
ଏଥର ରୋଗୀ ହେବେ ଉପକୃତ: ଛତ୍ରପୁର ହସ୍ପିଟାଲରେ ଲାଗିଲା ଅଲଟ୍ରାସାଉଣ୍ଡ ମେଶିିନ
ଛତ୍ରପୁର,୧୧।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ମଙ୍ଗଳବାର ଏକ ଅଲଟ୍ରାସାଉଣ୍ଡ ମେଶିିନ ଲାଗିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,…
ପୁଇଁତୋଳାରେ ଲକ୍ଷ୍ମୀପୂଜା: ବୁଧବାର ମା’ଙ୍କ ଭସାଣି
ଗଞ୍ଜାମ,୧୧।୧୦(ଡି.ଏନ୍.ଏ.): ଚଳିତବର୍ଷ ପ୍ରଥମ ଥର ପାଇଁ ପୁଇଁତୋଳା ସାନସାହିରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମା’ଲକ୍ଷ୍ମୀଙ୍କ ପୂଜା ଧୁମ୍ଧାମରେ ପାଳିତ ହେଉଛି। ଏଥିପାଇଁ ରବିବାର କଳସ ଯାତ୍ରା ହୋଇଥିଲା । ସାହିର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ…
ରାଜପଥରେ ଗାଡ଼ି ଧକ୍କାରେ ୨ଗାଈ ମୃତ, ୫ ଗୁରୁତର
ଗଞ୍ଜାମ,୧୧।୧୦: ଗଞ୍ଜାମ ଏନ୍ଏସି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଭୋରୁ ଗାଈଗୁଡ଼ିକ ଗୁରୁତର…
କୋଭିଡ୍ ପରେ ମାନସିକ ସମସ୍ୟା ବଢ଼ିଛି
ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ସମନ୍ବିତ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର, ଗଞ୍ଜାମ ଆନୁକୂଲ୍ୟରେ ସୋମବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ ପରିସରରେ ଡାକ୍ତର…
ଡାକ୍ତରଙ୍କ ବ୍ୟାଙ୍କ ଖାତାରୁ ୩.୨୫ଲକ୍ଷ ଲୁଟ୍
ବ୍ରହ୍ମପୁର ଅଫିସ,୧୧ା୧୦:ଜଣେ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜପତି ଜିଲା ଆର୍.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସର୍ଜରି ବିଭାଗର ଡା.ଲକ୍ଷ୍ମୀକାନ୍ତ ଚାନ୍ଦ। ଗତ ଶନିବାର ତାଙ୍କ ଏସ୍ବିଆଇ ଆକାଉଣ୍ଟ ଜମାଖାତାରୁ ଅନ୍ଲାଇନ୍ରେ ପ୍ରାୟ ୩.୨୫ଲକ୍ଷ ଟଙ୍କା କେହି…
ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ
ଆସିକା,୧୦।୧୦(ଡି.ଏନ୍.ଏ.): ଆସିକା ଏନ୍ଏସି ଅଶୋକା ସିନେମା ଛକ ନିକଟରେ ରବିବାର ଏକ ଭଡା ଘରେ ରହୁଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ହତ୍ୟାକାରୀ ସ୍ବାମୀ ସୀମାଞ୍ଚଳ ମିଶ୍ରଙ୍କୁ ଧରାକୋଟ ନିକଟସ୍ଥ ମୁଣ୍ଡମରାଇରୁ ଧରି ଥାନାରେ ଅଟକ ରଖିଥିଲା।…
ବାହାଘରର ୩ ମାସରେ ନବବଧୂଙ୍କୁ ନିର୍ଯାତନା, ଥାନାରେ ପହଞ୍ଚିଲା ମାମଲା
ବ୍ରହ୍ମପୁର ଅଫିସ,୧୦ା୧୦: ଅଧିକ ଯୌତୁକ ଦାବି କରି ଜଣେ ନବବଧୂଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୮୩/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜୁଲାଇ ୩ରେ ବ୍ରହ୍ମପୁରର…
Archives


