ଗଞ୍ଜାମ

ରାଶନ ବୋଝେଇ ପିକ୍‌ଅପ ଓଲଟିଲା

ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍‌ଅପ (ନଂ.ଓଆର୍‌୦୭ୟୁ-୭୨୬୭) ଭ୍ୟାନ୍‌ର ଓଲଟି ଚାଳକ ଆହତ ହୋଇଛନ୍ତି। ସେ ହେଲେ ଆର୍‌.ଉଦୟଗିରିର ବଳରାମ ପୂଜାରୀ। ବ୍ରହ୍ମପୁରରୁ ରାଶନ...

ସୁରାଟରୁ ୧୨ ବସ୍‌ ଓଡ଼ିଶା ଅଭିମୁଖେ

ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍‌ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍‌ ଗୁରୁବାର ରାତିରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର...

ସ୍କ୍ରିନିଂ ପରେ ୧୫ ସୁରଟ ଫେରନ୍ତାଙ୍କୁ ପଠାଗଲା ଏମ୍‌କେସିଜି: ଧରାକୋଟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୧୪ ପ୍ରବାସୀ ଓଡ଼ିଆ

ଧରାକୋଟ,୩୦ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ୪ ବସ୍‌ କଡା ସୁରକ୍ଷା ମଧ୍ୟରେ ବୁଧବାର ମଧ୍ୟରାତ୍ରରେ ଆସିକାରେ ପହଞ୍ଚତ୍ଥିଲା। ସେଥିରୁ ୨ଟି ବସ୍‌କୁ ଧରାକୋଟ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ଅଣାଯାଇଥିଲା। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର...

ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବୁଗୁଡ଼ା,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୪୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଲାଗି...

ଚିତ୍ରରେ ଗଞ୍ଜାମ ଜିଲାପାଳଙ୍କ କରୋନା ବାର୍ତ୍ତା: ଘରୁ ବାହାରିବା ବେଳେ ମାସ୍କ ସହ ବ୍ୟବହାର କରନ୍ତୁ ଛତା, ସାମାଜିକ ଦୂରତ୍ୱ ରହିବ

ଛତ୍ରପୁର, ୩୦।୪(ଡି.ଏନ୍‌.ଏ.)- କରୋନାର ମୁକାବିଲା ନିମନ୍ତେ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଚିତ୍ର ଆଙ୍କି...

ପୁଣି ସୁରଟ୍‌ରୁ ୨ ବସ୍‌ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ

ଛତ୍ରପୁର, ୩୦।୪( ଡି.ଏନ୍‌.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର ଗୁଜରାଟର ସୁରଟରୁ ଆଉ ୨ ବସରେ ପ୍ରବାସୀ ଓଡିଆ ଗଞ୍ଜାମ ଜ଼ିଲା ଅଭିମୁଖେ...

୧୦ ମତ୍ସ୍ୟଜୀବୀଙ୍କ ସ୍ବାବ୍‌ ପରୀକ୍ଷା

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.) : ଚେନ୍ନାଇରୁ ୩୩ ଜଣ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ୍‌ ଯୋଗେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରୀ ଜେଟିଠାରେ ସୋମବାର ରାତିରେ ପହଞ୍ଚିଥିଲେ। ସମସ୍ତଙ୍କୁ ଆର୍ଯ୍ୟପଲ୍ଲୀ ହାଇସ୍କୁଲରେ ଖୋଲାଯାଇଥିବା ଆଇସୋଲଶନ ସେଣ୍ଟରକୁ ନିଆଯାଇଥିଲା।...

୧୪୪୬୪ ଫେରନ୍ତାଙ୍କ ପାଇଁ ୧୧୫ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ

ବୁଗୁଡ଼ା, ୩୦।୪(ଡି.ଏନ୍‌.ଏ): ବର୍ତ୍ତମାନ ସାରା ଦେଶ ଓ ରାଜ୍ୟରେ କରୋନା ମହାମାରୀରୁ ଉଦ୍ଧାର ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡିଶା ରାଜ୍ୟର ଶ୍ରମିକମାନେ ବାହାର ରାଜ୍ୟରେ ବିଭିନ୍ନ କମ୍ପାନୀରେ...

କଡ଼ା ସୁରକ୍ଷା ମଧ୍ୟରେ କ୍ୱାରାଣ୍ଟାଇନ୍‌ରେ ରହିଲେ ୧୧୪ ଜଣ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ବିଳମ୍ବିତ ରାତିରେ ସୁରଟରୁ ଆସିଥିବା ଦୁଇଟି ବସ ଯୋଗେ ୧୧୪ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସମସ୍ତଙ୍କ ପରିଚୟ ଯାଞ୍ଚ ପରେ ଆଦର୍ଶ ବିଦ୍ୟାଳୟର ଆଇସୋଲେଶନ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୨୧୭ ସୁରଟ ଫେରନ୍ତା, ଅନ୍ୟ କେହି କେନ୍ଦ୍ର ନିକଟକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲାପାଳ

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.): ସୁରଟରୁ ୪ଟି ବସ୍‌ ଯୋଗେ ୨୧୭ ପ୍ରବାସୀ ଓଡ଼ିଆ ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ସମସ୍ତଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ପୂର୍ବାହ୍ନରେ ସୂଚନା ଦେଇଛନ୍ତି। ସମସ୍ତଙ୍କର...

ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍‌

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍‌ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ ନଜର ରଖୁଥିବା କୁହାଯାଉଥିଲେ ମଧ୍ୟ ବହୁ ସଂଖ୍ୟକ ଲୋକ ଆସୁଛନ୍ତି। ଗୁଜରାଟର ସୁରଟ...

ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍‌:  ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୩୦।୪(ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍‌ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ ନେଇ ଆସିଥିବା ୪ଟି ବସ୍‌ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବାର ଅଛି। ଅନ୍ୟପକ୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri