ଗଞ୍ଜାମରେ ଜମିଲାଣି ଜୁଆଖେଳ: ୨୦ ଗିରଫ

ବେଲଗୁଣ୍ଠା/ ଜଗନ୍ନାଥ ପ୍ରସାଦ,୨୧ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ/ ବିଭୂ ପ୍ରସାଦ ପଟ୍ଟନାୟକ): ପାର୍ବଣ ଋତୁର ଆଗମନରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜୁଆଖେଳ ଆସର ଜମିଲାଣି। ଏପରି ପରିସ୍ଥିତିରେ ବେଆଇନ୍‌ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି। ଏପରି ସ୍ଥଳେ ରବିବାର ସନ୍ଧ୍ୟାରେ ପେଟ୍ରୋଲିଂ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିବା ସହିତ ୨୨୭୦୦ ଟଙ୍କା, ୩ଟି ବାଇକ୍‌, ଗୋଟିଏ ସ୍କୁଟର, ୧୦ଟି ମୋବାଇଲ, ୮ଟି ତାସ୍‌ ମୁଠା ଜବତ କରି ୪୬୦/୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ରେବତୀ ଶବର କହିଛନ୍ତି।

ସେହିପରି ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନଡ଼ା ଗ୍ରାମ ନିକଟ କୁକୁଡ଼ା ଫାର୍ମରେ ରବିବାର ସନ୍ଧ୍ୟାରେ ଚାଲିଥିବା ଜୁଆ ଖେଳ ଉପରେ ଭଞ୍ଜନଗର ଥାନା ଓ ସ୍ଥାନୀୟ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯାଇଛି । ସେଠାରୁ ୫୨୫୦୦ ଟଙ୍କା, ୧୦ ମୋବାଇଲ ଫୋନ୍‌ ଓ ୬ ଟି ବାଇକ୍‌ ଜବତ ହୋଇଛି । ଏସ୍‌ଡିଓ ଡ.ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା, ସ୍ଥାନୀୟ ଥାନାଧିକାରୀ ପ୍ରମୋଦ ଲେଙ୍କାଙ୍କ ସମେତ ଏସଆଇ ଜ୍ୟୋତିରଞ୍ଜନ ସାହୁ, ଏଏସଆଈ ପ୍ରିୟରଞ୍ଜନ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ କୁକୁଡାଫାର୍ମରେ ଘେରି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?