ଅନ୍ଧାରରେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣଙ୍କ ଭବିଷ୍ୟତ

ବ୍ରହ୍ମପୁର ଅଫିସ୍‌,୩୧ା୮-ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବାର ୨୩ ଦିନ ପରେ ବି ଛାତ୍ରୀଛାତ୍ରଙ୍କ ପାଖରେ ସାର୍ଟିଫିକେଟ୍‌ ପହଞ୍ଚି ନାହିଁ । ସାର୍ଟିଫିକେଟ୍‌ରେ ମୁଦ୍ରଣରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ମାଟ୍ରିକ ସାର୍ଟିଫିକେଟ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଯୁକ୍ତ ୨ରେ ନାମ ଲେଖାଇ ପାରୁନାହାନ୍ତି । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ଯୁକ୍ତ ୨ରେ ନାମଲେଖାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଶୁକ୍ରବାର ପ୍ରଥମ ଦିନରେ ଅଧିକାଂଶ କଲେଜରେ ନାମଲେଖା ହୋଇପାରି ନାହିଁ । ସାର୍ଟିଫିକେଟ୍‌ ନ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦର ଦାୟିତ୍ୱହୀନତାକୁ ନିନ୍ଦା କରାଯାଉଛି ।
ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି । କୌଣସି କାରଣରୁ ପ୍ରଥମ ପଯର୍ର୍‌ୟାୟରେ ନାମ ଲେଖାଇବାରୁ ବଞ୍ଚିତ ଥିବା ଏବଂ ସପ୍ଲିମେଣ୍ଟାରୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ବର୍ତ୍ତମାନ ଚାଲିଛି । ଗତ ୧୩ ତାରିଖରେ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଥିଲା। ଗୁରୁବାର ଯୋଗ୍ୟ ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ ପାଇଛି । ଏମାନେ ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ପର୍ଯ୍ୟନ୍ତ ନାମ ଲେଖାଇବେ । ତେବେ ଏହି ପର୍ଯ୍ୟାୟରେ ନାମଲେଖାଇବା ପାଇଁ ଓରଜିନାଲ ସାର୍ଟିଫିକେଟ୍‌, ନାମଲେଖା ଫି’, ପାସ୍‌ପୋର୍ଟ ଫଟୋ, ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌, କଣ୍ଡକ୍ଟ ସାର୍ଟିଫିକେଟ୍‌, ମାର୍କସିଟ୍‌ ଆଦି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସମସ୍ୟା ହେଲା, ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍‌ କରିଛନ୍ତି, ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ଓରଜିନାଲ ସାର୍ଟିଫିକେଟ୍‌ ମିଳିନି । ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରୀଛାତ୍ରମାନେ ନିଜ ନିଜ ସ୍କୁଲକୁ ସାର୍ଟିଫିକେଟ ପାଇଁ ଯାଇଥିଲେ । ହେଲେ ସାର୍ଟିଫିକେଟ୍‌ ପହଞ୍ଚି ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ସେହିପରି ସାର୍ଟିଫିକେଟ୍‌ ନ ଥିବା ଯୋଗୁ ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ କିମ୍ବା କଣ୍ଡକ୍ଟ ସାର୍ଟିଫିକେଟ୍‌ ମଧ୍ୟ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ଚିନ୍ତିତ ହୋଇପଡ଼ିଥିଲେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେମାନଙ୍କ ପାଖକୁ ମଧ୍ୟ ସାର୍ଟିଫିକେଟ୍‌ ଆସିନି, କେବେ ଆସିବ ସେମାନେ ଜାଣିନାହାନ୍ତି ବୋଲି ଉତ୍ତର ମିଳିଥିଲା। ଯେହେତୁ ବୋର୍ଡ଼ରୁ ସାର୍ଟିଫିକେଟ୍‌ ମିଳିନି, ଏଥିରେ ଛାତ୍ରୀଛାତ୍ରଙ୍କ କୌଣସି ଭୁଲ୍‌ ନାହିଁ, ଏଣୁ ନାମଲେଖା ବେଳେ ନିୟମ କୋହଳ ହେବ ବୋଲି ଆଶା ସୃଷ୍ଟି ହୋଇଥିଲା ।
ଶୁକ୍ରବାର ଅନ୍ୟାନ୍ୟ ପ୍ରମାଣପତ୍ର ସହ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ନାମଲେଖାଇବାକୁ ପହଞ୍ଚିଥିଲେ । ହେଲେ ଅନେକ କଲେଜ ନାମଲେଖାଇବାକୁ ମନା କରିଦେଇଥିଲେ। ସାର୍ଟିଫିକେଟ୍‌ କିମ୍ବା ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ ନ ଥିଲେ ନାମଲେଖାଯାଇ ପାରିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିବାରୁ ଛାତ୍ରୀଛାତ୍ରମାନେ ନିରାଶ ହୋଇ ଫେରିଛନ୍ତି ।
ଜଣେ କଲେଜ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଯଦି ବର୍ତ୍ତମାନ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ୍‌ ମିଳିନି ତେବେ ନାମଲେଖା ବେଳେ ଏହି ନିୟମକୁ କୋହଳ କରିବା ପାଇଁ ସାମ୍ସ କିମ୍ବା ବିଭାଗ ତରଫରୁ ନିର୍ଦ୍ଦେଶ ମିଳିବା କଥା । ହେଲେ କୌଣସି ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ମିଳିନି। ତେଣୁ ନାମଲେଖାଇବାକୁ ଛାତ୍ରୀଛାତ୍ରଙ୍କୁ ମନା କରିଦିଆଯାଇଛି। ଯଦି ଶନିବାର ବିଭାଗ ତରଫରୁ କୌଣସି ନିର୍ଦ୍ଦେଶନାମା ଜାରି ହୁଏ, ତେବେ ନାମଲେଖାଇବାକୁ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଉପସଚିବ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ସାର୍ଟିଫିକେଟ୍‌ ମୁଦ୍ରଣରେ ସମସ୍ୟା ଦେଖାଦେଇଛି । ସେଥିପାଇଁ ବିଳମ୍ବ ହେଉଛି। ଆସନ୍ତା ୫ତାରିଖ ବେଳକୁ ସାର୍ଟିଫିକେଟ୍‌ ଉପଲ୍ବଧ ହେବ । ତେବେ ଇଣ୍ଟର୍‌ନେଟ୍‌ରୁ ଯେଉଁ ମାର୍କସିଟ୍‌ ପ୍ରିଣ୍ଟ କରାଯାଇଛି, ତାହାକୁ ନେଇ ଛାତ୍ରୀଛାତ୍ରମାନେ ନାମଲେଖାଇ ପାରିବେ। ଆଗାମୀ ୧୦ଦିନ ଭିତରେ ସାର୍ଟିଫିକେଟ୍‌ ଦାଖଲ କରିବେ ବୋଲି ଛାତ୍ରୀଛାତ୍ରମାନେ ନାମଲେଖା ବେଳେ ଲିଖିତ ଭାବେ ଜଣାଇବେ । ଏନେଇ ସାମ୍ସଗୁଡ଼ିକୁ ସୂଚନା ଦିଆଯାଇଛି । ନାମଲେଖାରେ କୌଣସି ଅସୁବିଧା ହେବନି ବୋଲି ଆଞ୍ଚଳିକ ଉପସଚିବ ବେହେରା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri