ଗଞ୍ଜାମ

ଜଙ୍ଗଲରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ: ଅତର୍କିତ ଚଢ଼ାଉ କରି ମଦ ପୋଚ୍‌ ଜବତ, ୪ଜଣଙ୍କ ନାମରେ ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଦେଶୀ ମଦ। ପାଟ୍ରୋଲିଂ କରୁଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା ଦିଗପହଣ୍ଡି ପୋଲିସ। ଘଟଣାରେ ୮ ଶହ ଲିଟର ମହୁଆ ପୋଚ ଜବତ ହୋଇଥିବା ବେଳେ ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।…

ନର୍ସିଂହୋମ୍‌ ଅବହେଳା ଯୋଗୁ ସ୍ତ୍ରୀ-ଶିଶୁପୁତ୍ରକୁ ହରାଇବା ପରେ ଦିଗପହଣ୍ଡି ପୋଲିସର ଦ୍ୱାରସ୍ଥ ହେଲେ ସ୍ବାମୀ, ରୁଜୁ ହେଲା ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା…

ପୁରୁଷୋତ୍ତମପୁରରେ ରାସ୍ତା ନିର୍ମାଣକୁ ନେଇ ଦୁଇ ବିଭାଗ ମଧ୍ୟରେ ରହୁନି ତାଳମେଳ,ଲୋକେ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୪।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ପୂର୍ତ୍ତବିଭାଗ (ପିଡବ୍ଲୁଡି) ଓ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଡି) ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ଏକପ୍ରକାରର ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଦୀର୍ଘଦିନ ଧରି ସହର ମଧ୍ୟଦେଇ କବିସୂର୍ଯ୍ୟନଗର-ହୁମ୍ମାକୁ ସଂଯୋଗ କରୁଥିବା…

ବିକାଶ ପାଇଁ ଆଦିବାସୀଙ୍କ ମେଳି

ଭଞ୍ଜନଗର,୧୪।୫(ବାବୁଲା ପ୍ରଧାନ)-ଭଞ୍ଜନଗର ନିକଟସ୍ଥ ସୋରିଷମୁଳୀ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାରେ ମାଳ ବିକାଶ ମଞ୍ଚ ଓ ଜିରୋ ପ୍ରୋ ଗ୍ରୁପ ପକ୍ଷରୁ ମିଳିତ ଭାବେ ବୁଧବାର ଆଦିବାସୀମାନଙ୍କ ବିକାଶ ପାଇଁ ଏକ ସଭା ଅନଷ୍ଠିତ ହୋଇଥିଲା। ଏଥିରେ ମାଳ ବିକାଶ ମଞ୍ଚ…

ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁକୁ ଜଳ ଯୋଗାଣ ବନ୍ଦ: ୪ ଦିନ ହେଲା ପାଣି ନ ପାଇ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଲକ ନୂଆଗାଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୪ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ…

ଘର ଘର ବୁଲି ସ୍ବାସ୍ଥ୍ୟକାର୍ଡ ବଣ୍ଟନ

ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବର୍ତ୍ତମାନ ଲୋକଙ୍କ ମେଡିକାଲ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ହେଲଥ କାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଅବସରରେ ମଲାଡ଼ ପଞ୍ଚାୟତ ସରପଞ୍ଚ ମମତା ବେହେରା ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିବା ସହ…

ଖୋଲିଲା ବଟେଶ୍ୱର ବେଳାଭୂମି: ପର୍ଯ୍ୟଟକ ମହଲରେ ଖୁସିର ଲହରି

ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବିରଳ ଅଲିଭ୍‌ ରିଡେଲ କଇଁଛଙ୍କ ମିଳନ, ଗଣ ଅଣ୍ଡାଦାନ ଏବଂ ପରେ ଛୁଆ କଇଁଛଙ୍କ ସମୁଦ୍ରକୁ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବେଳାଭୂମିକୁ ସର୍ବସାଧାରଣ ଯାତାୟାତ ନିଷେଧ କରାଯାଇଥିଲା। ଯାହା ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ସିବିଏସ୍‌ସି ପରୀକ୍ଷାଫଳ: ରାଧାରାଣୀ ୧୦ମ, ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର

ଦିଗପହଣ୍ଡି,୧୪।୫ (ଅଶେଷ ନାଥ ମିଶ୍ର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୧୦ମ ଏବଂ ଦ୍ୱାଦଶ ସିବିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭୫ ଜଣ ଛାତ୍ରୀଛାତ୍ର ୧୦ମ ଶ୍ରେଣୀ ଏବଂ…

ଆଧ୍ୟାତ୍ମିକ ପରିବେଶରେ ଗାଁ ଉତ୍ସବମୁଖର, ୨୦୦ରୁ ଊର୍ଦ୍ଧ୍ୱ ମହିଳା ଏକାଠି ହୋଇ…

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବିଜୟଲକ୍ଷ୍ମୀ ନାରାୟଣପୁର ଗ୍ରାମସ୍ଥିତ ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଏବଂ ଶ୍ରୀ ହନୁମାନ ଗୁମ୍ଫା ପ୍ରତିଷ୍ଠା ମହୋତ୍ସବରେ ବୁଧବାର ଆଖପାଖ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପଣ୍ଡିତ ଅଶୋକ…

CBSE Result: କେନ୍ଦ୍ରୀୟ ବିଦ୍ୟାଳୟର ଆଦର୍ଶ, ସେଣ୍ଟଆନ୍ସର ଭାବନା ଟପ୍ପର

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)-ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟଆନ୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ଫଳ ଭଲ ହୋଇଛି ।…

ବୋଉ ଫୋନ୍‌ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’

ଦିଗପହଣ୍ଡି,୧୩। ୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?