ଗଞ୍ଜାମ

ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ

ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍‌...

ବସ୍‌ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍‌ ସେବା ଆରମ୍ଭ ପରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍‌ରେ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ୩୮ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ...

କୋଭିଡ୍‌ ଆମ୍ବୁଲାନ୍ସରୁ ଓହ୍ଲାଇ ନଳକୂପରେ ପିଇଲେ ପାଣି: ସାନିଟାଇଜ୍‌ ହେଲା ଗ୍ରାମ, ଲୋକେ ଭୟଭୀତ

ପାଟପୁର,୧୫ା୫(ଡି.ଏନ୍‌.ଏ.)- କୋଭିଡ୍‌-୧୯ ଆମ୍ବୁଲାନ୍ସରୁ ଓହ୍ଲାଇ ୨ ଅନ୍ତେବାସୀ ଗ୍ରାମ ନଳକୂପରୁ ପାଣି ପିଇବା ପରେ ଗଁା ସାନିଟାଇଜ୍‌ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଅଞ୍ଚଳରେ। ଏକ କୋଭିଡ୍‌-୧୯ ଆମ୍ବୁଲାନ୍ସ ଗୁରୁବାର ମଧ୍ୟାହ୍ନରେ ସଙ୍ଗରୋଧ...

ବାଟଭୂଲି ପାତ୍ରପୁରରେ ନବରଙ୍ଗପୁର ଶ୍ରମିକ

ପାତ୍ରପୁର,୧୫ା୫(ଡି.ଏନ୍‌.ଏ.)- ବିଜୟୱାଡ଼ାରୁ ଚାଲିଚାଲି ନବରଙ୍ଗପୁର ଜିଲାକୁ ଯାଉଥିବା ୧୧ ଶ୍ରମିକ ବାଟଭୂଲି ଗୁରୁବାର ପାତ୍ରପୁର ବ୍ଲକ ଜୟନ୍ତିପୁରରେ ପହଞ୍ଚତ୍ଛନ୍ତି। ଲକ୍‌ଡାଉନ୍‌ ପରେ ଫସି ରହିଥିବା ଶ୍ରମିକ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ଭୁଲବଶତଃ ସେମାନେ ଆନ୍ଧ୍ର ସୀମା ପାରି ହେବାପରେ...

କୋଭିଡ୍‌ ଡ୍ୟୁଟିରେ ଥିବା ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

ବୁଗୁଡ଼ା,୧୪ା୫(ଡି.ଏନ.ଏ.)- କୋଭିଡ୍‌ ଡ୍ୟୁଟିରେ ଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗୁରୁବାର ସ୍ଥାନୀୟ ବିଡିଓଙ୍କ ଜରିଆରେ ଗଞ୍ଜାମ ଜିଲାପାଳଙ୍କୁ ଦାବିପତ୍ର ଦେଇଛି ବୁଗୁଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ। ଏନେଇ ମୁଖ୍ୟମନ୍ତ୍ରୀ, ଗୋଷ୍ଠୀ ଶିକ୍ଷାଧିକାରୀ ବୁଗୁଡ଼ା, ଜିଲା ଶିକ୍ଷାଧିକାରୀ,...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି: ପ୍ରଶାସନକୁ ସହଯୋଗ କରିବାକୁ ଦେଲେ ପରାମର୍ଶ

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ ସେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସୁରଟ ଫେରନ୍ତା ପ୍ରବାସୀ...

ଗଞ୍ଜାମର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ହାସ୍ୟ ଶିବିର

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ମନ ସ୍ଥିର ରହିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ ରହିପାରୁଥିବା କୁହାଯାଇଛି। ଏହାଛଡ଼ା ପ୍ରବାସୀମାନେ...

ଆମ୍ବୁଲାନ୍ସରେ ପ୍ରସବ କଲେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ପ୍ରବାସୀ ମହିଳା

ବ୍ରହ୍ମପୁର ଅଫିସ,୧୪ା୫: ଗଞ୍ଜାମରେ ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର କୋଣ ଅନୁକୋଣରେ ଏବେ ପ୍ରବାସୀମାନେ ପ୍ରବଳ ସମସ୍ୟାରେ ଥିବା ବେଳେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କୋଦଳା...

ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୁରାତନ ଛାତ୍ରସଂଘର ବିରୋଧ

ଦିଗପହଣ୍ଡି,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ସମେତ ସହରର ସଚେତନ ଜନସାଧାରଣ ବିରୋଧ କରିଛନ୍ତି। ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡିଗ୍ରୀ କଲେଜ ଭାବେ ସୁନାମ ଅର୍ଜନ କରିଥିବା...

ଡଙ୍ଗା ଯୋଗେ ଚାଲିଛି ମଦ କାରବାର, ୬ ଗିରଫ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଚିଲିକାରେ ଡଙ୍ଗା ଯୋଗେ ହେଉଥିବା ଚୋରା ମଦ କାରବାରକୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଲିସ ଠାବ କରିଛି। ଚିଲିକାର ରମ୍ଭା ଫେରି ଘାଟରେ ଚଢ଼ାଉ କରି ଉକ୍ତ ଡଙ୍ଗାରୁ ୧ ହଜାର ଲିଟର ଦେଶୀ ମଦ ଜବତ...

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏହି କଟକଣାକୁ ଉଲ୍ଲଂଘନ କରି ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ...

ଅନ୍ତେବାସୀଙ୍କ ପାଇଁ ଯୋଗଶିକ୍ଷା ସହ ମନୋରଞ୍ଜନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,୧୪ା୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଭିଡ଼-୧୯ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୈନିକ ସକାଳେ ୨ ଘଣ୍ଟା ଓ ସନ୍ଧ୍ୟାରେ ୨ ଘଣ୍ଟା ଶାରିରୀକ ବ୍ୟାୟାମ, ଦକ୍ଷତା ବିକାଶ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri