ସହଯୋଗ ବାହାନାରେ ଏଟିଏମ୍‌ରେ ଠକେଇ

ଭଞ୍ଜନଗର,୩୦।୮(ଡି.ଏନ.ଏ)- ଟଙ୍କା ଉଠାଇବାରେ ସହଯୋଗ କରିବା ବାହାନାରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ୨୧ ହଜାର ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏଥିସହ ମହିଳାଙ୍କ ଏଟିଏମ୍‌ କାର୍ଡ଼ଟି ମଧ୍ୟ ବଦଳ କରି ନେଇଥିବା ଜଣାପଡିଛି। ଘଟଣାଟି ଗତ ୨୭ ତାରିଖରେ ଘଟିଥିଲା। ଠକେଇର ଶିକାର ହୋଇଥିବା ତନରଡ଼ାର ଗାୟତ୍ରୀ ଆଚାରୀ ଶୁକ୍ରବାର ବେଲଗୁଣ୍ଠା ଫାଣ୍ଡିରେ ଅଭିଯୋଗ କରିବା ପରେ ଜଣାପଡିଛି। ପ୍ରକାଶ ଯେ, ଗାୟତ୍ରୀ ବେଲଗୁଣ୍ଠାର ଏକ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଇବା ଜାଣି ନ ଥିବାରୁ ପାଖରେ ଥିବା ଅନ୍ୟ ଜଣଙ୍କର ସହଯୋଗ ଲୋଡ଼ିଥିଲେ। ଠକ ଜଣଙ୍କ ପାଶ୍‌ୱାର୍ଡ଼ ପଚାରିବା ପରେ ଟଙ୍କା ଉଠୁନାହିଁ ବୋଲି କହି ଅନ୍ୟ ଏକ କାର୍ଡ଼ ଗାୟତ୍ରୀଙ୍କୁ ଦେଇ ପଳାଇଥିଲେ। ଗାୟତ୍ରୀ ଚାଲି ଆସିବା ପରେ ଠକ ଜଣଙ୍କ ଗାୟତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି।କ


Enter your email to get our daily news in your inbox.

All Right Reserved By Dharitri.Com

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri