ଗଞ୍ଜାମ

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା : ହାଇଦ୍ରାବାଦରୁ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୨ା୭(ଡି.ଏନ.ଏ): ନାବାଳିକାଙ୍କୁ ଅପହରଣ ଓ ପରେ ବଳାତ୍କାର କରିବା ମାମଲାର ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବାବୁଲି ସେଠୀ। ଗୁରୁବାର ତାଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଛତ୍ରପୁର ଅଞ୍ଚଳର ନାବାଳିକାଙ୍କୁ ଅପହରଣ…

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ସମ୍ପର୍କୀୟ ଗିରଫ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୧୨ା୭(ଡି.ଏନ.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜୀବନରେ ମାରି ଦେବାକୁ ଉଦ୍ୟମ କରିଛନ୍ତି। ଏ ନେଇ ମହିଳା ଜଣକ ବେଲଘର…

ସିଜେଏମ୍‌ଙ୍କ ପୁରୁଷୋତ୍ତମପୁରକୋର୍ଟ ପରିଦର୍ଶନ

ପୁରୁଷୋତ୍ତମପୁର ୧୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଜିଲା ମୁଖ୍ୟ ବିଚାରପତି (ସିଜେଏମ୍‌) ପ୍ରଜ୍ଞା ପରମିତା ରାଉଳ ପରିଦର୍ଶନରେ ଆସିଥିଲେ। ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ବିଭିନ୍ନ ମାମଲାର ବିଚାର କରୁଥିବାବେଳେ ତାର ତଦାରଖ କରିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମ…

ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ। ଏବେ ତିନିଠାକୁରଙ୍କ ବାହୁଡାଯାତ୍ରାରେ…

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା ମୁନା…

ଏଟିଏମ୍‌ ଠକ ଗିରଫ : ୫୯ ହଜାର ଟଙ୍କା, ୯ କାର୍ଡ ଜବତ

ଆସିକା,୧୧ା୦୭ (ଡି.ଏନ୍‌.ଏ.)-ଏଟିଏମ୍‌କୁ ଟଙ୍କା ଉଠାଣ ପାଇଁ ଯାଉଥିବା ଅନଭିଜ୍ଞ ବ୍ୟକ୍ତିଙ୍କୁ ସହାୟତା କରିବା ଆଳରେ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଆସିକା ପୋଲିସ ଗିରଫ କରିଛି। ସେ ହେଲେ ଆସିକା ଥାନା ବାବନପୁରର ସନ୍ତୋଷ ପଟ୍ଟନାୟକ। ଆସିକା ଥାନା ଇଲାକାରେ ଘଟିଥିବା…

୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ ଆସି ଜିଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି। ୨୦୧୬ ଜୁଲାଇ ୧ରେ ବିଦ୍ୟାଳୟ ପରିଚାଳନା କମିଟି…

ନକଲି ଖବରଦାତା ଗିରଫ

ବ୍ରହ୍ମପୁର ଅଫିସ,୧୧ା୭:-ଗୋଷାଣୀନୂଆଗଁ। ପୋଲିସ ଧମକ ଚମକ ଦେଉଥିବା ଅଭିଯୋଗରେ ଜଣେ ନକଲି ଖବରଦାତାଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ପ୍ରସାଦ କୁମାର ସାହୁ। ମାମଲା ନଂ. ୭୧/୧୯ ରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁମିତ କୁମାର…

୫୦ଫୁଟ ତଳକୁ ଖସିଲା ଅଟୋ, ୧୪ ଆହତ

ରାମଗିରି,୧୧ା୭(ଡି.ଏନ.ଏ.): ଗଜପତି ଜିଲା ରାମଗିରି ଥାନା ବଡ଼ଗଁ। ନିକଟସ୍ଥ ମାଙ୍କଡ଼ଡ଼ଇଁ। ଘାଟି ବୁଲାଣିରେ ବୁଧବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଖ ପ୍ରଧାନ, ଶଙ୍କର ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ରାମଗିରିରେ ସାପ୍ତାହିକ…

ପଣ୍ଡା କଲୋନୀରେ ଆତଙ୍କରାଜ

ବ୍ରହ୍ମପୁର ଅଫିସ,୧୧ା୭-ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଏକ ଗୋଷ୍ଠୀର ବାଇକ୍‌ରେ ନିଅଁ।…

ଆଙ୍କୋରଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ, ସରପଞ୍ଚ ଅଟକ

ଦିଗପହଣ୍ଡି,୧୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ. ୱାର୍ଡ ନୀଳାଦ୍ରି ବିହାରରେ ରହୁଥିବା ବିଜେଡି ନେତା ତଥା ଆଙ୍କୋରଡା ସରପଞ୍ଚ ଉସନ୍ତ କୁମାର ସାହୁଙ୍କ ୨ ମହଲା ବିଶିଷ୍ଟ ବାସଭବନରେ ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ପକ୍ଷରୁ…

ବର୍ଷା ଅଭାବ : ଚାଷକାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ

ହିଞ୍ଜିଳିକାଟୁ,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହଞ୍ଜିଳିକାଟୁ ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳରେ ଜୁନ୍‌ରୁ ମୌସୁମୀ ବର୍ଷା ଆଶା ଠାରୁ ଯଥେଷ୍ଟ କମ୍‌ ହୋଇଛି। ଅନିୟମିତ ବର୍ଷା ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅକ୍ଷୟ ତୃତୀୟାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?