ଗଞ୍ଜାମ

କଳିଙ୍ଗା ଘାଟିରେ ୧୨ ଘଣ୍ଟାରେ ୩ ଥର ଖସିଲା ପଥର: ରାସ୍ତା ମରାମତିରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ହେଉ 

ଭଞ୍ଜନଗର,୨୨।୯(ବାବୁଲା ପ୍ରଧାନ): ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଊଦ୍ଧର୍‌ବ ଥର ପଥର ଖସିଲାଣି। ଗତ ୧୬ ତାରିଖରେ ବଡ଼ ଧରଣର ପଥର ସବୁ ଝରଣାରେ ଗଡି ଗଡ଼ି ପାହାଡ ତଳକୁ ଆସିଥିଲା। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ…

ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ କୃଷି ବିରୋଧୀ ନୀତି ଯୋଗୁ…

ଦିଗପହଣ୍ଡି,୨୨ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିଠାରେ ଓଡିଶା କୃଷକ ସଭାର ଅଷ୍ଟାଦଶ ଗଞ୍ଜାମ ଜିଲା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବଜାର ସାହି ଗୁଣ୍ଡିଚା ମନ୍ଦିର ଛକ ସଭାସ୍ଥଳରେ ପହଞ୍ଚତ୍ଥିଲା। କୃଷକ…

ନବରାତ୍ରି ପାଇଁ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ:  ଶୈଳିପୁତ୍ରି ବେଶରେ ଦର୍ଶନଦେଲେ ଦୁଇଭଉଣୀ

ପୁରୁଷୋତ୍ତମପୁର,୨୨।୯(ସୀମାଞ୍ଚଳମିଶ୍ର): ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର…

ଆଇନଜୀବୀ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ , ୨୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକି (ମିଟୁ ସାର )ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଥିଲା । ସ୍ବର୍ଗତ ବାରିକଙ୍କ…

ଧରିତ୍ରୀ ପ୍ରଭାବ: ଖାଲ ଢିପ ରାସ୍ତାକୁ ପିଚୁ ପକାଇ ମରାମତି କଲା ପ୍ରଶାସନ

ଗଞ୍ଜାମ,୨୨।୯(ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସହର ବିଭିନ୍ନ ଗଲି ରାସ୍ତା ସହ ତ୍ରିବେଣୀ ମଠ ଛକ ଠାରୁ ବଡ଼…

କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ନେଇ ଯୋଜନା ପ୍ରସ୍ତୁତ, ୨୪ରେ ଗଠନ ହେବ…

ଭଞ୍ଜନଗର,୨୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରେ ପରିଚାଳନା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି।…

କମ୍ବିଂ ଅପରେଶନ ଜୋରଦାର: ବର୍ଷାରେ ଭିଜି ମାଓବାଦୀଙ୍କୁ ଖୋଜୁଛନ୍ତି ଯବାନ

ଭଞ୍ଜନଗର,୨୧/୯(ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାର ବାଇବାଲି, ଇନ୍ଦ୍ରଗଡ଼, ମହୁଲପଲ୍ଲୀ ପ୍ରମୁଖ ଗ୍ରାମ ଜଙ୍ଗଲରେ ଆଜକୁ ୩ ଦିନ ହେବ କମ୍ବିଂ ଅପରେଶନ ଜୋରଦାର ଚାଲିଛି। ଉକ୍ତ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ତଥାପି ଯବାନମାନେ ବର୍ଷାରେ ଭିଜି ଭିଜି ଜଙ୍ଗଲରେ…

ଗଞ୍ଜାମରେ ଜମିଲାଣି ଜୁଆଖେଳ: ୨୦ ଗିରଫ

ବେଲଗୁଣ୍ଠା/ ଜଗନ୍ନାଥ ପ୍ରସାଦ,୨୧ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ/ ବିଭୂ ପ୍ରସାଦ ପଟ୍ଟନାୟକ): ପାର୍ବଣ ଋତୁର ଆଗମନରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜୁଆଖେଳ ଆସର ଜମିଲାଣି। ଏପରି ପରିସ୍ଥିତିରେ ବେଆଇନ୍‌ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି। ଏପରି…

ମାନବ ସେବା ହିଁ ମାଧବ ସେବା: ଭଞ୍ଜନଗରରେ NSS କ୍ୟାମ୍ପ ଉଦଯାପିତ

ଭଞ୍ଜନଗର, ୨୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଜାତୀୟ ସେବା ଯୋଜନା (NSS) କ୍ୟାମ୍ପ ରବିବାର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ପ୍ରାକୃତିକ ଦୁର୍ବିପାକରେ NSS…

କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ: ବୋହୂ ବେସାହାରା

ଦିଗପହଣ୍ଡି,୨୧ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମରେ ରବିବାର କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୁଡି ଗମାଙ୍ଗ (୬୭)। ଅସାବଧାନତା କାରଣରୁ ବୁଡ଼ି କୂଅରେ ପଡ଼ିଯାଥିଲେ। ଖବରପାଇ…

ବଜ୍ରପାତ ନେଲା ୨ ଜୀବନ

ଖଲ୍ଲିକୋଟ/ଦିଗପହଣ୍ଡି,୨୧ା୯(ପ୍ରଶାନ୍ତ କୁମାର ମିଶ୍ର/ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଓ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗାଁ ସଂଲଗ୍ନ ଚାଷ ଜମିରେ…

ଦିଗପହଣ୍ଡିରେ ମାତିଛି ବାଘ ଆତଙ୍କ: ବନବିଭାଗର ତନାଘନା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲ ବି. ତୁରୁବୁଡିି ଫରେଷ୍ଟ ବିଟର ଖଜୁରୀପଲ୍ଲୀ ଗ୍ରାମରେ ବାଘ ଆତଙ୍କ ଲାଗି ରହିଛି। ରବିବାର ଗ୍ରାମ ସଂଲଗ୍ନ ଚାଷ ଜମି ହିଡରେ କିଛି ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?