ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ମିଳୁନି ମୌଳିକ ସୁବିଧା

ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା (ଆରପିଡିଏସି) କମିଟି ବୈଠକ। ଏଥିରେ ନିର୍ବାଚିତ ଲୋକ ପ୍ରତିନିଧି ତଥା ଏମ୍‌ପି, ବିଧାୟକ, ଗ୍ରାମାଞ୍ଚଳ ପ୍ରତିିନିଧି, ଜିଲାପାଳ ଏବଂ ବିଭାଗୀୟ ଅଧିକାରୀ ତଥା ଇଞ୍ଜିନିୟରମାନେ ଯୋଗ ଦେଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ନିଆଯାଉଥିବା ନିଷ୍ପତ୍ତି ବିଡ଼ା ବାନ୍ଧି ପକାଇ ଦିଆଯାଉଛି। ଗତ ୧୮ ଦିନ ମଧ୍ୟରେ ଦୁଇ ଆରପିଡିଏସି ବୈଠକ ବ୍ରହ୍ମପୁରରେ ହୋଇଛି। ବିସ୍ଥାପିତ ହେଉଥିବା ଲୋକେ କେତେ ସଫଳତା ପାଇବେ ସେଥିପାଇଁ ଅପେକ୍ଷା କରାଯାଇଛି।
୧୩ ତାରିଖରେ ଗଜପତି ଜିଲାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ଆଦିବାସୀଙ୍କ ବିକଳ୍ପ ଥଇଥାନ ଯୋଜନା ନେଇ ଆରପିଡିଏସି ବୈଠକ ଆରଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଅନ୍ୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ଗଜପତି ଜିଲାପାଳ ଅନୁପମ ଶାହା, ଏସ୍‌ପି ସାରା ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ଏହାର ୧୮ ଦିନ ବିତିଛି ଏବଂ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହେଉଥିବା ଅଳ୍ପ କେତେକ ପରିବାରକୁ ଦିଗପହଣ୍ଡି ବ୍ଲକର ସାମନ୍ତରାପୁର ନିକଟରେ ନିର୍ମିତ କଲୋନୀ ପରିସରରେ କେବଳ ଚାରାରୋପଣ ବ୍ୟତୀତ ଆଉ କିଛି ହୋଇ ନ ଥିବା ଅଞ୍ଚଳବାସୀଙ୍କ ଠାରୁ ଖବର ମିଳିଛି।
ଟାଟା କମ୍ପାନୀର ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ଅନେକ ଗ୍ରାମର ଶହ ଶହ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଟାଟା ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ନେଇ ଗତ ଶୁକ୍ରବାର ହୋଇଥିବା ସମୀକ୍ଷା ବୈଠକରେ ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ଓ ଛତ୍ରପୁର ବିଧାୟକ ଯଥାକ୍ରମେ ପ୍ରଦୀପ ପାଣିଗ୍ରାହୀ ଓ ସୁବାସ ବେହେରା, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଓ ଗଞ୍ଜାମ ଏସପି ପ୍ରମୁଖ ଯୋଗ ଦେଇଥିଲେ। ବିସ୍ଥାପିତଙ୍କୁ ମୌଳିକ ସମସ୍ୟାର ସମାଧାନ, ଅଧିକ କ୍ଷତିପୂରଣ ଏବଂ ଯୋଗ୍ୟତା ଭିତ୍ତିରେ ପରିବାରର ପିଲାଙ୍କୁ କମ୍ପାନୀରେ ଚାକିରି ଦେବା ପ୍ରସଙ୍ଗ ଉଠିଥିଲା। କେବଳ ସେତିକି ନୁହେଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ କ୍ଷତିଗ୍ରସ୍ତଙ୍କ ପ୍ରତିନିଧି ଏବଂ ଉପସ୍ଥିତ ଅଞ୍ଚଳବାସୀ ଗୁରୁତ୍ୱ ଦେଇଥିଲେ। ଟାଟା କମ୍ପାନୀ କିଭଳି ସମସ୍ୟା ସମାଧାନ କରିବ ସେନେଇ ଚାଲିଛି ଆଲୋଚନା। ବୈଠକରେ କମ୍ପାନୀ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri