ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି । ସେହିବର୍ଷ ଅକ୍ଟୋବର ୧ରୁ ସମସ୍ତ ପୌରସଂସ୍ଥା ସରକାରଙ୍କ ପରିଚାଳନାଧୀନ ରହିଛି । ଶନିବାର ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ । ସେଥିପାଇଁ ସବୁଠି ପ୍ରସ୍ତୁତି ଶେଷ ହୋଇଛି । ସହରାଞ୍ଚଳଗୁଡିକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ ହେବ। ତେବେ ସ୍ବାୟତ୍ତ ଶାସନ ପତାକା ଅଫିସରମାନେ ଉତ୍ତୋଳନ କରିବେ । ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଚାଲିଛି ଅମଲାତନ୍ତ୍ର ଶାସନ। ବିଏମସିରେ ଗଞ୍ଜାମ ଜିଲାପାଳ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟ ୧୭ ପୌର ସଂସ୍ଥାରେ ଉପଜିଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ।
ସୂଚନାଯୋଗ୍ୟ ୧୫୨ ବର୍ଷର ପୌରସଂସ୍ଥା ବ୍ରହ୍ମପୁର ମହାନଗର ନିଗମରେ ୧୫ ବର୍ଷ ପରେ ଜିଲାପାଳ ସ୍ବାୟତ୍ତ ଶାସନ ପତାକା ଉତ୍ତୋଳନ କରି ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଶୁଭ ଦେବା ସହ ଆଉ କେତେକ ଯୋଜନା ଉଦ୍‌ଘାଟନ କରିବେ । ପୁରୁଣା ତଥ୍ୟ ନ ଥିଲେ ମଧ୍ୟ ୧୯୪୯ରୁ ୨୦୦୩ ଯାଏ ଆଇଏଏସ୍‌ ଅଫିସର ତଥା ଜିଲାପାଳମାନେ ପ୍ରଶାସନିକ ମୁଖ୍ୟ ଥିଲେ। ସମୁଦାୟ ୨୩ ଜଣଙ୍କ ମଧ୍ୟରେ କେ. ରାମମୂର୍ତ୍ତି, ଡିଡି ସୁରୀ, ବି. ରାମ ଦୁରାଇ, ବି. ତ୍ରିପାଠୀ, ରାମଚନ୍ଦ୍ର ପାତ୍ର, ଏଫଏ ମୋଜେସ, ଦେବୀ ପ୍ରସାଦ ବାଗଚୀ, ରାଇ ମୋହନ ଦାସ, ରାଜଲକ୍ଷ୍ମୀ, ଏକେ ଦାସ, ରମାନାଥ ମହାନ୍ତି, ଅରବିନ୍ଦ ବେହେରା ଓ ରଙ୍ଗଲାଲ ଜାମୁଡ଼ା ନଗରପାଳ ଦାୟିତ୍ୱରେ ଥିଲେ । ସେହିପରି ୟୁଏନ ବେହେରା, ତାରା ଦତ୍ତ, ଜଗଦାନନ୍ଦ ପଣ୍ଡା, ଏମଡି ହୋତା, ଜାଗର ସିଂ, ବିକେ ଦାସ, ସନ୍ତୋଷ ଶତପଥୀ, ଜି. ମାଥିଭାଥାନନ ଏବଂ ୨୦୦୧ ଡିସେମ୍ବର ୯ରୁ ୨୦୦୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସଞ୍ଜୀବ କୁମାର ମିଶ୍ର ବ୍ରହ୍ମପୁର ପୌରପାଳିକାର ମୁଖ୍ୟ ଥିଲେ । ୧୯୪୯ରୁ ୨୦୦୭ ପର୍ଯ୍ୟନ୍ତ ୫୮ ବର୍ଷ ମଧ୍ୟରେ ନିର୍ବାଚିତ ନଗରପାଳ ୨୪ ଏବଂ ୨୩ ଆଇଏଏସ୍‌ ଜିଲାପାଳମାନେ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ ।
ଏହି ପୌରସଂସ୍ଥାରେ ୨୦୦୩ରେ ନିର୍ବାଚନ ହୋଇଥିଲା । ସେହିବର୍ଷ ଅକ୍ଟୋବର ୮ରେ ପ୍ରଥମ ମହିଳା ନଗରପାଳ ଭାବେ ସୁଲୋଚନା ସ୍ବାଇଁ ନିର୍ବାଚିତ ହେଲେ । ୨୦୦୮ ପୌର ନିର୍ବାଚନରେ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ ଏବଂ ୪ ମାସ ପରେ ମହାନଗର ନିଗମ ହେବାରୁ ସେ ମେୟର ହୋଇଥିଲେ । ୨୦୧୩ ପୌର ନିର୍ବାଚନରେ କେ. ମାଧବୀ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇ ୫ ବର୍ଷ ଶାସନ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ଶେଷରେ ସରିବାରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶାସକ ହୋଇଛନ୍ତି । ଚଳିତବର୍ଷର ସ୍ବାୟତ୍ତ ଶାସନ ଦିବସରେ ସେ ସମସ୍ତ କାର୍ଯ୍ୟ ତୁଲାଇବେ । ଏବେ ପ୍ରଶାସକ ଏବଂ ପୌର କମିଶନର ଭାବେ ଚକ୍ରବର୍ତ୍ତି ସିଂ ରାଠୋର ଅଛନ୍ତି । ନିଗମରେ ପ୍ରଥମ କରି ୨ ଆଇଏଏସ୍‌ ଅଫିସର ଦାୟିତ୍ୱ ତୁଲାଉଛନ୍ତି । ପୌର ନିର୍ବାଚନ କେବେ ହେବ ଏବଂ ନିର୍ବାଚିତ ପରିଷଦ ଗଠନ ଅନିଶ୍ଚିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri