ଅଣ୍ଡାଦେଲେ ୧୧ ହଜାର ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ ସମୁଦ୍ର ବେଳାଭୂମିଠାରୁ ୧ କି.ମି. ଭିତରେ ଭାସମାନ ଅବସ୍ଥାରେ ଥିଲେ। ତେବେ ଫେବୃଆରୀ ଦ୍ୱିତୀୟ ସପ୍ତାହ ପରେ ଶନିବାର ବିଳମ୍ବିତ ରାତିରୁ ପ୍ରଥମ କରି ଅଲିଭ୍‌ରିଡ୍‌ଲେ କଇଁଛ ଗଞ୍ଜାମ ବ୍ଲକର ଗୋଖରକୁଦାଠାରୁ ବଟେଶ୍ୱର ପ୍ରାୟ ୪ କି.ମି. ଡାଇନାମିକ ବିଚ୍‌ରେ ଗଣଅଣ୍ଡାଦାନ କରିଛନ୍ତି। ପ୍ରାୟ ୧୧ ହଜାର କଇଁଛ ଅଣ୍ଡା ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ପୁରୁଣାବନ୍ଧରୁ ଅଳେଶ୍ୱର ୬ କି.ମି. ଓ ଗୋଖରକୁଦାଠାରୁ ଅଗସ୍ତି ନୂଆଗାଁ ପ୍ରାୟ ୪ କି.ମି. ବେଳାଭୂମିରେ କଇଁଛମାନେ ଅଣ୍ଡା ଦେଉଥିବା ଜାଣି ବନ ବିଭାଗ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। କଇଁଛଙ୍କ ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଲଗାଯାଇଥିଲା। ୨୦୨୨ରେ ୫ ଲକ୍ଷ ୫୦ ହଜାର କଇଁଛ ଅଣ୍ଡା ଦେଇଥିବାବେଳେ ୨୦୨୩ରେ ୬ ଲକ୍ଷ ୩୭ ହଜାର ଓ ୨୦୨୪ରେ ଜଳବାୟୁ ପରିବର୍ତ୍ତନ ଯୋଗୁ ମାତ୍ର ୩ ହଜାର କଇଁଛ ଅଣ୍ଡାଦାନ କରିଥିବା ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି।
ପ୍ରାୟ ୨୦ ହଜାର ଅଲିଭ୍‌ରିଡ୍‌ଲେ କଇଁଛ ରବିବାର ସନ୍ଧ୍ୟାରେ ବେଳାଭୂମିରେ ଅଣ୍ଡା ଦେବାକୁ ବିଚରଣ କରୁଥିବା ସାହୁ କହିଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତି ୧୦୦ ମିଟରକୁ ଗୋଟିଏ ସେଗ୍‌ମେଣ୍ଟ କରାଯାଇଛି। ପ୍ରତି ସେଗ୍‌ମେଣ୍ଟ୍‌ରେ ଜଣେ ବନ ବିଭାଗ କର୍ମଚାରୀ ଓ ଜଣେ ସ୍ବେଚ୍ଛାସେବୀ କଇଁଛ ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। କଇଁଛମାନେ ଗାତ ଖୋଳି ସେହି ଗାତରେ ଅଣ୍ଡା ଦେଇଥାନ୍ତି। ପ୍ରତି କଇଁଛ ୧୦୦ରୁ ୧୬୦ ଅଣ୍ଡା ଦେବା ପରେ ସେହି ଗାତକୁ ବାଲିରେ ପୋତି ସମୁଦ୍ରକୁ ଫେରିଯାଆନ୍ତି। ସେମାନଙ୍କ ଅଣ୍ଡାରୁ ଛୁଆ ଫୁଟିବାକୁ ପ୍ରାୟ ୫୦ ଦିନ ସମୟ ଲାଗୁଥିବାରୁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛୁଆ ଫୁଟିବା ପରେ ସେମାନେ ଧୀରେ ଧୀରେ ସମୁଦ୍ରକୁ ଫେରନ୍ତି। ଏହା ପ୍ରକୃତିର ନିୟମ ବୋଲି ସ୍ଥାନୀୟ ଲୋକେ କହନ୍ତି।
ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ସେହି ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡା ଦେବାକୁ ଆସିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ବେଳାଭୂମି ସ୍ବଚ୍ଛ ନ ଥିଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି ନାହିଁ। ଅଣ୍ଡା ଫୁଟିବା ପରେ ଯେଉଁ ଖୋଳପା ରହେ, ତାହା ମାଟିରେ ମିଶିବା ପାଇଁ ଦୀର୍ଘ ବର୍ଷ ଲାଗି ଯାଉଥିବାରୁ ପ୍ରତିବର୍ଷ ବେଳାଭୂମି ସଫେଇ ଉପରେ ବନ ବିଭାଗ ଗୁରୁତ୍ୱ ଦେଉଛି ବୋଲି ବ୍ରହ୍ମପୁର ବନଖଣ୍ଡର ଖଲ୍ଲିକୋଟ ରେଞ୍ଜର ଏସିଏଫ୍‌ ଦିବ୍ୟ ଶଙ୍କର ବେହେରା କହିଛନ୍ତି। ଅଲିଭ୍‌ରିଡ୍‌ଲେ କଇଁଛ ଓ ଅଣ୍ଡାର ସୁରକ୍ଷା ପାଇଁ ସମସ୍ତେ ସଜାଗ ରହିଛୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri