ଧରିତ୍ରୀ ପ୍ରଭାବ: ଖବର ପ୍ରକାଶର ଅଳ୍ପ ଘଣ୍ଟା ପରେ ନିର୍ମାଣ ହେଲା ରାସ୍ତା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ ସିମେଣ୍ଟ ବାହାରି ଗାତ ହୋଇଥିଲା। ଏହା ସହ ବାହାରକୁ ଲୁହା ରଡ ବାହାରି ପଡିଥିବା ବେଳେ ଗାଡି ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିଲା। ତେବେ ମଙ୍ଗଳବାର ଧରିତ୍ରୀରେ ଏହି ଖବର ପ୍ରକସ ପରେ ମଧ୍ୟାର୍ହ୍ନରେ ଉକ୍ତ ରାସ୍ତାର ଗର୍ତ୍ତ ପୋତାଯାଇ ନୂଆ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାର ଉଭୟ ପାଶର୍‌ବକୁ ସମ୍ପୁର୍ଣ୍ଣ ସଫା ମଧ୍ୟ କରିଦିଆଯାଇଛି ।
ସୂଚନାଯୋଗ୍ୟ, ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏଥିସହ ଶହଶହ ପର୍ଯ୍ୟଟକ ଗାଡି ମଧ୍ୟ ଯାତାୟାତ କରୁଛି। ତେବେ ଉକ୍ତ ବ୍ରିଜ୍ର ମରାମତି ନେଇ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଏନ୍‌କେ ନାୟକଙ୍କୁ ଯୋଗଯୋଗ କରାଯାଇଥିବା ବେଳେ ବ୍ରହ୍ମପୁର ଏନଏଚ କାର୍ଯ୍ୟାଳୟକୁ ଜଣାଇବା ସହ ଲିଖିତ ଭାବେ ଅଭିଯୋଗ କରିବାକୁ ସେ କହିଥିଲେ। ଅନ୍ୟପଟେ, ଯଥାଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ବ୍ରହ୍ମପୁର କାର୍ଯ୍ୟର୍ନିବାହୀ ଯନ୍ତ୍ରୀ ସତ୍ୟବାନ ପଟେଲଙ୍କୁ ଯୋଗାଯୋଗ କରିବା ପରେ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri