ଗଞ୍ଜାମ

ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ଏମପି ଓ ବିଧାୟକଙ୍କ ଯୋଗଦାନ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାକୁ ଗୁରୁତ୍ୱ

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା ଲକ୍ଷ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜିତ ସ୍ବତନ୍ତ୍ର…

ଦିଗପହଣ୍ଡିରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ 

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏଠାରେ ଥିବା ତହସିଲଦାର ଅନିତା କୁମାରୀ ସାହୁଙ୍କ ବୌଦ୍ଧ ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି । ରାଜ୍ୟ…

ମଧୁବିଦ୍ୟା ପୀଠର ବାର୍ଷିକୋତ୍ସବ: କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କୃତ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟା ପୀଠ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ…

ଘାଟିଶୁଳା,ଚକରା ଘାଟିକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡାଯିବ: ପ୍ରଦ୍ୟୁମ୍ନ

ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇ ଭଞ୍ଜନଗର ପର୍ଯ୍ୟଟକଙ୍କ ମନ ଜିଣିବ…

ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ ଶ୍ରମିକ ମୃତ

ଆସିକା,୩।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମରେ ଅଘଟଣ ଘଟିଛି। ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଲୁହା ରଡ ମାଟି ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକ…

ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚ, ସମିତିସଭ୍ୟଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୩।୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଳକର ସରପଞ୍ଚ, ସମିତିସଭ୍ୟ ଏପରିକି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ନେତୃତ୍ୱରେ ସରପଞ୍ଚ ଏବଂ ସମିତି ସଭ୍ୟ ଅଭିଯୋଗ ଶୁଣାଣିରେ…

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ଛତ୍ରପୁର,୩।୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ଝିଅର ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ହେବାପରେ ଜାନୁଆରୀ ୨୮ ତାରିଖରେ ଏଡିଏମଓ ଏହାର ତଦନ୍ତ କରିଥିଲେ । ଏପରିକି ଏସମ୍ପର୍କରେ ଫେବୃଆରୀ ୩…

ଅତ୍ୟଧିକ ଋଣଭାର ନେଲା ଜୀବନ: ଆତ୍ମହତ୍ୟା କଲେ ବିଦେଶୀ, ମେଡିକାଲକୁ ଚକ୍ଷୁଦାନ କଲେ ପରିବାର

ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଋଣ ଭାର ସହି ନ ପାରି ସେହି ଗ୍ରାମର ବିଦେଶୀ ଦଳେଇ(୫୦ ବର୍ଷ ) ମହାଶିବରାତ୍ରି ଦିନ ବିଷ ପିଇ ଦେଇଥିଲେ। ପରିବାର ଲୋକ…

ଘର ପୋଡ଼ିରେ ଝିଅ ଗୁରୁତର: ସହାୟତା ନିବେଦନ କଲେ ଦୃଷ୍ଟିବାଧିତ ବାପା

ଛତ୍ରପୁର,୩/୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଳୀ ପଞ୍ଚାୟତ ବଡପୁଟି ତିଅରବସା ଗାଁର ଗରୀବ ତଥା ଦୃଷ୍ଟିବାଧିତ ସୁଦର୍ଶନ ବେହେରାଙ୍କ ଘର ସର୍ଟସର୍କିଟରେ ଫେବୃୟାରୀ ୧୦ ତାରିଖରେ ପୋଡି ଯାଇଥିଲା । ଏଥିରେ ଘର ସମ୍ପୂର୍ଣ୍ଣ ପୋଡି ଯାଇ କ୍ଷତି…

ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା

ଛତ୍ରପୁର,୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ଠାରେ ଓଡିଶା ସବ୍‌ଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଲାଇଭଷ୍ଟକ ଇନ୍ସପେକ୍ଟର(ଏଲ୍‌ଆଇ), ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଚାକିରି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାରଠାରୁ ୫…

ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ

ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍‌ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

୨ ବାଇକ୍‌ ସହ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ପୋଲିସ, ୩ ଗିରଫ

ବ୍ରହ୍ମପୁର,୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ରବିବାର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେଶନ ନିକଟ ନେହେରୁ ପାର୍କ କଡ଼ରୁ ୩ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରେ ଥିବା ଏୟାର ବ୍ୟାଗଗୁଡ଼ିକ ଯାଞ୍ଚ ବେଳେ ସେଥିରୁ ୧୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?