ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ଛତ୍ରପୁର,୩।୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ଝିଅର ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ହେବାପରେ ଜାନୁଆରୀ ୨୮ ତାରିଖରେ ଏଡିଏମଓ ଏହାର ତଦନ୍ତ କରିଥିଲେ । ଏପରିକି ଏସମ୍ପର୍କରେ ଫେବୃଆରୀ ୩ ତାରିଖରେ ମୃତ ଝିଇର ମା’ ତଥା ସୋରଡା ବ୍ଲକ ବରାଡି ଗାଁର ଆଶାଲତା ପଣ୍ଡା ନ୍ୟାୟ ପ୍ରଦାନ ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କ ନିକଟରେ ନିବେଦନ କରିଥିଲେ। ଏହି ଘଟଣାକୁ ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ ରିପୋର୍ଟ ମୁଁ ପାଇ ନ ଥିବା ଆଶାଲତା କହିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନି। ସୋମବାର ସେ ଛତ୍ରପୁର ଆସି ଅତିିରିକ୍ତ ଜିଲାପାଳଙ୍କୁ ଭେଟି ତଦନ୍ତ ରିପୋର୍ଟ ପ୍ରଦାନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଘୁମୁସରୀ ଗାଈର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବଜେଟ୍ ଦାବି: ଦାବି ପୂରଣ ନହେଲେ ଧର୍ମଘଟ ଚେତାବନୀ

ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଘୁମୁସରୀ ଗୋପାଳ ସମିତି ପକ୍ଷରୁ କାରଗିଲ ଭବନ ଠାରେ ଘାସବାସ ଚାଷ ଓ ଗୋ-ଆଧାରିତ କୃଷିର ବିକାଶ ନିମନ୍ତେ ରବିବାର ଅପରାହ୍ନରେ ଏକ ସାମ୍ବାଦିକ…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?