ଗଞ୍ଜାମ

ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ ।  ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା...

ଆସୁଛି ସାମୁଦ୍ରିକ ଝଡ଼ ‘ଫନୀ’ : ଗୋପାଳପୁର ବନ୍ଦରରେ ୨ନଂ. ବିପଦ ସଙ୍କେତ

ଗୋପାଳପୁର,୧ା୫-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’  ମୁକାବିଲା ନେଇ ତପତ୍ର ହୋଇପଡ଼ିଛି ପ୍ରଶାସନ। ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଦିଆଯାଇଛି। ଯେ କୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।...

ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଅନୁଧ୍ୟାନ କଲା ପ୍ରଶାସନ

ଛତ୍ରପୁର,୧ା୫(ଡି.ଏନ.ଏ)-ସମ୍ଭାବ୍ୟ ବାତ୍ୟା ‘ଫନୀ’ ମୁକାବିଲା ନେଇ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଛତ୍ରପୁର ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଛତ୍ରପୁର ବିଡିଓ ଅମ୍ବିକା ଦାଶ, ତହସିଲଦାର ନୀଳମାଧବ ଭୋଇ ଏବଂ ଅନ୍ୟ ଅଧିକାରୀମାନେ...

ମଡେଲ ସିଟି ବ୍ରହ୍ମପୁର, ଛତ୍ରପୁରକୁ ମଡେଲ ଟାଉନ୍‌ ଲକ୍ଷ୍ୟ: ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ କମିଟି

ଛତ୍ରପୁର,୧ା୫(ଡି.ଏନ.ଏ)-ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲାକୁ ମଡେଲ ସିଟି ଏବଂ ଛତ୍ରପୁର, ଢେଙ୍କାନାଳ ଓ ଯାଜପୁରକୁ ମଡେଲ ଟାଉନ୍‌  କରିବା ପାଇଁ ଲକ୍ଷ୍ୟ ରଖି  ସରକାର ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଛନ୍ତି। ବିଶେଷକରି ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି)ଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ...

ବର୍ଜ୍ୟବସ୍ତୁ ପରିଚାଳନା ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି

ବ୍ରହ୍ମପୁର ଅଫିସ,୧ା୫-ବ୍ରହ୍ମପୁର ବଡ ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚତ୍ଛନ୍ତି।...

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ୧୦ ବର୍ଷ ପରେ ବି ହୋଇପାରୁନି ପଞ୍ଜୀକରଣ

ବ୍ରହ୍ମପୁର ଅଫିସ,୧ା୫-ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ତଥା ଆର୍ଥତ୍କ, ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି| ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଓ ସୁଦୃଢ କରିବାକୁ ମାଳ...

ବିଜେଡି ବିରୋଧରେ ଏସ୍‌ପିଙ୍କୁ ଫେରାଦ ହେଲା ଭାଜପା

ବ୍ରହ୍ମପୁର ଅଫିସ,୩୦ା୪-ପ୍ରଥମ ପର୍ଯ୍ୟାୟ ଅର୍ଥାତ ଗତ ୧୧ ତାରିଖରେ ଚିକିଟି ବିଧାନସଭା ଆସନ ଲାଗି ହୋଇଥିବା ମତଦାନ ପରେ ବିଜେଡି ନେତା ଓ କର୍ମୀମାନେ ଭାଜପା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଭାଜପାକୁ...

ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ଖଲ୍ଲିକୋଟ,୩୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କୁଶଢ଼ିପ ଛକ ନିକଟରେ ରବିବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛକରେ ଚାଲିଥିବା ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ...

ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର ୩୦ତମ ଦିବସ ତଥା ଅସ୍ଥାୟୀ ପୀଠରେ ଶେଷ ରଜନୀ। ଏହି ଅବସରରେ ରବିବାର ମା’ଙ୍କ...

ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ କରାଯାଇଛି। ସହରାଞ୍ଚଳ ମହିଳାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ‘ସଂଗଠନ ଶ୍ରୁତାଇ’ର...

ଏନ୍‌ଏସି ଖୋଲିନି, ଲୋକେ ଖୋଲିଲେ ଜଳଛତ୍ର

ଭଞ୍ଜନଗର,୨୯।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଗତ କିଛିଦିନ ହେବ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହୁଛି। ଫଳରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ସହରର ପ୍ରମୁଖ ରାସ୍ତା ଜନଶୂନ୍ୟ ହୋଇପଡୁଛି। ଖରାଦିନେ ଜଳଛତ୍ର ଏନ୍‌ଏସି ପକ୍ଷରୁ ପ୍ରତ୍ୟେକ ବର୍ଷ ଖୋଲାଯାଉଥିଲା। କିନ୍ତୁ ଚଳିତବର୍ଷ...

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।...

Advertisement


Archives

Model This Week

Why Dharitri