ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ କୃଷି ବିରୋଧୀ ନୀତି ଯୋଗୁ…

ଦିଗପହଣ୍ଡି,୨୨ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିଠାରେ ଓଡିଶା କୃଷକ ସଭାର ଅଷ୍ଟାଦଶ ଗଞ୍ଜାମ ଜିଲା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବଜାର ସାହି ଗୁଣ୍ଡିଚା ମନ୍ଦିର ଛକ ସଭାସ୍ଥଳରେ ପହଞ୍ଚତ୍ଥିଲା। କୃଷକ ସଭାର ପୂର୍ବତନ ଜିଲା ସଭାପତି କମ୍ରେଡ କୈଳାସ ଷଡଙ୍ଗୀ ସ୍ବାଗତ ସୂଚନା ଦେଇଥିଲେ। କୃଷକ ସଭାର ଗଞ୍ଜାମ ଜିଲା ସଭାପତି କମ୍ରେଡ ପି.ହରିକୃଷ୍ଣ ରେଡ୍ଡୀ ସଭାପତିତ୍ୱ କରିଥିଲେ। ସିପିଆଇ (ଏମ)ର ପ୍ରାକ୍ତନ ରାଜ୍ୟ ସମ୍ପାଦକ କମ୍ରେଡ ଅଳି କିଶୋର ପଟ୍ଟନାୟକ, କୃଷକ ସଭା ଜିଲା ସମ୍ପାଦକ କମ୍ରେଡ ଅଜୟ ଗୌଡ଼, ବିଦ୍ୟାଧର ଜେନା, ଗୋପାଳ ପାଣିଗ୍ରାହୀ, ଜନ୍ମେଜୟ ମିଶ୍ର, ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ କୁରେଶୁ ପଣ୍ଡା, ସମ୍ପାଦକ ପି.ଶିବଶଙ୍କର ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିରୋଧୀ ନୀତି ଯୋଗୁ ଚାଷୀ ଓ ଚାଷ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାକୁ ଲାଗିଛି। ଅନ୍ନଦାତାଙ୍କ ବିରୋଧରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ୩ଟି କଳା ଆଇନ ଚାଷୀଙ୍କ ତୀବ୍ର ଆନ୍ଦୋଳନ ଯୋଗୁ କେନ୍ଦ୍ର ସରକାର ଏହି ଆଇନକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। କୃଷକ ସଭାର ଲଢେଇ ଯୋଗୁଁ ଗଞ୍ଜାମ ଜିଲାରେ ବହୁସଂଖ୍ୟକ ଭୂମିହୀନ ଗରିବ ଦଳିତ ପରିବାର ଅନାବାଦୀ ସରକାରୀ ଜମି ଓ ଜଙ୍ଗଲ ଜମି ଦଖଲ କରି ଚାଷ କରିବା ସହ ପରିବାର ପ୍ରତିପୋଷଣ କରୁଛନ୍ତି। ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରି ଜନଜାତି ବର୍ଗଙ୍କୁ ପଟ୍ଟା ଦେବା ଓ ବାସହୀନଙ୍କୁ ଘର ପଟ୍ଟା ପ୍ରଦାନ ଦାବିରେ କୃଷକ ସଭା ସଂଗ୍ରାମ ଅବ୍ୟାହତ ରଖିଛି। ଭାଗଚାଷୀ ଆଇନ ପ୍ରଣୟନ କରି ସେମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା। ଏମ୍‌ଜିଏନଆର୍‌ଇଜିଏସ୍‌ରେ ସମସ୍ତ କ୍ଷେତ ମଜଦୁରଙ୍କୁ ବର୍ଷସାରା କାମ ଯୋଗାଇଦେବା। ଜିଲାରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସବୁ ଜମିକୁ ଜଳସେଚନ ନେଇ ମଞ୍ଚାସୀନ ଅତିଥିମାନେ ଉଦ୍‌ବୋଧନ ଦେଇଥିଲେ। ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକନାଥ ମିଶ୍ର, କୃଷକ ସଭାର ବ୍ଲକ କମିଟି ସଭାପତି ସୁଶାନ୍ତ ଷଡଙ୍ଗୀ, ଆଇନଜୀବୀ ଗୋକୁଳାନନ୍ଦ ତ୍ରିପାଠୀ, ଉଜ୍ଜଳ ସାହୁ, ଭି.ସୁଦର୍ଶନ ରାଜୁ, ଅର୍ଦ୍ଦୁ ମାଧା, ଶଶୀଭୂଷଣ ରଥ, ପୁଷ୍ପଧ୍ୱଜ ସାହୁ, ରମାକାନ୍ତ ପ୍ରଧାନ, ଡି.ଅନ୍ତର୍ଯ୍ୟାମୀ, କିଶୋର ଚନ୍ଦ୍ର ଜେନା, ପି.ଗୋବିନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗବୈଶ୍ୟ ଭବନ ସଭା ଗୃହରେ କୃଷକ ସଭାର ପ୍ରତିନିଧି ସମ୍ମିଳନୀ ଉଦ୍‌ଘାଟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri