୪ଶହ ଲିଟର ମଦ ଜବତ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ
ଛତ୍ରପୁର,୧୪।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର ଅବକାରୀ ରେଞ୍ଜ ପକ୍ଷରୁ ଖଲିକୋଟ ଆଦର୍ଶ ଅବକାରୀ ଥାନା ଅଧୀନ ଖୋଜାପଲ୍ଲୀ, ତୁଳସୀପୁର ଓ କୈରାସୀଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।…
ଋଷିକୂଲ୍ୟା ମୁହାଣରେ କଇଁଛଙ୍କ ମିଳନ ପର୍ବ ଆରମ୍ଭ
ଗଞ୍ଜାମ,୧୩ା୧୨(ବିଦ୍ୟାଧର ସାହୁ): ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଳମ୍ବ ହୋଇଥିବା ସ୍ଥାନୀୟ ପରିବେଶବିତ୍ମାନେ ମତ ଦେଇଛନ୍ତି। ବୁଧବାର ରମ୍ଭା ଫରେଷ୍ଟର…
ଅଙ୍ଗନଓ୍ବାଡିରେ ମିଳୁଛି ନିମ୍ନମାନର ଛତୁଆ
ପୋଲସରା,୧୩।୧୨(ସୁବ୍ରତ ବେହେରା): ଗର୍ଭବତୀ ଓ ପ୍ରସ୍ତୁତି ମହିଳା ହିତାଧିକାରୀମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଛି। ଏପରି ଘଟଣା ଘଟିଛି ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତର ଡୋଙ୍ଗରୀ ଅଙ୍ଗନୱାଡ଼ି କେନ୍ଦ୍ରରେ। ଛତୁଆ ଗଚ୍ଛିତ ରଖିଥିବା ବେଳେ ସେଗୁଡ଼ିକୁ ମୂଷା…
ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା
ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ନିଲୁଙ୍କ ବଡ଼ଭାଇ ଟୁଲୁ…
କଳା ଟଙ୍କାରେ ଭୋଟ କିଣିବା ଥିଲା ଯୋଜନା: ଭାଜପା ନେତା
ଛତ୍ରପୁର,୧୧।୧୨(ସନ୍ତୋଷ ପାଢ଼ୀ ): କେନ୍ଦ୍ରୀୟ ଆୟକର ବିଭାଗ ଓଡ଼ିଶାରେ ଜବତ କରିଥିବା କଳା ଟଙ୍କାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଯେଉଁଭଳି ଭାବେ ଓଡ଼ିଶାରେ ବିଜେଡି ସରକାରଙ୍କ ପ୍ରୋତ୍ସାହନରେ କଂଗ୍ରେସ ଏମ୍ପିଙ୍କ ଦ୍ବାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ…
ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା
ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି।…
ଡାକ୍ତର ନାହାନ୍ତି, ରୋଗୀ ସେବା ବିପର୍ଯ୍ୟସ୍ତ
ବୁଗୁଡ଼ା,୧୧ା୧୨(କାଳି ଚରଣ ଦାଶ): ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବୁଗୁଡ଼ା ବ୍ଲକରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବୁଗୁଡ଼ାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ କରଚୁଲି, ବାଲିପଦର ଓ ଏ.…
ଲିଚୁ, କାଜୁ ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ
ଖଜୁରିପଡ଼ା,୧୧ା୧୨(ବିଦୁର ବେହେରା): କୃଷି କଲେ ଉନ୍ନତ ସକଳ ଉନ୍ନତର ନାରା ଦେଇ ସରକାର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଲିମ ପ୍ରଦାନ କରୁଛନ୍ତି। ଏବଂ ଚାଷ କାର୍ଯ୍ୟ ପାଇଁ ସରକାର ଯୋଗାଇ ଦେଉଥିବା…
୨ ବାଇକ ମୁହାଁମୁହିଁ, ଜଣେ ମୃତ
ଛତ୍ରପୁର ,୧୦ା୧୨ (ଦିଲ୍ଲୀପ ସାମଲ ): ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକଠାରେ ଶନିବାର ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ…
ସଂଘବଦ୍ଧ ଆକ୍ରମଣରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ
ଛତ୍ରପୁର,୯ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ଭାରତୀୟ ସେନା କର୍ମଚାରୀ ଜେ. ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଘଟଣାରେ ସମ୍ପୃକ୍ତ ୫…
ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ
ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର,…
ବାଣ ଫୁଟି ଯଜ୍ଞମଣ୍ଡପରେ ଲାଗିଲା ନିଆଁ
ଛତ୍ରପୁର,୮ା୧୨(ଦିଲ୍ଲୀପ ସାମଲ): କାଳୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା। ବାଣ ଫୁଟି ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଯଜ୍ଞମଣ୍ଡପ ଜଳିଗଲା। ଗଞ୍ଜାମ ଜିଲା ଚମାଖଣ୍ଡି ଅନ୍ତର୍ଗତ କୁଅଁପଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଅଗ୍ନିଶମବାହିନୀ…
Archives


