କାମ ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ
ଗଞ୍ଜାମ,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ଗଞ୍ଜାମ ପୋଲିସ ନଂ. ୪୨/୧୯ରେ ମାମଲା ରୁଜୁ କରିଛି। ମହିଳାଙ୍କ ବୟାନ ରେକର୍ଡ କରିବା ସହ…
ଫାଟିଲା ଜାନିବିଲି ନୂତନ ପାଇପ୍ଲାଇନ
ବ୍ରହ୍ମପୁର ଅଫିସ,୨୬ା୫-ଖରା ବଢୁଥିବା ବେଳେ ବ୍ରହ୍ମପୁର ସହରରେ ଉତ୍କଟ ହୋଇଛି ଜଳ ସଙ୍କଟ। ଏହାକୁ ଦୂର ପାଇଁ ରାଜ୍ୟ ସରକାର ଜାନିବିଲି ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଏଯାଏ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ବିଛା ଯାଇଥିବା…
ବ୍ରହ୍ମପୁର ବଡ଼ ମେଡିକାଲ୍: ଡାଏଲିସିସ୍ ୱାର୍ଡରେ ଅଚଳାବସ୍ଥା
ବ୍ରହ୍ମପୁର ଅଫିସ୍,୨୬ା୫-ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଥିବା ଡାଏଲିସିସ୍ ୱାର୍ଡ଼ ଅବହେଳାର ଶିକାର ହେବାରେ ଲାଗିଛି। ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ମେଶିନ୍ ଦିଆଯାଉ ନାହିଁ। ପୁରୁଣା ମେଶିନ୍ରେ ଯେନତେନ ପ୍ରକାରେ କାମ ଚଳାଯାଉଛି। ଏହି ପୁରୁଣା ମେଶିନ୍ଗୁଡ଼ିକ…
ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ କାଶୀନାଥ ଗଁା ନିକଟ ଜମିରେ ଚାଷକାମ କରିବାକୁ ଯାଇଥିଲେ। ସେହି ରାସ୍ତାଦେଇ…
କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ
ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଖୋଳି ପ୍ରାୟ ୪୦ ମୋବାଇଲ ଫୋନ ଓ ନଗଦ ପ୍ରାୟ ୨୫ ହଜାର…
ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା: ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ
ଧରାକୋଟ,୨୫।୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଅଲେଖ ନାହାକ (୨୦)। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ ଥାନାରେ…
ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା
ତୁମୁଡିବନ୍ଧ,୨୫।୫(ଡି.ଏନ୍.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର ଦଣ୍ଡସେନା। ବାଲେଶ୍ୱର କେତେଜଣ ଶ୍ରମିକଙ୍କ ସହ ମିଶି ପୂର୍ବାହ୍ନ ପ୍ରାୟ ୯ଟାରେ ଟ୍ରାକ୍ଟର (ନଂ.ଓଡି୧୨ବି-୫୯୫୦)ରେ…
ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା
ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଧବ ଦାସଙ୍କ ପୁଅ ଅନିଲ ଦାସ( ୨୦)। ଖବରପାଇ ପୋଲିସ ମୃତଦେହ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ ମଇଁଷି ମୃତ, ଚାଷୀଙ୍କୁ ୪ କ୍ଷତିପୂରଣ ଦେବାକୁ ଦାବି
ଦିଗପହଣ୍ଡି,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ବାହୁଦା ନଦୀପଠାରେ ଓହଳି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଶନିବାର ୪ ମଇଁଷିଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ୧ଟାରେ ଗୌଡ଼ଗାଁ ନୂଆସାହିର ଭଆଳି ଗୌଡ଼ଙ୍କ ମଇଁଷି ଗୋଠ ଘାସ ଚରିବାକୁ…
ଏନ୍କାଉଣ୍ଟରରେ ଆହତ ଅଷ୍ଟମଙ୍କୁ ୭ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୨୫ା୫- ପୋଲିସ ଏନ୍କାଉଣ୍ଟର ବେଳେ ଅପରାଧୀଙ୍କ ଗୁଳିରେ ପୋଲିସ ଆହତ ହୋଇଥିବା ମାମଲାର ଶୁଣାଣି କରି ଅତିରିକ୍ତ ବିଚାର ବିଭାଗ ମାଜିଷ୍ଟ୍ରେଟ (ଏସିଜେଏମ) ସରୋଜ କୁମାର ଦାସ ପଶ୍ଚିମବଙ୍ଗ ମୁର୍ଶିିଦାବାଦର ଅଷ୍ଟମ ମଣ୍ଡଳଙ୍କୁ ୭ ବର୍ଷ ସଶ୍ରମ ଦାରାଦଣ୍ଡ ସହ…
ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ
ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା ଆସନରୁ ୧୨ଟିରେ ଶଙ୍ଖ ଦଳ ବିଜୟ ବାନା ଉଡ଼ାଇଛି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ…
ଖଣ୍ଡା ଚୋଟରେ ଯୁବକ ଗୁରୁତର
ଦିଗପହଣ୍ଡି,୨୫ା୫(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଶୁକ୍ରବାର ୨ଭାଇଙ୍କ ଖଣ୍ଡାଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଏନ. କୃଷ୍ଣମୂର୍ତ୍ତି ରେଡ୍ଡୀ। କୃଷ୍ଣମୂର୍ତ୍ତି ଗାଁ ପୋଖରୀରୁ ଗାଧୋଇ ଘରକୁ ଆସୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ପଡ଼ିଶା ଘରେ ରହୁଥିବା…
Archives


