କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ନେଇ ଯୋଜନା ପ୍ରସ୍ତୁତ, ୨୪ରେ ଗଠନ ହେବ…

ଭଞ୍ଜନଗର,୨୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରେ ପରିଚାଳନା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି। କମିଟି ଏଣିକି ମନ୍ଦିର କଥା ବୁଝିବ। ଚେୟାରମ୍ୟାନ ତଥା ଉପଜିଲାପାଳ ଏବଂ ସଭାପତି ତଥା ତହସିଲଦାର ପୂର୍ବଭଳି ନିଜ ଦାୟିତ୍ୱ ତୁଲାଇବେ। ନୂତନ ପରିଚାଳନା କମିଟି ପ୍ରଶାସନର ସହଯୋଗ ନେଇ ମନ୍ଦିର ପରିଚାଳନା କରିବ। ଏଥିସହ କମିଟି ମନ୍ଦିରର ଉନ୍ନତି କିଭଳି ହୋଇପାରିବ ସେଥିପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବ। କମିଟିରେ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ଥାନିତ କରାଯିବ।

ସୂଚନାଯୋଗ୍ୟ, ଭଞ୍ଜ ରାଜବଂଶ ପକ୍ଷରୁ ନିଜର ରାଜଧାନୀ କୁଲାଡ଼ଠାରେ ବହୁବର୍ଷ ପୂର୍ବେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ସେ ସମୟରେ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଏବଂ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଦାନ କରାଯାଇଥିଲା। କିନ୍ତୁ ସମସ୍ତ ଅଳଙ୍କାର କିଛି ବର୍ଷ ପୂର୍ବେ ଚୋରି ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ସୁନା ଅଳଙ୍କାର ପୋଲିସ ଉଦ୍ଧାର କରି ପାରିନାହିଁ। ଏଥିସହ ମନ୍ଦିର ଜମି ଅନେକ ଲୋକ ଜବରଦଖଲ କରି ରଖିଛନ୍ତି। ଫଳରେ ମନ୍ଦିର ପରିଚାଳନାରେ ଅସୁବିଧା ହେଉଛି।
ଏବେ ବି ରାଜବଂଶ ର ପ୍ରତିନିଧି ପହଣ୍ଡି ସମୟରେ ଛେରାପହଁରା କରନ୍ତି। କିନ୍ତୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ବୁଝୁଛି। ତେଣୁ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ବର୍ତ୍ତମାନ ଚେୟାରମ୍ୟାନ ଅଛନ୍ତି। ତହସିଲଦାର ସଭାପତି ଅଛନ୍ତି। କିନ୍ତୁ ବିଗତ କିଛି ଦିନ ପୂର୍ବେ ମନ୍ଦିର ପୂଜାରୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ଦେଖାଦେଇଥିଲା। କଥା ଯାଇ ତହସିଲଦାରଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ଏଥିରେ ହସ୍ତକ୍ଷେପ କରି ସମସ୍ୟାକୁ ଟାଳି ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନାରେ ସର୍ବସାଧାରଣଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅତିରିକ୍ତ ତହସିଲଦାର ଅବିନାଶ ମହାର ବର୍ତ୍ତମାନ ପରିଚାଳନା କମିଟି କିଭଳି ଗଠନ ହେବ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୪ରେ କର୍ମକର୍ତ୍ତା ନିର୍ବାଚନ ହେବ। ଏହାପରେ କମିଟିର ନିଜସ୍ବ କାର୍ଯ୍ୟାଳୟ ଖୋଲିବ। ମନ୍ଦିର ପରିଚାଳନା କିଭଳି ଶାନ୍ତିଶୃଙ୍ଖଳାର ସହ ହେବ ଏବଂ ସମସ୍ତ ଉତ୍ସବ ପୂର୍ବଭଳି କିଭଳି ହେବ ସେଥିପ୍ରତି କମିଟି ଧ୍ୟାନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?