ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ୬ ଆହତ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋଟି ରାସ୍ତାପାର୍ଶକୁ ଓଲଟି ପଡିଥିବା ବେଳେ ସେଥିରେ ଥିବା ବଳରାମପୁର ଗ୍ରାମର ଧନୁଗୌଡ( ୫୫) ଦିବାକର ଗୌଡ (୬୦),ଶୁକଦେବ ଗୌଡ (୨୨) ରାଜେନ୍ଦ୍ର ଗୌଡ( ୨୫) ଲୋଚନ ଗୌଡ (୫୫) ଓ ପ୍ରକାଶ ଗୌଡ( ୬୦) ପ୍ରମୁଖ ଗୁରୁତର ହୋଇଛନ୍ତି। ଏନେଇ ଖବରପାଇ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣା ସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେମାନଙ୍କ ଧନୁ,ଦିବାକର ଓ ଲୋଚନଙ୍କ ଅବସ୍ଥା ଗୁରୁତର ଥିବାହେତୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିବାଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ପୁରୁଷୋତ୍ତମପୁର ପୋଲିସ ଟ୍ରକର ପିଛାକରି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ମହୁରି ଗ୍ରାମନିକଟରୁ କାବୁକରିଛନ୍ତି। ଆହାତ ସମସ୍ତ ସମ୍ପର୍କିୟ ହୋଇଥିବାବେଳେ ଭୋଜିଖାଇବା ଲାଗି ଆଛୁଲି ଗ୍ରାମକୁ ଆସୁଥିବାର ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

ଭୁତକୋଠି ସାଜିଛି କଲ୍ୟାଣ ମଣ୍ଡପ: ୧୦ ବର୍ଷ ହେଲା ହୋଇପଡିଛି ଅକାମୀ

କେସିଙ୍ଗା,୨୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ମିଟରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଦାମ ଗୃହ ଗତ ୨୦୧୬-୧୭…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ଥୁଆମୂଳ ରାମପୁରରେ ‘ୟୁଭିଏ’ର ସୌଜନ୍ୟମୂଳକ ସାକ୍ଷାତ: ଜେଏମ୍ଏଫ୍ସି ବିଚାରପତିଙ୍କ ସହ ସାମାଜିକ-ଆଇନଗତ ସମସ୍ୟା ଉପରେ…

ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri