ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଥାନାରେ ଏତଲା ଦେଲେ ଯୁବତୀ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୯୮/୨୫ ଅନୁଯାୟୀ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ମରେଇବାଡ଼ି ଗ୍ରାମର ସିମାଞ୍ଚଳ ମଲ୍ଲିକଙ୍କ ନାଁରେ ମକଦ୍ଦମା ରୁଜୁ କରିବା ସହ ଥାନା ଏସ.ଆଇ ସୋଫିଆ ମିଶ୍ରଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାମ କରୁଥିବା ସିମାଞ୍ଚଳ ଉକ୍ତ ଯୁବତୀଙ୍କୁ ଗତ ପ୍ରାୟ ୧ ବର୍ଷ ହେଲା ଭଲ ପାଉଥିଲେ। ଗତ ଫେବୃଆରୀ ୨୪ ତାରିଖରେ ସିମାଞ୍ଚଳ ଯୁବତୀଙ୍କୁ ଚିକିଟି ପେଣ୍ଠ ଗ୍ରାମକୁ ଡକାଇଥିଲେ। ଯୁବତୀ ଜଣକ ସେଠାରେ ପହଞ୍ଚିବାପରେ ତାଙ୍କୁ ଏକ ଲଜିଂକୁ ନେଇ ସିମାଞ୍ଚଳ ତାଙ୍କ ସହ ସହବାସ କରିବା ପରେ ସେଠାରେ ଉଭୟେ ରାତି ବିତାଇଥିଲେ। ସକାଳେ ଖବରପାଇ ଯୁବତୀଙ୍କ ମାମୁ ସେଠାରେ ପହଞ୍ଚି ଉଭୟଙ୍କୁ ତାଙ୍କ ଘରକୁ ଡ଼ାକି ନେଇଥିଲେ। ପରେ ସିମାଞ୍ଚଳଙ୍କ ବାପା ଲବ ମଲ୍ଲିକ ଏବଂ କିଛି ଭଦ୍ରବ୍ୟକ୍ତିଙ୍କୁ ଡାକି ଉଭୟଙ୍କ ବିବାହ ପାଇଁ ଆଲୋଚନା କରିଥିଲେ। ସିମାଞ୍ଚଳ ଯୁବତୀଙ୍କୁ ବିବାହ ପାଇଁ ସହମତି ପ୍ରକାଶ କରିଥିଲେ ମଧ୍ୟ ବାପା ଲବ ଏବଂ ଉପସ୍ଥିତ ଭଦ୍ରଲୋକମାନେ ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଇଥିଲେ। ପରେ କୁକୁଡ଼ା ଖଣ୍ଡି ବ୍ଲକ ଟାମଣା ଗ୍ରାମର ଜଣେ ଯୁବତୀଙ୍କ ସହ ସିମାଞ୍ଚଳଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିବା ଜାଣିବା ପରେ ଯୁବତୀ ଜଣକ ଥାନାରେ ଏତଲା ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ଅନୁଦାନରୁ ବଞ୍ଚିତ ଅଧ୍ୟାପକମାନଙ୍କ ସମନ୍ୱୟ ସମିତି ବୈଠକ: ସରକାରୀ ପ୍ରତିଶ୍ରୁତିକୁ ନେଇ କ୍ଷୋଭ

ଭୁବନେଶ୍ୱର/ମହାକାଳପଡ଼ା,୨୦ା୮: ରାଜ୍ୟର ଅନୁଦାନରୁ ବଞ୍ଚିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟ ମନ୍ଦିରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri